ନିର୍ବାଚନ ଖର୍ଚ୍ଚ ପର୍ଯ୍ୟାଲୋଚନା ଦଳର ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ

ଅନୁଗୋଳ(ଏନଟିପି) :

ଅନୁଗୁଳ ଜିଲ୍ଲାରେ ଆସନ୍ତା ନିର୍ବାଚନ ରେ ଅର୍ଥବଳକୁ ନିୟନ୍ତ୍ରଣ ଓ ତଦାରଖ କରିବା ପାଇଁ ଇଲେକ୍ସନ ଏକ୍ସପେଣ୍ଡିଚର ଟିମର ସଦସ୍ୟ ଓ ସଦସ୍ୟା ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସେ ନିର୍ବାଚନ କୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଅର୍ଥ ଏବଂ ମଦ କାରବାର କୁ ରୋକିବା ପାଇଁ ଓ ଏହି ଗୁରୁତ୍ବପୂର୍ଣ୍ଣ ତାଲିମକୁ ସଠିକ ଭାବରେ ନେଇ ନିର୍ବାଚନ କମିଶନଙ୍କ ନିୟମାବଳୀ ଆଧାରରେ ନିଜର ଦାଇତ୍ୱ ନିଷ୍ଠାର ସହ ପାଳିବାକୁ ପରାମର୍ଶ ଦେଇଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ କୌଣସି ବ୍ୟକ୍ତି ମିଥ୍ୟା, ଘୃଣା ଓ ହିଂସା ସୃଷ୍ଟି କରୁଥିବା ଖବର ପ୍ରକାଶ କରି ପାରିବେ ନାହିଁ ଓ ରାଜନୈତିକ ବ୍ୟକ୍ତି ସରକାରୀ କାର୍ଯ୍ୟକ୍ରମ ରେ ଭାଗ ନେଇ ପାରିବେ ନାହିଁ।ନିର୍ବାଚନ ସମୟରେ ସମସ୍ତ ପ୍ରକାର ଅଭିଯୋଗ ତୁରନ୍ତ ସେକ୍ତର ମାଜିଷ୍ଟ୍ରେଟ ଙ୍କୁ ଜଣାଯିବ ଓ ଲାଞ୍ଚ, ପ୍ରଲୋଭନ ଓ ମଦ ବଣ୍ଟା ଯାଇ ପାରିବ ନାହିଁ। ଭୋଟ କେନ୍ଦ୍ରର ୧୦୦ ମିଟର ପରିସରରେ ନିର୍ବାଚନ ସଂକେତ ପ୍ରଦର୍ଶିତ ହୋଇ ପାରିବ ନାହିଁ, ଭୋଟଦାନ ପାଇଁ ଭୋଟର ମାନଙ୍କୁ ମାଗଣାରେ ଗାଡ଼ିରେ ଅଣା ଯାଇ ପାରିବ ନାହିଁ, ଜଣେ ପଞ୍ଜିକୃତ ଜାତୀୟ ରାଜନୈତିକ ଦଳ ୪୦ ଜଣ ତାରକା ପ୍ରଚାରକ ରଖି ପାରିବେ ଓ ଆଞ୍ଚଳିକ ଦଳ ୨୦ ଜଣ ଙ୍କୁ ରଖି ପାରିବେ। ସେହିପରି ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ପାଇଁ ୨୮ ଲକ୍ଷ ଟଙ୍କା ଓ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ପାଇଁ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବା ବ୍ୟବସ୍ଥା ରହିଛି।ଭୋଟର ମାନଙ୍କୁ ପ୍ରଭାବିତ କରୁଥିବା ଓ ଧର୍ମ ଏବଂ ଜାତି ଭିତରେ ବିଭେଦ ସୃଷ୍ଟି କରିବା ଖବର ପ୍ରକାଶିତ ହେଇ ପାରିବ ନାହିଁ ଏବଂ ପ୍ରଚାର ପାଇଁ ପ୍ରକାଶିତ ହେଉଥିବା ପୋଷ୍ଟର ଓ ପ୍ରଚାର ପତ୍ରିକାରେ ପ୍ରକାଶକ ଓ ମୁଦ୍ରାଙ୍କର ନାମ ଉଲ୍ଲେଖ ରହିବ।ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା।


Follow by Email
WhatsApp