ମେଡିକାଲ କଲେଜ ଵିଲଡିଂର ଉଦଘାଟନ ବିଜେପିର ରାଜନୈତିକ ଚାଲ କହିଲା “ବିଜେଡି “

ଅନୁଗୋଳ(ଏନଟିପି):

ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ନେତାଙ୍କ ଭିତରେ ଫଳକ ମରାକୁ ନେଇ ଚାଲିଛି ରାଜନୀତି।କେବଳ ଭାଷଣ ବୟାନ ବାଜିରେ ସବୁ ସୀମିତ ରହୁଥିବା ମନେ ହୁଏ।ଜୁମଲା ବାଜି ଭାଷଣ କେତେ ପ୍ରଭାବିତ କରୁଛି ଭୋଟରଙ୍କୁ ତାହା ନିର୍ଵାଚନ ଫଳାଫଳ ହିଁ ସ୍ପଷ୍ଟ କରିବ।

ମେଡିକାଲ କଲେଜ ଵିଲଡିଂର ଉଦଘାଟନ ବିଜେପିର ରାଜନୈତିକ ଚାଲ ; ବିଜେଡି :

କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ତାଳଚେର FCI ସାରକାରଖାନାର ପୁନରୁଦ୍ଧାର କାର୍ଯ୍ୟପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସି ଏହାର ଶୁଭ ଦେଲେ । ହେଲେ ଏଯାଏଁ ହୋଇପାରିଲାନାହିଁ FCI ର ପୁନରୁଦ୍ଧାର କାର୍ଯ୍ୟ।କେବେ ହେବତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ। ନାଲକୋନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସି ଏଲ.ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ଉଦଘାଟନ କଲେ । ହେଲେ ଏଥିରେ ଆବଶ୍ୟକୀୟ ଯନ୍ତ୍ରପାତି ନାହିଁ କି ଡାକ୍ତର ନାହିଁ । ଯାହାଫଳରେ ରୋଗୀଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି । ଏପରି ସ୍ଥିତିରେ ଆସନ୍ତା ୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ତାଳଚେର ଆସିବା ସହ ମେଡ଼ିକାଲ କଲେଜ ଏକାଡେମୀକ ବିଲିଡିଂର ଶୁଭ ଦେବାପାଇଁ ସ୍ଥିରୀକୃତ ହୋଇଛି । ଯାହାକୁ ବିଜୁ ଜନତା ଦଳ ପକ୍ଷରୁ ନାପସନ୍ଦ କରିବା ସହ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ତଥା ତାଳଚେରବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିବା ସହ ତାଳଚେର ବିଜୁ ଜନତା ଦଳ ପକ୍ଷରୁ କୁହା ଯାଇଛି ଯେ ତାଳଚେର ମେଡ଼ିକାଲ କଲେଜର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସରି ନାହିଁ । ଆବଶ୍ୟକୀୟ ଭିତ୍ତିଭୂମିର ବ୍ୟବସ୍ଥା କରା ଯାଇନାହିଁ । ଏହା ସହ ଏମ୍.ଓ.ୟୁ. ଅନୁସାରେ ଏମ୍.ସି.ଏଲ୍. ଏହି ମେଡିକାଲ କଲେଜକୁ ପରିଚାଳନା ଦାୟୀତ୍ୱକୁ ଏଡାଇ ଦେଉଛି । କାହା ଦାୟିତ୍ୱରେ ମେଡ଼ିକାଲ କଲେଜ ପରିଚାଳନା ହେବ ତାହା ଏପର୍ଯ୍ୟନ୍ତ ସ୍ଥିରୀକୃତ ହୋଇ ପାରି ନାହିଁ । ଏହା ସହ ଡାକ୍ତରୀ ଶିକ୍ଷା ପାଇଁ ଦରକାର ଥିବା ଉପକରଣ , ପ୍ରୟୋଗଶାଳା , ଛାତ୍ରାବାସ ଓ ପ୍ରଧ୍ୟାପକ ନିଯ଼ୁକ୍ତିର ସମ୍ପୂର୍ଣ୍ଣ ପ୍ରମାଣପତ୍ର ଏ ପର୍ଯ଼୍ୟନ୍ତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରଦାନ କରା ଯ଼ାଇ ନାହିଁ  । ଏପରିସ୍ଥଳେ କେନ୍ଦ୍ରମନ୍ତ୍ରୀ ଏଠାକୁ ଆସି କଲେଜର ଶୁଭ ଉଦଘାଟନ କରିବା ପଛରେ କଣ ରହସ୍ୟ ରହିଛି ବୋଲି ବିଜେଡି ପକ୍ଷରୁ ପ୍ରଶ୍ନ କରାଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ କେନ୍ଦ୍ରମନ୍ତ୍ରୀ ତାଳଚେର ଏବଂ ଅନୁଗୁଳବାସୀଙ୍କୁ ଭୁଆଁ ବୁଲାଇବାକୁ ଏଭଳି ପ୍ରୟାସ କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ତାଳଚେର ବ୍ଲକ ବିଜୁ ଜନତା ଦଳର ଉପ-ସଭାପତି ସନ୍ତୋଷ କୁମାର ପ୍ରଧାନ କହିଛନ୍ତି । ରାଜନୈତିକ ଅଭିସନ୍ଧି ରଖି ଆସନ୍ତା ୫ ତାରିଖରେ ମେଡିକାଲ କଲେଜର ଉଦଘାଟନ କରାଯ଼ିବ ସହ ବିଜେଡି ପକ୍ଷରୁ ଆହୁରି ମଧ୍ୟ ଅଭିଯ଼ୋଗ କରାଯ଼ାଇଛି ଯ଼େ ଉଦଘାଟନ ଉତ୍ସବକୁ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ମଧ୍ୟ ଅନ୍ଧାରରେ ରଖା ଯ଼ାଇଛି । ଯ଼ଦି ଉଦଘାଟନ ପରେ ୨୦୧୯-୨୦ ଶିକ୍ଷା ବର୍ଷଠାରୁ ନାମଲେଖା , ପାଠପଢା ଓ ଚିକିତ୍ସା କରା ନଯ଼ାଏ ତେବେ ଆଗାମୀ ଦିନରେ ତାଳଚେର ତଥା ଓଡିଶାବାସୀ ଏହାର ଉଚିତ ଜବାବ ଦେବେ ବୋଲି ଚେତାବନୀ ଦିଆଯ଼ାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ତାଳଚେର ବିଜୁ ଜନତା ଦଳ ସଭାପତି ଲିପୁନା ଭୂକ୍ତା , ତାଳଚେର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଦିଲ୍ଲିପ ପ୍ରଧାନ ,  ଜିଲ୍ଲା ଯ଼ୁବ ସାଧାରଣ ସମ୍ପାଦକ ରାଜେଶ କୁମାର ଦାସ ଆଦି ଉପସ୍ଥିତ ଥିଲେ ।

କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ବିଜେଡିକୁ ଘାରିଛି ଭୟ ବୋଲି କହିଲା ବିଜେପି:

ବିଜେଡି ଅଭିଯୋଗର ପାଲଟା ପ୍ରଶ୍ନ ପଚାରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର ଏତେ ଭୟ କାହିଁକି।ଶ୍ରୀ ସାମଲ ଙ୍କ କହିବା କଥା ଆସନ୍ତା ୫ ତାରିଖରେ ମେଡିକାଲ କଲେଜ ପାଇଁ ନୀର୍ମାଣ ପାଇଁ ହୋଇଥିବା ବିଲଡିଂର ଶୁଭ ଦିଆ ଯ଼ିବ । ଯ଼ାହାକି ଶେଷ ହୋଇ ସାରିଛି । ରାଜ୍ୟ ସରକାର ମେଡିକାଲ କଲେଜ ପରିଚାଳନା ପାଇଁ ଏମ୍.ସି.ଆଇ.କୁ ଆବେଦନ କରିବା କଥା । କିନ୍ତୁ ଆଜି ଯ଼ାଏଁ କାହିଁକି କରି ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଡାକ୍ତର ସଙ୍କଟ ଥିବାବେଳେ ଡାକ୍ତରୀ କଲେଜର ଆବଶ୍ୟକତା ରହିଛି । ଏହି ଆବଶ୍ୟକତା ପୁରଣ ପାଇଁ ରାଜ୍ୟ ସରକାର ଆବେଦନ କରିବା କଥା । କିନ୍ତୁ କେନ୍ଦ୍ର ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନାଁ ନେଇଯ଼ିବା ଭୟରେ ରାଜ୍ୟ ସରକାର ଆବେଦନ କରୁ ନାହାନ୍ତି ବୋଲି ସେ କହିଛନ୍ତି ।

ନେତା କିଏ ? ନେତାଙ୍କର କଣ ଦାୟିତ୍ୱ ରହିବା ଦରକାର ?ନିର୍ବାଚନ ଆସିଲେ ଲୋକଙ୍କ କଥା ମନେ ପଡେ ନେତାଙ୍କର କାହିଁକି ?ଭୋଟ ପାଇଲା ପରେ ନେତା କେତେ ଜନତା ଙ୍କ କଥା ବୁଝନ୍ତି ।ନିର୍ବଚନ କ୍ଷମତା ର ଲୋଭପାଇଁ ନା ଅନ୍ୟକିଛି ଉତ୍ତର ଆପଣଙ୍କର !!!

Follow by Email
WhatsApp