ଜୀବନ ନେଲା ଆତଙ୍କୀ ହମଲା, ୪୨ ଯବାନ ହେଲେ ସହିଦ୍

ଶ୍ରୀନଗର(ଏନଟିପି)

ଛୁଟିରୁ ଫେରି ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିଲେ ସିଆରପିଏଫ୍ ଯବାନ। ମାତ୍ର କାମରେ ଯୋଗ ଦେଇ ପାରିଲେ ନାହିଁ। ଫେରିବା ରାସ୍ତାରେ ଆତଙ୍କବାଦୀଙ୍କ ଆକ୍ରମଣ ନେଇଗଲା ଜୀବନ। ବସରେ ଅଚାନକ ଆସି  ପିଟି ହୋଇଗଲା ପାଖାପାଖି ୩୫୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଥିବା ସ୍କର୍ପିଓ। ନିଆଁ ପିଣ୍ଡୁଳା ପାଲଟି ଗଲା ବସ୍। ତା’ପରେ ବର୍ଷିଲା ଗୁଳି। ବଞ୍ଚିବାର ସମସ୍ତ ରାସ୍ତା ବନ୍ଦ। ସହିଦ ହୋଇଗଲେ ୪୨ ଯବାନ।ଏହି ବର୍ବର ଆକ୍ରମଣ ଘଟାଇଛି  ପୁଲୱାମା ଜିଲ୍ଲାର ନିବାସୀ ଆତଙ୍କବାଦୀ ଆଦିଲ ଅହମ୍ମଦ । ଆକ୍ରମଣ ପରେ ଆଦିଲର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ପ୍ରାୟ ଏକ ବର୍ଷ ହେବ ଜୈସ-ଇ-ମହମ୍ମଦ ପାଇଁ କାମ କରୁଥିଲା ଆଦିଲ । ମିଳିଥିବା ସଚୂନା ଅନୁଯାୟୀ, ଆଦିଲ ବିସ୍ଫୋରକ ଭର୍ତ୍ତି  ସ୍କ୍ରପିଓ ଗାଡିରେ ଆସି ସିଆରପିଏଫ ଯବାନଙ୍କ ବସକୁ ଧକ୍କା ଦେଇଥିଲା । ଯେଉଁ ବସକୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ ସେଥିରେ ୪୪ ଜଣ ଯବାନ ଥିଲେ ।ସୂଚନା ଅନୁସାରେ ୭୦ରୁ ଅଧିକ ବସରେ ୨୫୦୦ରୁ ଅଧିକ ସିଆରପିଏଫ ଯବାନ ଜମ୍ମୁ-କାଶ୍ମୀରରୁ ଶ୍ରୀନଗର ଅଭିମୁଖେ ହାଇୱେରେ ଯାତ୍ରା କରୁଥିବା ବେଳେ ପୁଲୱାମା ଠାରେ ଆଇଇଡି ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ି ଯବାନଙ୍କ ବସକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୪୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।

Follow by Email
WhatsApp