ରାଜ୍ୟରେ ବିଜେପି ଆସିଲେ ଦୂର ହେବ ବେକାରୀ ସମସ୍ୟା, ମିଳିବ ପଟ୍ଟା ସହ ପକ୍କା ଘର

ଅନୁଗୋଳ (ଏନଟିପି):

 ବିଜେପି ରାଜ୍ୟରେ ସରକାର କୁ ଆସିଲେ ସ୍ଥାୟୀ ପଟ୍ଟା ସହ ପକ୍କା ଘର ,ବେରୋଜଗାରଙ୍କୁ ରୋଜଗାର ଯୋଗାଇଦିଆଯିବ।ବିଜେପି ପ୍ରତିଶୃତି ପତ୍ର ଅଭିଯାନକୁ ଗାଁ ଗାଁ କୁ ନିଆଯିବ ।୧୯ ବର୍ଷର ବିଜେଡି ସରକାର ର ପକ୍କାଘର ଓ ରୋଜଗାର ପ୍ରତିଶ୍ରୁତି ପ୍ରତାରଣାର ରୂପ ନେଇଛି,ଲୋକ ବିଜେଡି ଉପରୁ ଆସ୍ଥା ହରିଛନ୍ତି,ବିଜେପି ସରକାର କୁ ଆସିଲେ ୨୦୨୨ ସୁଦ୍ଧା ଲୋକଙ୍କୁ ସ୍ଥାୟୀ ପଟ୍ଟା ସହ ପକ୍କା ଘର ଯୋଗାଇଦିଆଯିବା,ସବୁ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଯୋଗାଇଦିଆଯିବ,କେବଳ ଘର ନୁହଁ ସବୁ ଘରକୁ ଜଳ,ଗ୍ୟାସ,ବିଜୁଳି ମଧ୍ୟ ଯୋଗାଇଦିଆଯିବା,୨୦୦୪ ରୁ ୨୦୧୪ ୟୁପିଏ ସରକାର ୧୦ ବର୍ଷ କେନ୍ଦ୍ର ସରକାର ସଶନ କାଳରେ ଓଡିଶା ପାଇଁ ୬ ଲକ୍ଷ ୬୭ ହଜାର ୨୫୭ ଟି ପକ୍କା ଘର ବ୍ୟବସ୍ଥା କରିଥିବା ବେଳେ ମୋଦିଙ୍କ ଶାସନ କାଳରେ ଓଡିଶାକୁ ୧୭ ଲକ୍ଷ ୯୯ ହଜାର ୯୨୭ ଟି ପକ୍କାଘର ଯୋଗାଇଦିଆଯାଇଛି,ଓଡ଼ିଶାରେ ଅପର ସମ୍ଭାବନା ସତ୍ୱେ ରାଜ୍ୟର ଏକ ତୃତୀୟାଂଶ ଯୁବପୀଢ଼ିଙ୍କୁ ବାହାର ରାଜ୍ୟକୁ ରୋଜଗାର ଅନ୍ୱେଷଣରେ ବାହାର ରାଜ୍ୟକୁ ଯିବାକୁ ପଡୁଛି।ରାଜ୍ୟରେ ବିଜେପି ସରକାର ଆସିଲେ ଗରିବ ଲୋକଙ୍କୁ ସ୍ଥାୟୀ ପଟା ସହ ପକ୍କା ଘର ଯୋଗାଇଦିଆଯିବ,ରୋଜଗାର ଯୋଗାଇଦିଆଯିବ  ଏହି ପ୍ରତିଶୃତି ସମ୍ବଳିତ ୟୁନିକ ଆଇଡି  ଥାଇ ପୃଥକ ପୃଥକ ଫର୍ମ ବ୍ରହ୍ମପୁର ଠାରେ ବିଜେପି ତରଫରୁ ଲୋକାର୍ପିତ କରାଯାଇଛି।ଏନେଇ ଆଜି ଅନୁଗୋଳ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି।

ରାଜ୍ୟରେ ବିଜେପି ଆସିଲେ ହଟିବ ବେକାରୀ ମିଳିବ ପଟ୍ଟା ସହ ପକ୍କା ଘର

୨୦୦୯ ରୁ ୧୪ରେ କଂଗ୍ରେସ ଦେଶରେ ୨୫ ଲକ୍ଷ ୫୭ ହଜାର ଘର ବାଣ୍ଟି ଥିଲା । ଘରପିଛା ମୂଲ୍ୟ ୭୫ ହଜାର ଟଙ୍କା ଥିଲା । ମାତ୍ର ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ୫୫ ମାସରେ ୭୫ ହଜାର ଟଙ୍କାରୁ ବଢାଇକି ଦୁଇ ଗୁଣା କରାଯଇଛି ।ଘରପିଛା ୧ ଲକ୍ଷ ୫୦ ହଜାର ଟଙ୍କା ହୋଇଛି । ଭାରତ ବର୍ଷରେ କଂଗ୍ରେସ ବେଳେ ଗରିବ ଲୋକଙ୍କୁ ୨୫ ଲକ୍ଷ ଘର ଦିଆଯାଉଥିଲା । ୫ ବର୍ଷ ପୂରଣ ହୋଇନଥିବା ବେଳେ ମୋଦିଙ୍କ ସରକାର ୧ କୋଟି ୪୦ ଲକ୍ଷ ଘର ଗରିବଙ୍କୁ ଯୋଗାଇଛନ୍ତି ।ଗତ ୫ ବର୍ଷରେ ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷରୁ ଅଧିକ ଘର ଦିଆଯାଇଛି  । କିନ୍ତୁ ଯେଉଁମାନେ ୨୦୧୪ରେ ଗରିବଙ୍କ ଲୋକଙ୍କ ପାଇଁ ଘର ବନେଇବାକୁ ପ୍ରତିଶ୍ରୁତି ଦେଇଥିଲେ ସେମାନେ ଆଜି ତାଙ୍କ ପ୍ରତିଶ୍ରୁତି ପୂରଣ କରିନାହାନ୍ତି ।ଭାରତୀୟ ଜନତା ପାର୍ଟିର ସରକାର ଓଡିଶାକୁ ଆସିଲେ ମୋଦିଙ୍କ ସ୍ୱପ୍ନକୁ ପୂରଣ କରାଯିବାର ପ୍ରତିଶ୍ରୁତି ଦେଉଛୁ । ୨୦୨୨ ସୁଦ୍ଧା ଓଡିଶା ତଥା ଭାରତର ସବୁ ଗରିବ ଲୋକଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ ତାର ଦାୟିତ୍ୱ ଆମ ସରକାର ନେବ  ।ଏହି ସାମ୍ବାଦିକ ସମ୍ମିଳନୀ ରେ କାଳନ୍ଦୀ ସାମଲ ଙ୍କ ସହ ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି,ଅନୁଗୋଳ ବିଜେପି ମିଡ଼ିଆ ସେଲ ର ସୋମନାଥ ରାଉତ,ଢେଙ୍କାନାଳ ଲୋକସଭାର ବିଜେପି ସହ ପ୍ରଭାରୀ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Follow by Email
WhatsApp