ବିଜେପି ପ୍ରତିଶୃତି ସମାବେଶରେ ରାଜ୍ୟସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଏନଟିପି)

ଭୁବନେଶ୍ୱରରେ ଆୟୋଜିତ ହୋଇଛି ବିଜେପି ‘ପ୍ରତିଶୃତି ସମାବେଶ।ଏହି ସମାବେଶରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ’ଯୋଗଦେଇଥିଲେ।ବିଜେପି ପାର୍ଟି ତରଫରୁ ସ୍ଥାୟୀ ପଟ୍ଟା ସହ ପକ୍କାଘର ଓ ରୋଜଗାର-ସ୍ୱରୋଜଗାର ପ୍ରତିଶୃତି ପତ୍ର ଓଡିଶାର ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପନ ମଧ୍ୟ କରଥିଲେ ।ଏହି ଅଭିଯାନ ଆଗାମୀ ୩ ମାସରେ ଓଡ଼ିଶାର ୫୦ ହଜାର ଗାଁରେ ପହଞ୍ଚିବ। ଏହା ଦ୍ୱାରା ନୂଆ ଓଡ଼ିଶା ଓ ନୂଆ ଭାରତର କଳ୍ପନା ସାକାର ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ପାନୀୟ ଜଳ ଯୋଗାଣ ଓ ପକ୍କା ଘର ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର :

ଓଡିଶାରେ ସରକାରଙ୍କର ଏବେ ପାନୀୟ ଜଳ ବିଭାଗରୁ ତଥ୍ୟ ଆସିଛି ଯେ ଓଡିଶାରେ ୧ କୋଟି ୧୦ ଲକ୍ଷ ଘର ପରିବାର ଅଛି। ତେବେ ୨୮ ଡିସେମ୍ବର ୨୦୧୮ ମସିହାରେ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ତଥ୍ୟନୁସାରେ ୨୭ ଲକ୍ଷ ୪୮ ହଜାର ପରିବାରଙ୍କ ମୁଣ୍ଡ ଉପରେ ଛାତ ନାହିଁ । ଆଜି ମଧ୍ୟ ୨୦-୨୫ ଲକ୍ଷ ଲୋକଙ୍କର ଘରଡିହ, ପଟ୍ଟା ନାହିଁ । ନବୀନ ସରକାରଙ୍କ ୧୯ ବର୍ଷରେ ୨୦ ଲକ୍ଷ ଲୋକଙ୍କ ପଟ୍ଟା ନାହିଁ । ପାଖାପାଖି ୩୦ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ଛାତ ନାହିଁ । ରାଜ୍ୟ ସରକାର ଜାଗା ଯୋଜନା ଆରମ୍ଭ କରି ଏହାକୁ ପୃଥିବୀର ସବୁଠୁ ବଡ ବୋଲି କହିଲେ । ଏଯାଏ ଲୋକଙ୍କୁ ଜାଗା ଯୋଜନାରେ ପଟ୍ଟା ମିଳିନାହିଁ ।୨୦୧୪ ମସିହାରେ ବିଜୁ ଜନତା ଦଳର ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇଛି “ସଭିଙ୍କ ପାଇଁ ଘର,ଗରିବଙ୍କ ସ୍ୱପ୍ନ ହେବ ସାକାର” । ସବୁ ଗରିବଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ଦେବୁ ବୋଲି ନବୀନ ପଟ୍ଟନାୟକ ଓ ବିଜେଡି ଦଳର ବନ୍ଧୁମାନେ କହିଥିଲେ । ମାତ୍ର ୨୦୧୯ ବର୍ଷ ପୁରିବାକୁ ଥିଲା ବେଳେ ଓଡିଶାରେ ପାଖାପାଖି ୩୦ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘର ନାହିଁ । ୨୦ ଲକ୍ଷଙ୍କ ପାଖରେ ପଟ୍ଟା ନାହିଁ ।ବିଧାନସଭାରେ ରାଜ୍ୟ ସରକାର ଦେଇଥିବା ତଥ୍ୟରୁ ଏହା ଜଣାପଡିଛି ।

