ସମସ୍ତଙ୍କ ପାଇଁ ଶିକ୍ଷା ର ବାର୍ତା ନେଇ KIIT ଓ KISS ର ମିନିମାରାଥନ Posted on 27/01/201927/01/2019 by NTP Bureau Report ଭୁବନେଶ୍ୱର (ଏନଟିପି) ଆଜି ସାରା ରାଜ୍ୟ ଦୌଡିଛି ଗୋଟିଏ ମହତ୍ ଉଦ୍ଦେଶ୍ୟରେ । ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟ ଏବଂ ସଚେତନତା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛିି କିଟ୍ ଓ କିସ୍ ଚତୁର୍ଥ ମିନି ମାରାଥନ । ଏକସଙ୍ଗରେ ରାଜ୍ୟର ୩୦ ଜିଲ୍ଲା ଏବଂ ୫ଟି ନଗର ସମେତ ମୋଟ୍ ୩୫ଟି ସହରରେ ମିନି ମାରାଥନ ଅନୁଷ୍ଠିତ ହୋଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ ତଥା ରାଜ୍ୟସଭା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରେରଣା ଏବଂ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେଉଛି ଏହି ମିନି ମାରାଥନ୍ । ଭୁବନେଶ୍ୱରରେ ଆୟୋଜିତ ମିନି ମାରଥନ୍ର ଉଦ୍ଘାଟନୀ ଉତ୍ସବରେ ବିଧାୟକ ପ୍ରୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଅଲିମ୍ପିଆନ୍, ଅନୁରାଧା ବିଶ୍ୱାଳ, ଭାରତୀୟ ମହିଳା ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟକ, ପର୍ବତାରୋହୀ କଳ୍ପନା ଦାସ, ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ୍ ପ୍ରମୁଖ ଉପସ୍ଥିତ ଥିଲେ ।ରାଜଧାନୀ ଭୁବନେଶ୍ୱରରେ ସ୍ୟାଣ୍ଡି ଟାଓ୍ଵାରରୁ ଆରମ୍ଭ ହୋଇ ଗଣଦୌଡ଼ କିଟ୍ କ୍ରିକେଟ୍ ଗ୍ରାଉଣ୍ଡ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଛି । ରାଜଧାନୀ ସମେତ ବିଭିନ୍ନ ଜିଲ୍ଲା ସହ ଅନୁଗୋଳ ଜିଲ୍ଲାର ଷ୍ଟାଡିୟମ ରୁ ମାରାଥନ ବାହାରି ସର୍କିଟ ହାଉସ ଛକ ଦେଇ ରାଜ ଛକ ପରେ ଥାନା ଛକ ଦେଇ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲେ।ପାଖାପାଖି ୫୦୦ ରୁ ଅଧିକ ଛାତ୍ର ଛାତ୍ରୀ ମାରାଥନ ରେ ଭାଗ ନେଇଥିଲେ।କିଟ ଓ କିସ୍ ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ ତଥା ରାଜ୍ୟସଭା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରେରଣା ଯୋଗୁଁ ଏହି ମିନିମାରାଥନ ଆୟୋଜିତ ହୋଇଥିଲା।ଅନୁଗୋଳ ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ପତାକା ଦେଖାଇ ମାରାଥନ ଶୁଭାରମ୍ଭ କରିଥିଲେ।ଉଦ୍ ଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥୀ,ମୁଖ୍ୟବକ୍ତା DRDA, PD ଅତୁଲ୍ୟ ଚମ୍ପତି ରାୟ, ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ରହିଥିଲେ।