ବିଜେଡିର ୪୯ ଜଣଙ୍କ କଟିପାରେ ଟିକେଟ :ଚାଲିଛି ଅଙ୍କକଷା

NEWSTIMEPRO (ELECTION STORY)

ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ନେତାଙ୍କ ମଧ୍ୟରେ ଟିକେଟ ପାଇବାକୁ ନେଇ ଜଂଚାଲିଛି ପ୍ରତିଯୋଗିତା।କିଏ ପାଇବ ଟିକେଟ ।ବିଜେଡିର କିଏ ପାଇବ ଟିକେଟ  ତାକୁ ନେଇ ଏବେଠୁ ଚାଲିଛି ଅଙ୍କକଷା।ନବୀନ ନିବାସ ଓ ତୃତୀୟ ମହଲାରେ ଚାଲିଛି ଘନ ଘନ ବୈଠକ।ଅନ୍ୟପଟେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ବିଭିନ୍ନ ଯୋଜନାର କରୁଛନ୍ତି ଶିଳାନ୍ୟାସ ।ଆସନ୍ତା ନିର୍ବାଚନକୁ ଦୁଷ୍ଟିରେ ରଖି ବିଜେଡିର ପ୍ରାର୍ଥୀ ତାଲିକା ପ୍ରସ୍ତୁତି ଚାଲିଛି ।ଦଳ ଲୋକସଭାରେ ୧୭ଟି ସ୍ଥାନରେ ନୁଆ ମୁହଁ ଦେବାକୁ ଯାଉଥିବା ଯୋରଦାର ଆଲୋଚନା ହେଉଛି । ସେହିପରି ବିଧାନସଭା କ୍ଷେତ୍ରରେ ପ୍ରାୟ ଦଳର୧୧୮ ବିଧାୟକଙ୍କ ଭିତରୁ ପ୍ରାୟ ୫୦ରୁ ଅଧିକ ସଦସ୍ୟଙ୍କୁ ଆସନ୍ତା ନିର୍ବାଚନରେ ଦଳିୟ ଟିକେଟ ମିଳିବ ନାହିଁ ବୋଲି କୁହାଯାଉଛି । ଗୁଇନ୍ଦା ରିପୋର୍ଟ ଜିଲ୍ଲାପାଳଙ୍କ ରିର୍ପୋଟ ଓ ସର୍ଭେ ତଥ୍ୟକୁ ଆଧାର କରି ଟିକେଟ ଦବାପାଇଁ ଯୋଜନା କରାଯାଇଛି ।ଦଳିୟ ପର୍ଯ୍ୟବେକ୍ଷକ ରିର୍ପୋଟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉନଥିବା କୁହାଯାଉଛି ।ଯେଉଁ ବିଧାୟକମାନେ ସେମାନଙ୍କ ନିର୍ବାଚନ ମଣ୍ଡଳିରେ ବିବାଦିୟ ହୋଇପଡିଛନ୍ତି,ଯେଉଁମାନଙ୍କର ଲୋକ ସମ୍ପର୍କ ଭଲନାହିଁ, ବିଭିନ୍ନ ମାମଲାରେ ଫସିଛନ୍ତି ଏବଂ ଚିଟଫଣ୍ଡ ଭଳି ଦୁର୍ନିତିରେ ସିଭିଆଇ ଦ୍ୱାରା ଗିରଫ ହୋଇଛନ୍ତି ସେମାନଙ୍କୁ ଆଦୌ ଟିକେଟ ମିଳିବନାହିଁ । ଆସନ୍ତା ନିର୍ବାଚନରେ ଦଳ ପୁଣି କ୍ଷମତାକୁ ଆସିବା ପାଇଁ ଲକ୍ଷ ରଖିଥିବାରୁ ସେଥିପାଇଁ ପ୍ରାର୍ଥୀ ତାଲକା ପ୍ରସ୍ତୁତି ଦିଗରେ ଅଧିକ ଗୁରୁତ୍ୱ ଦିଆଯାଉଛି ।

କେଉଁ କେଉଁ ବିଧାୟକ ଙ୍କ କଣ କାରଣ ପାଇଁ କଟିବ ଟିକେଟ ଆସନ୍ତୁ ଜାଣିବା :

