CAA ସପକ୍ଷରେ ବିଜେପିର ଜନଜାଗରଣ ଯାତ୍ରା Posted on 11/01/202011/01/2020 by NTP Bureau Report ଅନୁଗୋଳ(ଏନଟିପି): ନାଗରିକତା ସଂଶୋଧନ ଅଧିନିୟମ (ସି ଏ ଏ) ସପକ୍ଷରେ ରାଜ୍ୟବ୍ୟାପି ବ୍ୟାପକ ଜନଜାଗରଣ ନିମନ୍ତେ ଅନୁଗୋଳ ଜିଲ୍ଲାରେ ବିଜେପି ପକ୍ଷରୁ ସଚେତନତା ପଦଯାତ୍ରା କରାଯାଇଥିଲା।ଦେଶରେ ଲାଗୁହୋଇଥିବା ନାଗରିକତା ଆଇନକୁ ବିରୋଧୀ ଦଳର ନେତାମାନେ ବିଭ୍ରାନ୍ତି କର ମତ ମନ୍ତ୍ୱବ୍ୟ କହି ଦେଶ ବାସିଙ୍କ ମଧ୍ୟରେ ତିକ୍ତତା ଓ ଭ୍ରମ ସୃଷ୍ଟି କରୁଛନ୍ତି।ଦେଶର ଆଜି ମଧ୍ୟ ମୁସଲମାନ ଭାଇ ମାନେ ସୁରକ୍ଷିତ ଅଛନ୍ତି ।ଯଦି ସରକାର ମୁସଲମାନ ସମ୍ପ୍ରଦାୟ ମାନଙ୍କୁ ବିରୋଧ କରିଥାନ୍ତା ତାହେଲେ ଅବଦୁଲ କଲାମ ଏବଂ ତାଙ୍କ ପରି ଅନେକ ମହାନ ନେତା ବିଜେପି ସରକାରରେ ନଥାନ୍ତେ।ତେଣୁ ବିଭିନ୍ନ ଦେଶରୁ ଲାଞ୍ଚନା ର ଶିକାର ହୋଇ ଭାରତରେ ସରଣ ନେଉଛନ୍ତି ୫୫ ରୁ ଅଧିକ ସମ୍ପ୍ରଦାୟର ଲୋକେ।ସେମାନେ ଆମଦେଶର ନlଗରିକତା ଆଇନ ଲାଗୁ ହେବେ ପରେ ବିଶେଷ କରି କଂଗ୍ରେସ ଓ ବାମ ପନ୍ଥୀ ଦଳ ଏହାକୁ ବିରୋଧ କରୁଛି।ମାତ୍ର ଏହି ଆଇନରେ ଦେଶରେ ରହୁଥିବା ମୁସଲମାନ ସମ୍ପ୍ରଦାୟଙ୍କ କୌଣସି କ୍ଷତି ହେବନାହିଁ । ଅନୁଗୋଳ CAA ସପକ୍ଷ ଯାତ୍ରାରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଯୋଗଦେଇ ଷ୍ଟାଡିୟମ ରୁ ରାଲି ବାହାରି ଅନୁଗୋଳ ବଜାର ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା।ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ବରିଷ୍ଠ ନେତା ରୁଦ୍ର ପାଣି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ,ବିଜେପି ଜିଲ୍ଲା ସଭାପତି ଙ୍କ ସମେତ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ। Share on FacebookTweetFollow usSave Post Views: 397
Political Tadka କାଳିଆ ଯୋଜନାରେ ବିଜେଡି ନେତା ହିତାଧିକାରୀ :ବିଜେପିର ଅଭିଯୋଗ NTP Bureau Report 25/01/2019 0 ଢେଙ୍କାନାଳ (ଏନଟିପି) ରାଜ୍ୟ ସରକାର ଚାଷୀଙ୍କ ପାଇଁ କରିଛନ୍ତି କାଳିଆ ଯୋଜନା।କାଳିଆ ଯୋଜନା ପ୍ରକୃତ ହିତାଧିକାରୀ ଏହାର ଲାଭ ପାଇବା ବଦଳରେ ବିଜେଡି ନେତା ସାମିଲ ଥିବା ଅଭିଯୋଗ ଉଠାଇଛି ଭାଜପା।ରାଜ୍ୟ ସରକାରଙ୍କ ଦ୍ୱାରା […]
Political Tadka କିଏ ହାତେଇବ ଯଶିପୁର ? କାହା ସପକ୍ଷରେ ଯିବ ଜନମତ NTP Bureau Report 29/04/2019 0 କାହାର ହେବ ଯଶିପୁର? ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେଉଛନ୍ତି ଭୋଟର । ନିଜ ଅଞ୍ଚଳ ପାଇଁ ନେତା ବାଛୁଛନ୍ତି ମତଦାତା । ଆଉ ୬ଟି ସଂସଦୀୟ କ୍ଷେତ୍ର ସହ ୪୧ଟି ବିଧାନସଭା ଆସନ […]
Political Tadka ଜାଣନ୍ତୁ ବିଜେଡିର କିଏ କିଏ ୧୯ ମିଶନର ବିଧାୟକ ପ୍ରାର୍ଥୀ NTP Bureau Report 05/04/2019 0 ଭୁବନେଶ୍ୱର :(ଏନ ଟି ପି): ଜାଣନ୍ତୁ ବିଜେଡିର କିଏ କିଏ ୧୯ ମିଶନର ବିଧାୟକ ପ୍ରାର୍ଥୀ।ବିଜେଡି ଆଜି ସୁଦ୍ଧା ୧୪୭ ବିଧାନସଭା ଆସନ ମଧ୍ୟରୁ ୧୪୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା […]