ତାଳଚେର ବିଧାୟକଙ୍କ ଗାଡ଼ିରେ ପୁଣି ଲଗାଇଲେ ନିଆଁ

ତାଳଚେର (ଏନଟିପି):

ଅନୁଗୋଳ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାଙ୍କ ଚଢୁଥିବା ଫରଚୂନର ଗାଡିକୁ ପୋଡିଲେ ଦୁର୍ବୃତ୍ତ । ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ଲଗାଇଲେ ନିଆଁ । ନନ୍ଦିରା ସ୍ଥିତ କାର୍ଯ୍ୟାଳୟରେ ଗାଡ଼ିରେ ନିଆଁ ଲଗାଇଲେ ଦୁବୃତ୍ତ । ପୂର୍ବରୁ ଅଗଷ୍ଟ 19 ତାରିଖରେ ଭୁବନେଶ୍ୱର ବିଧାୟକଙ୍କ ବାସ ଭଵନରେ ଦୁର୍ବୃତ୍ତ ପୋଡ଼ିଥିଲେ 2 ଟି ଗାଡି । ପରେ ପୈତୃକ ବାସ ଭବନରେ ଲଗାଇଥିଲେ ନିଆଁ ।ଏହା ବିଧାୟକଙ୍କ ସହ ବ୍ୟବସାୟୀକ ଶତ୍ରୁତା ବା ରାଜନୈତିକ ଶତ୍ରୁତା ନେଇ ଏପରି ଘଟଣା ହୋଇଥାଏ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ବିକ୍ରମପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।ବିଧାୟକ ଙ୍କ ଜୀବନ ପ୍ରତି ରହିଛି କି ବିପଦ।କଣ ରହିଛି ଏଘଟଣା ପଛର କାରଣ।
Follow by Email
WhatsApp