ବେକାରୀଙ୍କୁ ନିଯୁକ୍ତି ଦେବାରେ ଫେଲ ମାରିଛ6ନ୍ତି ରାଜ୍ୟସରକାର :

ବେକାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଯୋଗାଇଦେବାରେ ଫେଲ ମାରିଛନ୍ତି ରାଜ୍ୟସରକାର ବୋଲି ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର।୨ ଦିନ ତଳେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଓଡିଆ ଯୁବକର ହକ୍ ପାଇଁ ଆନ୍ଦୋଳନ କରାଯାଇଥିଲା । ଓଡିଶାରେ ୨୬ ଲକ୍ଷ ଯୁବକ ଯୁବତୀ ଏମ୍ପଲଏମେଂଟରେ ପଞ୍ଜିକରଣ କରିଥିବା ବେଳେ ମାତ୍ର ୨୬ ହଜାରଙ୍କୁ ଚାକିରି ମିଳିଥିବା ସରକାର କହିଛନ୍ତି । ଓଡିଶାରେ ଡାକ୍ତର, ଶିକ୍ଷକ ଓ ଅନ୍ୟାନ୍ୟ ସରକାରୀ ପଦବୀ ଖାଲି ଅଛି ।

ଓଡ଼ିଶାରେ ବିଜେପି ସରକାର ଆସିଲେ ମିଳିବ ପଟ୍ଟା ଓ ପକ୍କା ଘର କହିଲେ ଧର୍ମେନ୍ଦ୍ର :

୨୦୦୯ ରୁ ୧୪ରେ କଂଗ୍ରେସ ଦେଶରେ ୨୫ ଲକ୍ଷ ୫୭ ହଜାର ଘର ବାଣ୍ଟି ଥିଲା । ଘରପିଛା ମୂଲ୍ୟ ୭୫ ହଜାର ଟଙ୍କା ଥିଲା । ମାତ୍ର ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ୫୫ ମାସରେ ୭୫ ହଜାର ଟଙ୍କାରୁ ବଢାଇକି ଦୁଇ ଗୁଣା କରାଯଇଛି ।ଘରପିଛା ୧ ଲକ୍ଷ ୫୦ ହଜାର ଟଙ୍କା ହୋଇଛି । ଭାରତ ବର୍ଷରେ କଂଗ୍ରେସ ବେଳେ ଗରିବ ଲୋକଙ୍କୁ ୨୫ ଲକ୍ଷ ଘର ଦିଆଯାଉଥିଲା । ୫ ବର୍ଷ ପୂରଣ ହୋଇନଥିବା ବେଳେ ମୋଦିଙ୍କ ସରକାର ୧ କୋଟି ୪୦ ଲକ୍ଷ ଘର ଗରିବଙ୍କୁ ଯୋଗାଇଛନ୍ତି ।ଗତ ୫ ବର୍ଷରେ ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷରୁ ଅଧିକ ଘର ଦିଆଯାଇଛି  । କିନ୍ତୁ ଯେଉଁମାନେ ୨୦୧୪ରେ ଗରିବଙ୍କ ଲୋକଙ୍କ ପାଇଁ ଘର ବନେଇବାକୁ ପ୍ରତିଶ୍ରୁତି ଦେଇଥିଲେ ସେମାନେ ଆଜି ତାଙ୍କ ପ୍ରତିଶ୍ରୁତି ପୂରଣ କରିନାହାନ୍ତି ।ଭାରତୀୟ ଜନତା ପାର୍ଟିର ସରକାର ଓଡିଶାକୁ ଆସିଲେ ମୋଦିଙ୍କ ସ୍ୱପ୍ନକୁ ପୂରଣ କରାଯିବାର ପ୍ରତିଶ୍ରୁତି ଦେଉଛୁ । ୨୦୨୨ ସୁଦ୍ଧା ଓଡିଶା ତଥା ଭାରତର ସବୁ ଗରିବ ଲୋକଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ ତାର ଦାୟିତ୍ୱ ଆମ ସରକାର ନେବ  ।
Follow by Email
WhatsApp