ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର (ଏନ ଟି ପି)

ଭିଜିଲାନ୍ସ ହାତରେ ପଡିଲେ ନିର୍ବାହୀ ଯନ୍ତ୍ରୀ। ଜାତୀୟ ରାଜପଥ ଡିଭିଜନ ଜୟପୁର ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ହରେକୃଷ୍ଣ ଙ୍କୁ ଧରାଯାଇଛି।ଚଢ଼ାଉ ବେଳେ ୩,୮୯,୧୭୫ ଟଙ୍କା ଜବତ ହୋଇଛି।ଜୟପୁର ଏନ୍‌ଏଚ୍‌ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡାଙ୍କ ଠାରୁ ବେଆଇନ୍‌ ଭାବେ ୩ ଲକ୍ଷ ୮୯ ହଜାର ୧୭୫ ଟଙ୍କା ଜବତ ହୋଇଛି । ଯାହାର ସେ ହିସାବ ଦେଇ ପାରି ନଥିଲେ । ଆଠ ନମ୍ବର ଡିଏଭି ସ୍କୁଲ ପାଖରେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଧରିଥିଲେ ।ଏହା ପରେ ତାଙ୍କ ଭୁବନେଶ୍ୱର ନୀଳକଣ୍ଠ ନଗର ସ୍ଥିତ କ୍ରିଷ୍ଣା ରେସିଡେନସୀ ବାସଭବନ ଉପରେ ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରିଛନ୍ତି । ସେପଟେ କୋରାପୁଟ ଡିଭିଜନ୍‌ ଅଧିକାରୀ ଜୟପୁର ସ୍ଥିତ ତାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଥିବା ସୂଚନା ମିଳିଛି ।

Follow by Email
WhatsApp