ଜଗୁଆର ଫାଇଟର୍‌ ପ୍ଲେନ୍‌ ଦୁର୍ଘଟଣାଗ୍ରସ୍ତ

ଉତ୍ତରପ୍ରଦେଶ(ଏନଟିପି):

ଭାରତୀୟ ବାୟୁସେନାର ଜଗୁଆର ଫାଇଟର୍‌ ପ୍ଲେନ୍‌ ଦୁର୍ଘଟଣାଗ୍ରସ୍ତ । ଉତ୍ତରପ୍ରଦେଶର କୁଶୀନଗରରେ ପ୍ଲେନ୍‌ କ୍ରାସ୍‌ ହୋଇଛି । ଏକ ଚାଷ ଜମି ମଧ୍ୟରେ ଖସି ପଡ଼ିବାରୁ ପ୍ଲେନଟି ସମ୍ପୁର୍ଣ୍ଣ ଜଳି ଯାଇଛି । ଏଥିରେ ପାଇଲଟ୍‌ ସୁରକ୍ଷିତ ଭାବେ ରକ୍ଷା ପାଇଯାଇଛନ୍ତି । ଗୋରଖପୁର ଏୟାର ବେସରୁ ଉଡ଼ାଣ ଭରିଥିଲା ଏହି ଜାଗୁଆର ପ୍ଲେନ୍‌ । ଉଡାଣର ମାତ୍ର ୧୦ ମିନିଟ୍‌ ମଧ୍ୟରେ ପ୍ଲେନ୍‌ଟି କ୍ରାସ ହୋଇଥିଲା। ତେବେ କ୍ରାସ ପୂର୍ବରୁ ପାଇଲଟ୍‌ ପ୍ଲେନ୍‌ରୁ ଡେଇଁପଡିଥିଲେ। ଦୁର୍ଘଟମା ପରେ ବାୟୁସେନା ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଛି। କେମିତି ହେଲା ଦୁର୍ଘଟଣା ତାର କାରଣ ସ୍ପଷ୍ଟ ହୋଇପାରିନାହିଁ। ୨୦୧୮ ଜୁନ୍‌ ମାସରେ ଗୁଜୁରାଟ କଛରେ ଲଢୁଆ ବିମାନ ଜାଗୁୱାର କ୍ରାସ ହୋଇଥିଲା। ଦୁର୍ଘଟଣାରେ ପାଇଲଟ ସଂଜୟ ଚୌହ୍ଵାନ୍‌ ସହିଦ୍‌ ହୋଇଥିଲେ ।

Follow by Email
WhatsApp