ଭାଲେଣ୍ଟାଇନ ଡେ ରେ ଜୀବନ ହାରିଲେ ପ୍ରେମିକ ପ୍ରେମିକା । Posted on 14/02/201914/02/2019 by NTP Bureau Report କେନ୍ଦ୍ରାପଡା(ଏନଟିପି) ଏ ଜନ୍ମରେ ମିଳନ ନହେଲା ନାହିଁ । କିନ୍ତୁ ଆର ଜନ୍ମରେ ନିଶ୍ଚୟ ଆମର ମିଳନ ହେବ । ଏମିତି ଏକ ଭୁଲ ନିଷ୍ପତ୍ତି ନେଇ ଦୁଇ ପ୍ରେମିକ ପ୍ରେମିକାଙ୍କ କରୁଣ ଆତ୍ମହତ୍ୟା ଘଟଣା ଦୁଇ ପରିବାରଙ୍କୁ ଶୋକ ସାଗରରେ ଭସାଇ ଦେଇଛି । ଯାହା ଏବେ କେନ୍ଦ୍ରାପଡା ଜିଲାରେ ଚର୍ଚ୍ଚିତ ହେବାରେ ଲାଗିଛି ।ବୟସରେ ଦୁହେଁ ନାବାଳକ ଓ ନାବାଳିକା । ଯୁକ୍ତ ଦୁଇ କଲେଜରେ ପାଦ ଦେଉ ଦେଉ ପରଷ୍ପରକୁ ଅତି ନିକଟରୁ ପାଇବା ପାଇଁ ସ୍ବପ୍ନ ଦେଖୁଥିଲେ ଦୁହେଁ । ବାଳକଟିର ଜଣେ ସମ୍ପର୍କିୟା ଭଉଣି ବାଳିକାଟିର ସମ୍ପର୍କିୟଙ୍କୁ ବିବାହ କରିଥିଲେ ।ତେଣୁ ଉଭୟ ବନ୍ଧୁ ଘରକୁ ଯିବା ଆସିବା ଫଳରେ ଆରମ୍ଭ ହୋଇଥିଲା ପ୍ରେମ । ଆସ୍ତେ ଆସ୍ତେ କଥା ହାଟରେ ପଡି ଦାଣ୍ଡରେ ଗଡିବାକୁ ଲାଗିଲା । କସି ବୟସରେ ପରଷ୍ପରକୁ ବିବାହ କରିବାକୁ ଦୁହେଁ ନିଜନିଜ ଘରେ ପ୍ରସ୍ତାବ ଦେଇଥିଲେ । ହେଲେ ଉଭୟ ଘରର ଲୋକେ ଦୁଇ ନାବାଳକ ଓ ନାବାଳିକାଙ୍କ ପ୍ରସ୍ତାବକୁ ବାରଣ କରିଥିଲେ । ଗୋଟିଏ କଲେଜରେ ପାଠ ନପଢୁ ନଥିଲେ ମଧ୍ୟ ପାଖ ପାଖ କଲେଜରେ ପାଠପଢୁଥିଲେ ଦୁହେଁ । କଥା ବିଗିଡିବାକୁ ଆରମ୍ଭ କରିବାରୁ କଲେଜ ଯିବା ଆସିବାରେ ପରିବାର ପକ୍ଷରୁ କଟକଣା ଲାଗିଲା । ଦୁହିଙ୍କ ମଧ୍ୟରେ କଥା ବାର୍ତ୍ତା କରିବା ମଧ୍ୟ ଅସମ୍ଭବ ହୋଇ ପଡିଲା । ଗତକାଲି ଉଭୟଙ୍କ ମଧ୍ୟରେ ହୋଇଥିଲା ଶେଷ କଥା । ଭାଲେଣ୍ଟାଇନ ଡେ ରେ ଦେଖା ହାବାକୁ ବାଳିକା ଜଣକ ବାଳକକୁ ପ୍ରସ୍ତାବ ଦେଇଥିଲେ । ପ୍ରେମିକ ଜଣକ ସିଧାସିଧା ମନା କରି ଦେଇଥିଲେ । କହିଥିଲେ “ଏଜନ୍ମରେ ନୁହେଁ ଦେଖା ହେବା ଆର ଜନମରେ ” ।ମାନସିକ ସ୍ଥରରେ ଆଘାତ ପ୍ରାପ୍ତ ହୋଇଥିବା ବାଳକ ଜଣକ ଗତ କାଲି ବିଷ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ କଟକର ଏକ ଘରୋଇ ଡାକ୍ତଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ବାଳକଟିର ମୃତ୍ୟୁ ଘଟିଥିଲା । ପ୍ରେମିକଙ୍କର ମୃତ୍ୟୁ ଖବର ପାଇ ଘରେ ଥିବା ପ୍ରେମିକା ଜଣକ ଆଜି ବେକରେ ଫାସି ଦେଇ ଆତ୍ମ ହତ୍ୟା କରିଦେଇଛନ୍ତି ।ଜୀବନକୁ କଅଣ ବୁଝିବା ପୁର୍ବରୁ ନାବାଳକ ନାବାଳିକା ଦୁହେଁ ପରଷ୍ପରକୁ ପ୍ରେମ କରିବା ଓ ବିବାହ କରିବାକୁ ଜିଦ ଧରିବା ଉଭୟଙ୍କ ପାଇଁ କାଳ ହୋଇଗଲା । କଅଁଳ ବୟସରେ ଏମିତି ଭୁଲ କରି ଅନେକ ପ୍ରେମିକ ପ୍ରେମିକା ଅକାଳରେ ଝଡି ପଡୁଥିବା ଘଟଣା ସମାଜରେ ଏକ ବ୍ୟାଧି ପାଲଟି ଗଲାଣି । ତେଣୁ ଏମିତି ସବୁ ଭୁଲ ନିଷ୍ପତ୍ତି ଠାରୁ ଦୁରେଇ ରହିଲେ ଏପରି ଅଘଟଣ ସବୁକୁ ଦୁରେଇ ଦେଇ ହୁଅନ୍ତା । Share on FacebookTweetFollow usSave Post Views: 270
Odisha ଫୁଲବାଣୀର ପୂର୍ବତନ ବିଧାୟକଙ୍କ ପରଲୋକ NTP Bureau Report 09/03/2020 0 ଫୁଲବାଣୀ(ଏନଟିପି): ଫୁଲବାଣୀ ଜିଲ୍ଲାର ପ୍ରାକ୍ତନ ବିଧାୟକ ପ୍ରହ୍ଲାଦ ବେହେରାଙ୍କ ପରଲୋକ l ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଭିମସାର ମେଡିକାଲରେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସେ ୮୩ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ସୂଚନା […]
Odisha ଅନୁଗୋଳ ଜିଲ୍ଲା ପାଇଁ COVID19 ପରିଚାଳନା ନିମନ୍ତେ ସ୍ୱାସ୍ଥ୍ୟ କର୍ମଚାରୀ ଆବଶ୍ୟକ NTP Bureau Report 26/03/2020 0 ଅନୁଗୋଳ(ଏନ ଟି ପି) ଅନୁଗୋଳ ଜିଲ୍ଲା ପାଇଁ COVID-19 ର ପରିଚାଳନା ନିମନ୍ତେ ଷ୍ଟାଫନର୍ସ,ଫାର୍ମାସିଷ୍ଟ,ସ୍ୱାସ୍ଥ୍ୟ କର୍ମୀ (ପୁରୁଷ ଓ ମହିଳା),ରେଡ଼ିଓ ଗ୍ରାଫର,ଲାବରଟୋରୀ ଟେକ୍ନିସିଆନ ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଛି। ଇଛୁକ ପ୍ରାର୍ଥୀ […]
Business Odisha Best Matriculates Felicitated By NALCO CMD Smrutilipi 21/08/2022 0 Angul , 21.08.2022 : (NEWS TIME PRO) National Aluminium Company Limited ( NALCO ) , a Navratna PSU under Ministry of Mines , Government of […]