ଭିଜିଲାନ୍ସ ହାତରେ ପଡିଲେ କିରାଣୀ

ଅନୁଗୋଳ (ଏନ ଟିପି)

ସରକାରୀ କର୍ମଚାରୀ ଙ୍କୁ ଲାଞ୍ଚ ନେବାପଡ଼ିଲା ମହଙ୍ଗା।ଭିଜିଲାନ୍ସ ହାତରେ ପଡିଲେ କିରାଣୀ।ଏମିତି ଘଟଣା ଘଟିଛି ଅନୁଗୁଳ ବଅଁରପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରଞ୍ଜନ କୁମାର ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ରଞ୍ଜନ ପାତ୍ରପଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ସାହୁଙ୍କ ଠାରୁ 3ହଜାର ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବରୁ ଥିବା ବକେୟା ବିଲ ପାସ କରାଇ ଦେବାକୁ କହି ଟଙ୍କା ମଗୁଥିଲେ ରଞ୍ଜନ। ବାରମ୍ବର କହିବା ପରେ ମଧ୍ୟ କିଛି ଶୁଣୁ ନଥିଲେ। ଟଙ୍କା ନଦେଲେ ବିଲ ପାସ ହୋଇ ପାରିବ ନାହିଁ ବୋଲି ରୋକ ଠୋକ ଶୁଣାଇ ଦେଇଥିଲେ। ଫଳରେ ପ୍ରଶାନ୍ତ ବାଧ୍ୟ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଥିଲେ। ପୂର୍ବ ଯୋଜନା ମୁତାବକ ଆଜି ପ୍ରଶାନ୍ତ ଟଙ୍କା ଦେଉଥିବା ସମୟରେ ସେଠାରେ ଥିବା ଭିଜିଲାନ୍ସ ଅଧିକାରୀ ମାନେ କାବୁ କରି ନେଇଥିଲେ। ରଂଜନଙ୍କୁ ଗିରଫ କରା ଯିବା ସହ ତାଙ୍କ ଠାରୁ 3ହଜାର ଟଙ୍କା ଜବତ କରା ଯାଇଛି।ଭିଜିଲାନ୍ସ ଅଧିକାରୀ ରଞ୍ଜନ କୁ ମଧ୍ୟ ଅଧିକ ପଚରା ଉଚରା କରୁଥିବା ଜଣାପଡିଛି।

Follow by Email
WhatsApp