ଶିବରାତ୍ରି କାହିଁକି ଓ କେମିତି ପାଳନ କରାଯାଏ ଆସନ୍ତୁ ଜାଣିବା Posted on 03/03/201903/03/2019 by NTP Bureau Report ଏନଟିପି (ବ୍ୟୁରୋ ରିପୋର୍ଟ) ଭାରତୀୟ ସଂସ୍କୃତିରେ ସବୁ ଦେବାଦେବୀଙ୍କ ପୂଜା ଦିନରେ ହୋଇଥାଏ। କିନ୍ତୁ କେବଳ ସଂହାରକର୍ତ୍ତା ଶିବଙ୍କ ପୂଜା ରାତ୍ରି ସମୟରେ ଉଜାଗର ରହି କରାଯାଇଥାଏ। ଏହା ପଛରେ ଅନମଶିବଙ୍କ ଚାରି ସ୍ୱରୂପର ପ୍ରତୀକ ଭାବରେ ଚାରି ପ୍ରହରର ପରିକଳ୍ପନା କରାଯାଇଛି। ଶିବରାତ୍ରିରେ ଏହି ଚାରି ପ୍ରହରରେ ଚାରି ପ୍ରକାରରେ ଶିବ ଆରଧନା କରିବାର ବିଧି ରହିଛି। ପ୍ରଥମ ପ୍ରହରରେ ଶିବଙ୍କୁ ‘ଶର୍ବ’ ରୂପରେ ପୂଜା କରାଯାଏ। ଏହି ସମୟରେ ଶିବଲିଙ୍ଗଙ୍କୁ ଖିରରେ ଅଭିଷେକ କରାଯାଏ। ଦ୍ୱିତୀୟ ପ୍ରହରରେ ଶିବଙ୍କ ସ୍ୱରୂପ ହେଉଛି ‘ଅଘୋର’। ଅଘୋର ସ୍ୱରୂପ ଶିବଲିଙ୍ଗଙ୍କୁ ଦହିରେ ଅଭିଷେକ କରାଯାଏ। ତୃତୀୟ ପ୍ରହରରେ ଶିବଙ୍କ ‘ବାମଦେବ’ ସ୍ୱରୂପକୁ ଘିଅରେ ଅଭିଷେକ କରାଯାଏ। ଶେଷ ତଥା ଚତୁର୍ଥ ପ୍ରହରରେ ଶିବ ହେଉଛନ୍ତି ‘ ଧାତୁ ସ୍ୱରୂପ’। ଏହି ରୂପରେ ଶିବଙ୍କୁ ମହୁରେ ଅଭିଷେକ କରାଯାଇ ନାରିକେଳ, କଦଳୀ ଭୋଗ ଅର୍ପଣ କରାଯାଏ। ଶିବଙ୍କର ଅଷ୍ଟମୂର୍ତ୍ତି ଶିବ ସ୍ୱରୂପ ଦ୍ୱାଦଶ ଜ୍ୟୋର୍ତଲିଙ୍ଗ ଭଳି ଶିବଙ୍କର ଅଷ୍ଟମୂର୍ତ୍ତି ରହିଛି। ଏହି ଅଷ୍ଟମୂର୍ତ୍ତି ପ୍ରକୃତି ଓ ପୁରୁଷର ବିଭିନ୍ନ ସ୍ୱରୂପର ପ୍ରତୀକ ୧- କ୍ଷିତି ମୂର୍ତ୍ତି – ଶର୍ବ ସ୍ୱରୂପ ୨- ଜଳ ମୂର୍ତ୍ତି – ଭବ ସ୍ୱରୂପ ୩- ଅଗ୍ନିମୂର୍ତ୍ତି – ରୁଦ୍ର ସ୍ୱରୂପ ୪- ବାୟୁ ମୂର୍ତ୍ତି – ଉଗ୍ର ସ୍ୱରୂପ ୫- ଆକାଶ ମୂର୍ତ୍ତି – ଭୀମ ସ୍ୱରୂପ ୬- ଯଜମାନ ମୂର୍ତ୍ତି – ପଶୁପତି ସ୍ୱରୂପ ୭- ଚନ୍ଦ୍ରମୂର୍ତ୍ତି – ମହାଦେବ ସ୍ୱରୂପ ୮- ସୂର୍ଯ୍ୟମୂର୍ତ୍ତି – ଈଶାନ ସ୍ୱରୂପ ବିଭିନ୍ନ ମନୋକାମନା ପୂରଣ ପାଇଁ ବିଭିନ୍ନ ଅଭିଷେକ ଶିବରାତ୍ରୀ ଏକ ସିଦ୍ଧିଦାୟକ ବ୍ରତ ଅଟେ। ମୁଖ୍ୟତଃ ଅନେକ ବ୍ୟକ୍ତି ନିଜ ଅଭିଷ୍ଟ ପୂରଣ ପୂରଣ ପାଇଁ ନିଷ୍ଠାର ସହ ଏହି ବ୍ରତ ପାଳିଥାନ୍ତି। ବିଧିପୂର୍ବକ ଶିବ ପୂଜନ ଓ ଅଭିଷେକ କରାଇ ମହାଦେବଙ୍କୁ ସନ୍ତୁଷ୍ଟ କରାଯାଏ। ଶିବରାତ୍ରୀ ବ୍ରତ ପାଳନ ପୂର୍ବକ ବିଭିନ୍ନ ମନୋକାମନା ପୂର୍ତ୍ତି ପାଇଁ ବିଭିନ୍ନ ପୂଜା ବିଧି ଶାସ୍ତ୍ରରେ ରହିଛି। ତାହେଲେ ମନୋକାମନା ପୂରଣ ପାଇଁ କିଭଳି ଭାବେ ଶିବପୂଜା ଓ ଅଭିଷେକ କରିବେ, ଆସନ୍ତୁ ଜାଣିବା – ୧- ଜଳ ଦ୍ୱାରା ଶିବାଭିଷେକ କରିବା ଦ୍ୱାରା ସୁଖଶାନ୍ତି ପ୍ରାପ୍ତ ହୋଇଥାଏ। ୨- କୁଶ ଦ୍ୱାରା ଜଳାଭିଷେକ କରିବା ଦ୍ୱାରା ପାପନାଶ ଓ ବ୍ୟାଧି ଦୂର ହୋଇଥାଏ। ୩- ପଶୁଧନ ପ୍ରାପ୍ତ କରିବା ଓ ତାହାର ସୁରକ୍ଷା ପାଇଁ ଦହିରେ ଶିବଙ୍କୁ ଅଭିଷେକ କରନ୍ତୁ। ୪- ଧନ ପ୍ରାପ୍ତି ପାଇଁ ଆଖୁ ରସ କିମ୍ୱା ମହୁରେ ଶିବାଭିଷେକ କରନ୍ତୁ। ୫- ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଓ ରୋଗରୁ ମୁକ୍ତି ପାଇବା ପାଇଁ ଗୋଘୃତରେ ଅଭିଷେକ କରନ୍ତୁ। ୬- ମୋକ୍ଷ ପ୍ରାପ୍ତି ପାଇଁ ବିଭିନ୍ନ ତୀର୍ଥଜଳ ଏକତ୍ର କରି ସେଥିରେ ଅଭିଷେକ କରନ୍ତୁ। ୭- ସନ୍ତାନ ପ୍ରାପ୍ତି ପାଇଁ ଦୁଗ୍ଧରେ ଅଭିଷେକ କରନ୍ତୁ। ୮- ଶତ୍ରୁନାଶ ପାଇଁ ସୋରିଷ ତେଲରେ ଶିବାଭିଷେକ କରନ୍ତୁ। ୯- ସନ୍ତାନମାନଙ୍କ ମନୋକାମନା ପୂରଣ ପାଇଁ ମିଠାଯୁକ୍ତ ଜଳରେ ଅଭିଷେକ କରନ୍ତୁ। ଶିବରାତ୍ରି ଦିନ କରନ୍ତୁ ନାହିଁ ନିମ୍ନୋକ୍ତ କାର୍ଯ୍ୟ ଶିବରାତ୍ରି ପବିତ୍ରତାର ପ୍ରତିକ। ପବିତ୍ର ମନ ନେଇ ଶିବଙ୍କ ଆରାଧନା କଲେ ଅଭିଷ୍ଟ ପ୍ରାପ୍ତି ହୋଇଥାଏ। ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ ଶିବଭକ୍ତ ଅନେକ ଉପାୟ ଆପଣାଇଥାନ୍ତି। କିନ୍ତୁ ଏଭଳି କିଛି କାର୍ଯ୍ୟ ରହିଛି, ଯାହାକୁ ଶିବରାତ୍ରି ଦିନ କରିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତ ହେବା ସହ ଶିବଙ୍କର କୋପଦୃଷ୍ଟି ପଡ଼ିଥାଏ। ତାହେଲେ ଆସନ୍ତୁ ଜାଣିବା ସେ ସମ୍ପର୍କରେ – ୧- ଶିବରାତ୍ରି ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧୁନ୍ତୁ ନାହିଁ। ପୌରାଣିକ କଥା ଅନୁଯାୟୀ କଳା ରଙ୍ଗ ଶିବଙ୍କୁ ପସନ୍ଦ ନୁହେଁ। ତେଣୁ କଳାରଙ୍ଗର ବସ୍ତ୍ର ପିନ୍ଧି ଶିବଙ୍କ ପୂଜାର୍ଚ୍ଚନା କରିବା ଉଚିତ୍ ନୁହେଁ। ୨- ଶିବାଭିଷେକ କରିବା ସମୟରେ ଶଂଖର ବ୍ୟବହାର କରନ୍ତୁ ନାହିଁ। ଶଂଖରେ ଜଳାଭିଷେକ କରିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ସମୁଦ୍ର ମନ୍ଥନ ସମୟରେ ସୃଷ୍ଟିକୁ ରକ୍ଷା କରିବା ପାଇଁ ହଳାହଳ ବିଷକୁ ଶିବ ଶଂଖରେ ପିଇ, ତାହାକୁ ଫୋପାଡ଼ି ଦେଇଥିଲେ। ତେଣୁ ଶିବ ପୂଜାରେ ଶଂଖର ବ୍ୟବହାର କରାଯାଏ ନାହିଁ। ୩- ଶିବ ପୂଜାରେ ରାଶିର ପ୍ରୟୋଗ କରନ୍ତୁ ନାହିଁ। କାରଣ ବିଷ୍ଣୁଙ୍କ ଦେହର ମଳିରୁ ରାଶିର ଜନ୍ମ ହୋଇଛି ବୋଲି ବିଶ୍ୱାସ ରହିଛି। ତେଣୁ ରାଶିକୁ ଶିବ ପୂଜାରେ ବ୍ୟବହାର କରାଯାଏ ନାହିଁ। ୪- ଶିବପୂଜାରେ ଭାଙ୍ଗିଯାଇଥିବା ଚାଉଳ ବ୍ୟବହାର କରନ୍ତୁ ନାହିଁ। ଗୋଟାଥିବା ଚାଉଳ ଓ ଚାଉଳର ରଙ୍ଗ ସମ୍ପୂର୍ଣ୍ଣ ଧଳା ରହିବା ଉଚିତ୍। ୫- ହଳଦି ଓ କୁଙ୍କୁମ ସୌନ୍ଦର୍ଯ୍ୟ ଓ ଉପିତ୍ତିର ପ୍ରତୀକ ହୋଇଥିବାରୁ ସଂହାର କର୍ତ୍ତା ଶିବଙ୍କ ପୂଜାରେ ଏହାର ପୟୋଗ ନିଷିଦ୍ଧ ଅଟେ। ତେଣୁ ଶିବଳିଙ୍ଗ ଉପରେ ଚନ୍ଦନ ଲଗାଯାଇଥାଏ। ୬- ଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ବେଲପତ୍ର ତୋଳିଥିଲେ, ତାହା ଶିବପୂଜାରେ ବ୍ୟବହାର ହୋଇପାରିବ। କାରଣ ବେଲପତ୍ର କେବେ ମଧ୍ୟ ବାସି ବୋଲି ବିବେଚନା ହୁଏନାହିଁ। କିନ୍ତୁ ବାସି ଫୁଲ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ନାହିଁ। ୭- ଶିବ ଅଭିଷେକ କରିବା ପାଇଁ ପ୍ରଥମେ ଏକ ମାଟି ଘଡ଼ାରେ ପାଣି ଓ ତାହା ଉପରେ ବେଲପତ୍ର, ଅରଖ ଫୁଲ, ଅକ୍ଷତ ଆଦି ରଖି ଅଭିଷେକ କରନ୍ତୁ। ୮- ଯଦି ଘର ପାଖରେ ଶିବାଳୟ ନାହିଁ, ତାହେଲେ ଭଲ ମାଟି ଆଣି