ମୁଖ୍ୟ ଅତିଥି ଶ୍ରୀ ଶତପଥୀ ଅଚ୍ୟୁତ ସାମନ୍ତ ଙ୍କ ପ୍ରୟାସ ଦ୍ୱାରା ଏହି ଶିକ୍ଷା ପାଇଁ ଗଣ ଦୌଡ କାର୍ଯ୍ୟକ୍ରମ ପାଇଁ କୃତଜ୍ଞତା ଦେଇଥିବା ସହ ତାଙ୍କର ଶିକ୍ଷା କୁ ନେଇ ସମାଜ ପାଇଁ ଯେଉଁ ଅବଦାନ ତାକୁ ସ୍ୱାଗତ କରିଥିଲେ।ସେପଟେ ମୁଖ୍ୟ ବକ୍ତା ଶ୍ରୀ ଚମ୍ପତି ରାୟ ଅଚ୍ୟୁତ ସାମନ୍ତ ଙ୍କ ର ଏହି ପ୍ରୟାସ କୁ ଭୁୟଶୀ ପ୍ରସଂଶା କରିଥିଲେ।ଅତିଥି ମାନଙ୍କୁ ଉତ୍ତରୀୟ ଦିଆଯାଇ ସମ୍ମାନିତ କରାଯାଇଥିଲା।ଅତିଥି ମାନଙ୍କ ଦ୍ୱାରା ପ୍ରତିଯୋଗୀ ଙ୍କୁ ସାର୍ଟିଫିକେଟ ବଣ୍ଟନ କରାଯାଇଥିଲା। କଳିଙ୍ଗ ଟିଭି ର ଅନୁଗୋଳ ଜିଲାପ୍ରତିନିଧି ସଭା ପରିଚାଳନା କରିଥିଲେ।ଅନୁଗୋଳ କଳିଙ୍ଗ ଟିଭି ର ଅନୁଗୋଳ ଜିଲାପ୍ରତିନିଧି ସଭା ପରିଚାଳନା କରିଥିଲେ।KIIT ର ଅଧିକାରୀ କଳ୍ପତରୁ ନାୟକ ଧନ୍ୟବାଦ ଦେେଇଥିଲେ।କିଟ ର ଅନ୍ୟତମ ସହଯୋଗୀ ସ୍ମୃତି ରଞ୍ଜନ ନାୟକ ମଧ୍ୟ ସାହାଯ୍ୟ ସହଯୋଗ କରିଥିଲେ ।ସମାଜସେବୀ ପର୍ଶୁରାମ ଦାଶ,ପ୍ରତାପ ମହାପାତ୍ର ,ମହେଶ ଭୋମରାଜ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। Share on FacebookTweetFollow usSave Post Views: 283
Odisha ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ: ଫୋକସରେ ପଶ୍ଚିମାଞ୍ଚଳ NTP Bureau Report 16/03/2019 0 ଭୁବନେଶ୍ୱର : ସାଧାରଣ ନୁର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ଚାଲିଛି ଅଙ୍କକଷା।ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରାଜନୈତିକ ଦଳ କସରତ ଆରମ୍ଭ କରି ସାରିଛନ୍ତି । ପ୍ରଥମ ପର୍ଯ୍ୟାୟ ଭଳି ଏହି ଅଂଚଳରେ […]
Odisha ଛେଣ୍ଡିପଦା ବ୍ଲକ ମହୋତ୍ସବ ଉଦ୍ ଘାଟନ କଲେ ବିଧାୟକ NTP Bureau Report 06/02/2020 0 ଛେଣ୍ଡିପଦା (ଏନ୍ ଟି ପି ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛେଣ୍ଡିପଦା ମିନି ଷ୍ଟାଡିୟମ ଠାରେ ଛେଣ୍ଡିପଦା ବ୍ଲକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ବିଭିନ୍ନ ପଂଚାୟତର […]
Odisha ପୁରୀକୁ କରାଯିବ ବିଶ୍ୱସ୍ତରୀୟ ଐତିହ୍ୟ ସହର NTP Bureau Report 21/10/2019 0 ପୁରୀ(ଏନଟିପି): ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରାଯିବ । ଆଗାମୀ ୩ ବର୍ଷରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ । ହେରିଟେଜ ସିକ୍ୟୁରିଟି ଜୋନ, ଶ୍ରୀସେତୁ ପ୍ରକଳ୍ପ, ବ୍ୟକ୍ତିଗତ କ୍ଷତିପୂରଣ ବାବଦ ପ୍ରକଳ୍ପ, […]