ଭୁବନେଶ୍ୱର,୨୭ା୧୨: କିଟରେ ୩୬ତମ ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ‘କ୍ରିତି ଉତ୍ସବ’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଗତ ୫ଦିନ ଧରି ଚାଲିଥିବା କ୍ରିତି ଉତ୍ସବର ଉଦଘାଟନୀ ଉତ୍ସବରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ି ନିଜକୁ କେବଳ ପାଠପଢ଼ାରେ ସୀମିତ ନରଖି ନିଜର ଲୁକ୍କାୟିତ ପ୍ରତିଭାକୁ ପରଖିବା ଦରକାର ବୋଲି କହିଥିଲେ। ପାଠ ପଢ଼ା ସହିତ ନାଚ ଗୀତ ଖେଳକୁଦ ଆଦି କ୍ଷେତ୍ରରେ ପାରଙ୍ଗମ ହେବା ଉଚିତ। ଏହା ସହିତ ନିଜକୁ ଜଣେ ଭଲ ମଣିଷ କରି ଗଢ଼ି ତୋଳିଲେ ସମଗ୍ର ବିଶ୍ୱ ଭଲ ଲାଗିବ ବୋଲି ଶ୍ରୀ ସାମନ୍ତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଉଦଯାପନୀ ଉତ୍ସବରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଶୈଖିକ, ସାଂସ୍କୃତିକ ଏବଂ କ୍ରୀଡ଼ା ପାଇଁ ଉପକୂଳ ବାତାବରଣ ପ୍ରଦାନ କରିଆସୁଛି ବୋଲି କହିଥିଲେ। ଆସୋସିଏସନ୍ ଅଫ ଇଣ୍ଡିଆନ୍ ୟୁନିଭରସିଟି (ଏଆଇୟୁ) କିଟ୍ ବିଶ୍ୱବିଦ୍ୟାଳୟରେ ଯୁବ ଉତ୍ସବ ଆୟୋଜନ ପାଇଁ ଇଚ୍ଛା ପ୍ରକାଶ କରିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଯୁବ ଗୋଷ୍ଠୀ ପରସ୍ପରର ସଂସ୍କୃତି ଏବଂ ପରମ୍ପରା ବିଷୟରେ ଜାଣିବାର ସୁଯୋଗ ପ୍ରଦାନ କରିଥିଲା। ଏଭଳି କାର୍ଯ୍ୟକ୍ରମ ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା କରିବାରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ସମ୍ମାନିତ ଅତିଥି ଭାବେ ଆଇଆଇଟି, ଭୁବନେଶ୍ୱରର ପ୍ରଫେସର (ଡ.) ଏସ୍.କେ ଶର୍ମା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିନା ପରିଶ୍ରମରେ ସଫଳତା ଅସମ୍ଭବ ଓ ଅକ୍ଳାନ୍ତ ପରିଶ୍ରମ ସହିତ ନିରନ୍ତର ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। କ୍ରିତି ଉତ୍ସବର ଆୟୋଜନ କମିଟି ସମ୍ପାଦକ ଡ. ଶ୍ୟାମ ସୁନ୍ଦର ବେଉରା ସ୍ୱାଗତ ଭାଷଣ ଦେଇଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଯୁବ ଉତ୍ସବରେ ପୂର୍ବ ଭାରତର ୧୩ ଟି ବିଶ୍ୱବିଦ୍ୟାଳୟରୁ ୪୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରଥିଲେ। ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
Related Posts
ଆଦି ମହୋତ୍ସବରେ ଯୋଗଦେଇ କହିଲେ ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
- NTP Bureau Report
- 26/11/2019
- 0
ନୂଆଦିଲ୍ଲୀ(ଏନଟିପି): ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଟ୍ରାଇଫେଡ ପକ୍ଷରୁ ଆୟୋଜିତ ‘ଆଦି ମହୋତ୍ସବ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏହି ଅବସରରେ ଶ୍ରୀ ପ୍ରଧାନ […]
୨୨ରୁ କିଟ୍ ଇଣ୍ଟରନ୍ୟାସ୍ନାଲ୍ ଚେସ୍ ଫେଷ୍ଟିଭାଲ୍ ମୋଟ ପୁରସ୍କାର ରାଶି ୨୫ଲକ୍ଷ ଟଙ୍କା ; ୧୬ ରୁ ହେବ ଏମ୍ପିଏଲ୍ ଜାତୀୟ ସ୍କୁଲ୍ ଚେସ୍ ଚାମ୍ପିଅନ୍ସିପ୍
- Smrutilipi
- 14/05/2022
- 0
ଭୁବନେଶ୍ୱର(ଏନଟିପି) କିଟ୍ ଓ କିସ୍ ଆନୁକୂଲ୍ୟରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ପକ୍ଷରୁ ଏମ୍ପିଏଲ୍ ୧୦ମ ଜାତୀୟ ସ୍କୁଲ୍ ଚାମ୍ପିଅନ୍ସିପ୍ ୨୦୨୨ ମେ ୧୬ ତାରିଖଠାରୁ କିସ୍ ଇଣ୍ଡୋର ଷ୍ଟାଡ଼ିଅମଠାରେ ଅନୁଷ୍ଠିତ ହେବାକୁ ଯାଉଛି […]
ମେଡ଼ିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଆବାସିକ କୋଚିଂ ସେଣ୍ଟରକୁ ଜିଲ୍ଲାପାଳଙ୍କ ପରିଦର୍ଶନ…..
- NTP Bureau Report
- 24/01/2019
- 0
ଅନୁଗୋଳ (ଏନ ଟି ପି): ଆଜି ଅନୁଗୋଳ ଜିଲ୍ଲାପାଳ ଅନିଲ ସାମଲ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ କୋଟି ଅଠା ଅସି ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଜିଲା ଖଣିଜ ପ୍ରତିଷ୍ଠାନ […]