ଶିବଲିଙ୍ଗ ନିର୍ମାଣ କରି ବିଧି ପୂର୍ବକ ସାଧନା କରନ୍ତୁ। ୯- ଷ୍ଟିଲ୍ ପାତ୍ରରେ କେବେ ମଧ୍ୟ ଅଭିଷେକ କରନ୍ତୁ ନାହିଁ। ଏଥିରେ ଜଳ କିମ୍ୱା ଖିର ବିଷ ପାଲଟି ଯାଇଥାଏ ବୋଲି ମାନ୍ୟତା ରହିଛି। ତେଣୁ ଶିବାଭିଷେକ ପାଇଁ ସର୍ବଦା ପିତ୍ତଳ, କଂସା କିମ୍ୱା ଅଷ୍ଟଧାତୁରେ ନିର୍ମିତ ପାତ୍ର ବ୍ୟବହାର କରନ୍ତୁ। ଯେତେଦୂର ସମ୍ଭବ ଧଳା କିମ୍ୱା ହଳଦିଆ ଫୁଲରେ ଶିବ ପୂଜା କରନ୍ତୁ। କିନ୍ତୁ ଲାଲ୍ ଫୁଲ ବର୍ଜନୀୟ। Share on FacebookTweetFollow usSave Post Views: 4,779
Odisha ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ମିଳିବ ଶ୍ରେଷ୍ଠ ବିମାନ ବନ୍ଦର ପୁରସ୍କାର Smrutilipi 07/03/2019 0 ଭୁବନେଶ୍ୱର(ଏନଟିପି ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଶ୍ରେଷ୍ଠ ବିମାନ ବନ୍ଦର ପୁରସ୍କାର ପାଇଁ ଚୟନ କରଯାଇଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ସର୍ଭିସ କ୍ୱାଲିଟି ଆୱାର୍ଡ଼ ୨୦୧୮ ପ୍ରଦାନ କରାଯିବ […]
Odisha ୪୮ ଘଣ୍ଟିଆ ଧର୍ମଘଟ ;ଜୀବନଯାତ୍ରା ଠପ୍। NTP Bureau Report 08/01/2019 0 ଭୁବନେଶ୍ବର(ଏନଟିପି) : ଦେଶବ୍ୟାପୀ ୪୮ ଘଣ୍ଟିଆ ଧର୍ମଘଟ । କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମିଳିତ ମଞ୍ଚର ଡାକରାରେ ଦେଶର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ସକାଳୁ ପିକେଟିଂ କରି […]
Odisha ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ NTP Bureau Report 28/01/2019 0 ଅନୁଗୋଳ (ଏନଟିପି) ଅନୁଗୋଳ ଜିଲ୍ଲା ପାଲଲହଡା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତିଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ଶ୍ରୀଯୁକ୍ତ ମହେଶ ସାହୁ ।ବୁରୁକୁନା ଗ୍ରାମ ପଞ୍ଚାୟତର […]