ପ୍ରେମିକାକୁ କାହିଁକି ତଣ୍ଟି ଚିପି ହତ୍ୟାକଲା ପ୍ରେମିକ

ନୂଆଦିଲ୍ଲୀ: ସୋନି ପ୍ରେମିକ ସହିତ ରହିବା ପାଇଁ ପ୍ରାୟ ଛଅ ମାସ ହେବ ସ୍ୱାମୀ ଓ ଦୁଇ ସନ୍ତାନଙ୍କୁ ଛାଡ଼ି ଆସିଥିଲା। କିନ୍ତୁ ଏହାର ପ୍ରତିବଦଳରେ ପ୍ରେମିକ ତାକୁ ହତ୍ୟା କରିଛି। ଏଭଳି ଏକ ରୋମାଞ୍ଚକର ଘଟଣା ଘଟିଛି ନୂଆଦିଲ୍ଲୀରେ।
ଉତ୍ତର-ପୂର୍ବ ଦିଲ୍ଲୀର ଚୌହାନବାଙ୍ଗର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସୋନି ଓ ତା’ର ପ୍ରେମିକା ବାହାଘରର ଯୋଜନା କରୁଥିଲେ। ସୋନିର ଛାଡ଼ପତ୍ର ହୋଇନଥାଏ। ଉଭୟଙ୍କ ଭିତରେ ଝଗଡ଼ା ହେଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରେମିକ ସୋନିର ତଣ୍ଟି ଚିପି ହତ୍ୟା କରିଲା। ପ୍ରେମିକ ଏହି ହତ୍ୟାକୁ ଆତ୍ମହତ୍ୟାର ରୂପ ହେବା ଲାଗି ପ୍ରଚେଷ୍ଟା ବି କରିଲା। ପଡୋଶୀମାନଙ୍କୁ ପ୍ରେମିକ ଦେଖାଇଲା ଯେ ସୋନି ଫାସି ଲଗାଇଛି। ଏହାପରେ ସେ ରାତିରେ ମୃତ ସୋନିର ଶବକୁ ଆମ୍ବୁଲାନ୍‌ସରେ ବିଜନୋର୍‌ ନେଇଥିଲା। ସେଠାରେ ଶବକୁ ପୋତିବାକୁ ଯାଉଥିବା ବେଳେ ହଠାତ୍‌ ପୁଲିସ ପହଞ୍ଚଥିଲା। ସୋନିର ଶାଶୁଘର ଲୋକେ ପୁଲିସକୁ ଏ ସଂପର୍କରେ ସୂଚନା ଦେଇଥିଲେ। ପୁଲିସ ଶବକୁ ନେଇ ପୋଷ୍ଟମର୍ଟମ କରାଇ ଘଟଣା ତଦନ୍ତ କରିଥିଲା। ଏହାପରେ ପୁଲିସ ପ୍ରେମିକକୁ ଗିରଫ କରିଥିଲା।

Follow by Email
WhatsApp