ଅନୁଗୋଳ ଜିଲ୍ଲାରେ ରହିଛି ୫ ଟି ନିର୍ବାଚନ ମଣ୍ଡଳୀ।ଅନୁଗୋଳ ନିର୍ବାଚନ ମଣ୍ଡଳୀର ବିଧାୟକ ରଜନୀକାନ୍ତ ସିଂ ଙ୍କ ନିଜ ନିର୍ବାଚନମଣ୍ଡଳୀରେ ସେତେ ଲୋକପ୍ରିୟ ହୋଇନଥିଲେ ମଧ୍ୟ ରଜନୀଙ୍କ ତୃତୀୟ ମହଲାରେ ରହିଛି ଭଲ ଦବଦବା।ଆଶାୟୀ ପ୍ରାର୍ଥୀ ରଜନୀଙ୍କ ପାଇଁ କଣ୍ଟା ହୋଇଛିଡା ହୋଇଛନ୍ତି।ତାଳଚେର ର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପାଇଁ ସୋନାଲିକା ମହାନ୍ତି ଅଡୁଆ ହୋଇପାରନ୍ତି। ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ପାଇଁ ସଞ୍ଜିବ ସାହୁ ଙ୍କ ପାଇଁ ଅଡୁଆ ହୋଇପାରେ ଆଶାୟୀ ଓ ପୂର୍ତ୍ତ ବିଭାଗ ସଚିବ ନଳିନୀ ପ୍ରଧାନ ଚାହୁଁଛନ୍ତି ସଂଜୀବ ହଟି ପ୍ରଶାଶକ ରମେଶ ସାଏ ଙ୍କୁ ଟିକେଟ ମିଳୁ।ଆଶାୟୀଙ୍କ ମଧ୍ୟ ବେଶ ଲମ୍ବା ତାଲିକା।କମ୍ପାନୀଙ୍କୁ ଟଙ୍କା ମାଗିବା ଘଟଣା ର ବ୍ଲାକ ସ୍ପଟ ଅପରେଶନ ରେ ଛନ୍ଧି ହୋଇଥିଲେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା।ସେପଟେ କଂଗ୍ରେସ ର  ସଭାନେତ୍ରୀ ସଶ୍ମିତା ବେହେରା କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।ସେ ସୁଶାନ୍ତଙ୍କ ପାଇଁ ଅଡୁଆ ହୋଇପାରନ୍ତି।ପାଳଲହଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ମହେଶ ସାହୁ ଙ୍କ ପାଇଁ ରେଙ୍ଗାଳୀ ଓ ସମଲ ବିସ୍ଥାପନ ସମସ୍ୟା ଏକ ବଡ ସମସ୍ୟା ହୋଇ ଛିଡା ହୋଇପାରେ। ସେପଟେ ଦଳ ରବି ପାଣି ଙ୍କୁ ଟିକେଟ ଦେଇପାରେ ବୋଲି ମଧ୍ୟ ଚର୍ଚା ହେଉଛି।କିନ୍ତୁ ମହେଶଙ୍କୁ ଦଳ ପୁଣି ଥରେ ଟିକେଟ ଦେଇପାରେ ବୋଲି ମଧ୍ୟ ହେଉଛି ଚର୍ଚ୍ଚା।

କେଉଁ ଜିଲ୍ଲାରୁ କିଏ ପଡିବ ବାଦ ,ପଢନ୍ତୁ ପୁରା ରିପୋର୍ଟ :

