ହାଇଦ୍ରାବାଦ ରେ ଓଡିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରଚେଷ୍ଠା

ଅନୁଗୋଳ(ଏନଟିପି)

ଅନୁଗୁଳ ର ୧୪ ଜଣ ଓଡ଼ିଆ ଶ୍ରମିକ ହାଇଦ୍ରାବାଦ ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡିଥିବା ଜାଣି ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଆଜି ଅନୁଗୁଳ ଯାଇ ସେଠାରୁ କୌଶଳ କ୍ରମେ ଫେରି ଆସିଥିବା ଗଗନ ବେହେରା ଙ୍କୁ ଭେଟି ବୁଝିବା ପରେ ତେଲେଙ୍ଗାନା ର ମୂଖ୍ୟମନ୍ତ୍ରୀ ଏବଂ ଡିଜି ଙ୍କୁ ଓଡ଼ିଆ ଶ୍ରମିକ ଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିବା ବେଳେ ତେଲେଙ୍ଗାନା ରାଷ୍ଟ୍ର ସମିତି ର କାର୍ଯ୍ୟକାରି ସଭାପତି ମାନ୍ୟବର କେଟିଆର୍ ତୁରନ୍ତ ପଦକ୍ଷେପ ନେବାକୁ ତେଲେଙ୍ଗାନା ଡିଜି ଙ୍କୁ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଓଡ଼ିଆ ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ ଓଡିଶା ପଠାଇବା ପାଇଁ ପ୍ରତିଶୃତି ଦେଇଛନ୍ତି ଆମ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଓଡ଼ିଆ ହିସାବ ରେ ଆମର ଅନେକ ଅନେକ ଧନ୍ୟବାଦ ଆଶା ଓଡ଼ିଆ ଶ୍ରମିକ ଭାଇ ମାନେ ସୁରକ୍ଷିତ ଭାବେ ଫେରିବେ।

Follow by Email
WhatsApp