୧୧ ତମ ହେମସୁରପଡା ଫୁଟବଲ କପ – ୨୦୨୨ ଉଦଘାଟନ କଲେ ଉପବାଚସ୍ପତି

ଅନୁଗୋଳ(ଏନ ଟି ପି):

ଅନୁଗୋଳ ପୌରପାଳିକା ଅନ୍ତର୍ଗତ ହେମସୁରପଡା ଶିବା ପଡିଆ ଠାରେ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଦ୍ୱାରା ଆୟୋଜିତ ୧୧ ତମ ଫୁଟବଲ କପ – ୨୦୨୨ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇ ଫୁଟବଲ କପ ଉଦଘାଟନ କରିବା ସହ ଖେଳ ର ଭରପୁର ମଜା ନେଇଥିଲେ। ସମ୍ମାନୀତ ଅତିଥି ଭାବେ ଅନୁଗୋଳ ପୋୖରାଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ବିଜୁ ଜନତା ଦଳ ସଭାପତି ଶ୍ରୀ ମହେନ୍ଦ୍ର କୁମାର ବସ୍ତିଆ, ପୌରପାଳିକା ବିଜୁ ଜନତା ଦଳ ସଭାପତି ଶ୍ରୀ ବୃନ୍ଦାବନ ସ୍ୱାଇଁ , ୨ନଂ ୱାର୍ଡ ର କାଉସିଲର ଶ୍ରୀମତୀ ଉଷା ସମାଲ , ରାଜ୍ୟ ବିଜୁ ଯୁବ ଜନତା ଦଳ ଉପ ସଭାପତି ଶ୍ରୀ ସୁଜିତ ପ୍ରସାଦ ଦ୍ବିବେଦୀ, ବରିଷ୍ଠ ଓକିଲ ଶ୍ରୀ ପରମା ନନ୍ଦ ମିଶ୍ର , ଅଜିତ ଦ୍ବିବେଦୀ, ସତ୍ୟା ନନ୍ଦ ଦଳ ବେହେରା ଙ୍କ ସହିତ କ୍ଲବ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ଉଦଘାଟନୀ ମ୍ୟାଚରେ ଅନୁଗୋଳର ମା ବୁଢ଼ୀ କ୍ଲବ ଢେଙ୍କାନାଳକୁ ଟାଇ ବ୍ରେକର ଯୋଗେ ୭-୬ ଗୋଳରେ ପରାସ୍ତ କରିଥିଲା।ଖେଳର ଉଭୟର୍ଦ୍ଧାରେ ଗୋଳ ଶୁନ୍ୟ ରହିଥିଲା।

Follow by Email
WhatsApp