ବାଲେଶ୍ୱର ଜିଲ୍ଲା- ଜୀବନ ପ୍ରଦିପ ଦାସ(ବାଲେଶ୍ୱର ସଦର), ପର୍ଶୁରାମ ଧଡ଼ା(ସୋର),ଜୌତି ପ୍ରକାଶ ପାଣିଗ୍ରାହି(ସିମୂଳିଆ),ନିନ୍ତ୍ୟାନନ୍ଦ ସାହୁ(ବସ୍ତା)ବଲାଙ୍ଗିର ଜିଲ୍ଲା-ମହମ୍ମଦ ଆୟୁବ ଖାନ(କଣ୍ଟାମାଝି),ଯୋଗେନ୍ଦ୍ର ବେହେରା(ଲୁଇସିଙ୍ଗା)ଭଦ୍ରକ ଜିଲ୍ଲା- ଯୁଗଳ କିଶୋର ପଟ୍ଟନାୟକ(ଭଦ୍ରକ),ବିଜୟଶ୍ରୀରାଉତରାୟ(ବାସୁଦେବପୁର),ମୁକ୍ତିକାନ୍ତ ମଣ୍ଡଳ(ଧାମନଗର)କଟକ ଜିଲ୍ଲା – ପ୍ରଭାତ ତ୍ରିପାଠୀ(ବାଙ୍କି),ପ୍ରଭାତ ବିଶ୍ୱାଳ(ଟାଙ୍ଗୀ ଚୌଦ୍ୱାର),ପ୍ରମୋଦ ମଲ୍ଲିକ(ନିଆଳି)କେନ୍ଦ୍ରାପଡା ଜିଲ୍ଲା- କିଶୋର ତରେଇ(କେନ୍ଦ୍ରାପଡା),ବେଦପ୍ରକାଶ ଅଗ୍ରୱାଲ(ପାଟକୁରା)କନ୍ଦମାଳ ଜିଲ୍ଲା-ରାଜୀବ ପାତ୍ର (ବାଲିଗୁଡା),ଗୁଗୁନି କହର(ଫୁଲବାଣୀ)  କଳାହାଣ୍ଡି ଜିଲ୍ଲା-ଅନାମ ନାୟକ(ଭବାନିପାଟଣା),ଧନେଶ୍ୱର ମାଝି (ନରଲା),ବଳଭଦ୍ର ମାଝି(ଲାଞ୍ଜିଗଡ)ଢେଙ୍କାନାଳ ଜିଲ୍ଲା-ସରୋଜ ସାମଲ(ଢେଙ୍କାନାଳ)ଗଞାମ ଜିଲ୍ଲା- ଭିି ସୁଜ୍ଞାନ କୁମାର ଦେଓ(କବିସୁର୍ଯ୍ୟ ନଗର), ପୁର୍ଣ୍ଣଚନ୍ଦ୍ର ସେଠି(ଖଲିକୋଟ),ଦେବରାଜ ମହାନ୍ତି(ଆସ୍କା),ଶ୍ରୀକାନ୍ତ ସାହୁ(କୋଲସରା),ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ(ସୋରଡା)ଜଗତସିଂପୁର ଜିଲ୍ଲା- ରାଜଶ୍ରୀ ମଲ୍ଲିକ(ଯାଜପୁର), ଦେବାଶିସ ନାୟକ(ବରି),ଅମର ପ୍ରସାଦ ସତପଥି(ବଡଚଣା),ପ୍ରଣବ ବଳବନ୍ତ ରାୟ(ଧର୍ମଶାଳା)କେନ୍ଦୁଝର ଜିଲ୍ଲା- ଅଭିରାମ ନାୟକ(କେନ୍ଦୁଝର),ହୃସିିକେଶ ନାୟକ (ପାଟଣା), ବେଦବ୍ୟାସ ନାୟକ (ତେଲକୋଇ)ଖାର୍ଦ୍ଧା ଜିଲ୍ଲା- ଭାଗିରଥୀ ବଡଜେନା(ଜଟଣୀ),ପ୍ରଶାନ୍ତ ଜଗଦେବ(ବେଗୁନିଆ),ପ୍ରିୟଦର୍ଶୀ ମିଶ୍ର(ଉତ୍ତର ଭୁବନେଶ୍ୱର),ବିଜୟ ମହାନ୍ତି(ଭୁବନେଶ୍ୱର ମଧ୍ୟ)ମୟୁରଭଞ୍ଜ ଜିଲ୍ଲା-ଗୋଲକ ବିହାରୀ ନାୟକ (ଉଦଳା), ବିଜୟ କୁମାର ନାୟକ(କରଞିଆ),ନୟାଗଡ ଜିଲ୍ଲା- ଅନୁଭବ ପଟ୍ଟନାୟକ(ଖଣ୍ଡପଡା),ରବି ନାରାୟଣ ମହାପାତ୍ର(ରଣପୁର),ପୂର୍ଣ୍ଣଚନ୍ଦ୍ର ନାୟକ (ଦଶପଲ୍ଲା)ମାଲକାନଗିରି ଜିଲ୍ଲା- ମାନସ ମାଡକାମୀ(ମାଲକାନଗିରି),ନବରଙ୍ଗପୁର ଜିଲ୍ଲା- ସୁବାସ ଗଣ୍ଡ(ଉମରକୋଟ),ମନୋହର ଗାନ୍ଦାରୀ(ନବରଙ୍ଗପୁର)ପୁରୀ ଜିଲ୍ଲା-ସୁରେନ୍ଦ୍ର ସେଠୀ(କାକଟପୁର),ରାୟଗଡା-ତ୍ରିନାଥ ଗମାଙ୍ଗ(ଗୁଣୁପୁର),ଲାଲ ବିହାରୀ ହିମରିକା(ରାୟଗଡା)ସୁନ୍ଦରଗଡ-ମଙ୍ଗଳା କିଶାନ(ରାଜଗାଙ୍ଗପୁର)ଏସବୁ ଜିଲ୍ଲାର ବିଜେଡି ବିଧାୟକଙ୍କ ଟିକେଟ କଟିପାରେ ବୋଲି ଚର୍ଚ୍ଚା ଚାଲୁଛି।ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ ସଂରକ୍ଷଣ ରଖିଥିବା ବେଳେ ସମୁଦାୟ ୧୪୭ ଟି ନିର୍ବାଚନମଣ୍ଡଳୀ ରୁ ୪୯ ଟି ସିଟ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇରହିବା। କିଏ ହେବ କେଉଁ କେଉଁ ଜିଲ୍ଲାର ମହିଳା ପ୍ରାର୍ଥୀ ଆଉ କାହା ମୁଣ୍ଡ କଟିବ ତାହା ଏବେଠୁ ଜୋରଦାର ଚାଲିଛି କସରତ।ସୁପ୍ରିମୋଙ୍କୁ ମନାଇବାରେ ଲାଗିପଡିଛନ୍ତି ନେତା।କଣ ରହିବ ନବୀନଙ୍କ ନିଷ୍ପତି ତାକୁ ହିଁ ଅପେକ୍ଷା।
Follow by Email
WhatsApp