ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ, ଚଳିତ ବର୍ଷର ପାସ୍‌ ହାର ୭୨. ୩୩ ପ୍ରତିଶତ ।ବାଲେଶ୍ୱର ସର୍ବାଧିକ,ଗଜପତି ସର୍ବନିମ୍ନ

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷର ପାସ୍‌ ହାର ରହିଛି ୭୨. ୩୩ ପ୍ରତିଶତ । ମୋଟ୍‌ ୭୦ ହଜାର ୭୦୬ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ପୁଣି ଥରେ ମାରିଛନ୍ତି ଝିଅ । ଛାତ୍ରଙ୍କ ପାସ୍‌ ହାର ୭୦.୪ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍‌ ହାର ରହିଛି ୭୫.୦୨ ପ୍ରତିଶତ । ୪୦ ହଜାର ୫୮ ଜଣ ଛାତ୍ର ପାସ୍‌ କରିଥିବା ବେଳେ ୩୦ ହଜାର ୬୪୮ ଜଣ ଛାତ୍ରୀ ପାସ୍‌ କରିଛନ୍ତି ।

ପ୍ରଥମ ଶ୍ରେଣୀରେ ୨୦ ହଜାର ୮୦୬ ଜଣ ପାସ୍‌ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୨୩ ହଜାର ୯୦୪ ଜଣ ଓ ତୃତୀୟ ଶ୍ରେଣୀରେ ୨୫ ହଜାର ୩୬୦ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ବାଲେଶ୍ୱରରେ ସର୍ବାଧିକ ପାସ୍‌ ହାର ୮୬. ୫୬ ପ୍ରତିଶତ ରହିଛି । ସେହିପରି ଗଜପତିରେ ସର୍ବନିମ୍ନ ପାସ୍‌ ହାର ରହିଛି ୩୬.୨୦ ପ୍ରତିଶତ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଭୁବନେଶ୍ୱରର ଗୀତ ଗୋବିନ୍ଦ ଅଡିଟୋରିୟମରେ ପ୍ରକାଶ କରିଥିଲେ । orissaresults.nic.in ଓ chseodisha.nic.in ୱେବ ସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି 

Follow by Email
WhatsApp