ବହିଷ୍କାର ହେଲେ ଚନ୍ଦା କୋଚର…

ନୂଆଦିଲ୍ଲୀ, (ଏନଟିପି ବ୍ୟୁରୋ):ଚନ୍ଦା କୋଚରଙ୍କ ଅଡୁଆ ଧିରେ ଧିରେ ବଢିବାରେ ଲାଗିଛି। ବ୍ୟାଙ୍କ ପକ୍ଷରୁ ଭବିଷ୍ୟତରେ ମିଳିବାକୁ ଥିବା ସମସ୍ତ ସୁବିଧା ସୁଯୋଗ ତାଙ୍କୁ ଆଉ ଦିଆଯିବ ନାହିଁ ସୂଚନା ମିଳିଛି । ୨୦୦୯ରେ ମିଳିଥିବା ତାଙ୍କୁ ମିଳିଥିବା ସମସ୍ତ ବୋନସକୁ ଆଦାୟ କରାଯିବ। ବ୍ୟାଙ୍କର ନିୟମ ଓ ଭାରତର କାନୁନର ଉଲ୍ଲଙ୍ଘନ କରିଥିବା ଚନ୍ଦାଙ୍କ ଉପରେ ଅଭିଯୋଗ ହୋଇଛି। ଏହି ସବୁ ଅଭିଯୋଗ କାରଣରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଉଛି ବୋଲି କୁହାଯାଇଛି। ଆଇସିଆଇସିଆଇ ପକ୍ଷରୁ ହୋଇଥିବା ସ୍ଵତନ୍ତ୍ର ଯାଞ୍ଚରେ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ଚନ୍ଦା କୋଚର ବ୍ୟାଙ୍କର ଆଚାର ସଂହିତାର ଉଲ୍ଲଙ୍ଘନ କରିଥିବା ଦୋଷୀ ବିବେଚିତ ହୋଇଛନ୍ତି।  ଅବସରପ୍ରାପ୍ତ ବିଚାରପତି  ବିଏନ ଶ୍ରୀକୃଷ୍ଣାଙ୍କ ସମିତି ବୁଧବାର ନିଜର ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ କୋଚର ବ୍ୟାଙ୍କର ଆଚାର ସଂହିତାର ଉଲ୍ଲଙ୍ଘନ କରିଛନ୍ତି। ଏହି ରିପୋର୍ଟ ଆଧାରରେ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳ ବ୍ୟାଙ୍କର ଆଭ୍ୟନ୍ତରୀଣ ନୀତି ଆଧାରରେ କୋଚରଙ୍କ ଇସ୍ତଫାକୁ ଭୁଲ କରିଥିବା କାରଣରୁ ତାଙ୍କୁ ବହିଷ୍କାର କରାଯାଇଛି ବୋଲି ଦର୍ଶାଯିବ।  ସୂଚନାଯୋଗ୍ୟ ଯେ ଘରୋଇ କ୍ଷେତ୍ରର ପ୍ରମୁଖ ବ୍ୟାଙ୍କ ଆଇସିଆଇସିଆଇ  ବ୍ୟାଙ୍କର ପୂର୍ବତନ ଏମଡି ଓ ସିଇଓ ଚନ୍ଦା କୋଚରଙ୍କ ଉପରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି(ସିବିଆଇ)ର ନଜର ପିଏନବି ଘୋଟାଲା ପୂର୍ବରୁ ଥିଲା। ସିବିଆଇ ସୂତ୍ର ମୁତାବକ ଚନ୍ଦା କୋଚରଙ୍କ ବିରୋଧରେ  ସର୍ବ ପ୍ରଥମେ ୨୦୧୬ ଅକ୍ଟୋବରରେ ଅରବିନ୍ଦ ଗୁପ୍ତା ଅଭିଯୋଗ ଦାୟର କରିଥିଲେ। ଏହା ପରେ ସିବିଆଇ ୨୦୧୭ ଡିସେମ୍ବର ୮ରେ କୋଚର, ତାଙ୍କ ପତି ଓ ଭିଡିଓକୋନର ମାଲିକ ବେଣୁଗୋପାଳ ଧୂତଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ଏହାର ଦୁଇ ମାସ ପରେ ପିଏନବି ଘୋଟାଲା ସାମ୍ନାକୁ ଆସିଥିଲା

Follow by Email
WhatsApp