“ମାନବ ସେବା ହିଁ ମାଧବ ସେବା”:ଜିଲ୍ଲାପାଳ

ଅନୁଗୋଳ (ଏନଟିପି)……ସ୍ୱତନ୍ତ୍ର ରିପୋର୍ଟ….

ମାନବ ସେବା ହିଁ ମାଧବ ସେବା….

ନିଆରା ବ୍ୟକ୍ତିତ୍ୱର ଅଧିକାରୀ ଅନୁଗୋଳ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ କଥା। ଯିଏ ସବୁବେଳେ କର୍ତ୍ତବ୍ୟନିଷ୍ଠ ସହ ଉଚ୍ଚ କୋଟିର କାର୍ଯ୍ୟଦକ୍ଷତା ତାଙ୍କୁ ଅନୁଗୋଳରେ ବେଶ ପରିଚିତ କରାଇପାରିଛି।

ଯନ୍ତ୍ରୀରୁ କଲେକ୍ଟର କେମିତି ଥିଲା ଯାତ୍ରା …..

    ବର୍ତମାନର ଅନୁଗୋଳ ଜିଲ୍ଲାପାଳ ଅନିଲ ସାମଲ ଜୟପୁର  NIIT ରୁ ଇଞ୍ଜିନିୟର ପାସ କରିଥିଲେ ।କଠିନ ପରିଶ୍ରମ ଓ ଏକାଗ୍ରତା ହିଁ ମଣିଷକୁ ସଫଳତାର ସ୍ୱାଦ ଦେଇଥାଏ।୨୦୦୩ ମସିହାରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ଲୋକଙ୍କ ସେବା କରିବାର ଏକ ସୁଯୋଗ ମିଳିଲା।ଲୋକଙ୍କ ସେବା ହିଁ ମାଧବ ସେବା ବୋଲି କୁହନ୍ତି ଶ୍ରୀ ସାମଲ।ଯାଜପୁରରେ କଣ କଣ ଥିଲା ଚ୍ୟାଲେଞ୍ଜ…. ଯାଜପୁରର ଜିଲ୍ଲାପାଳ ଥିବା ବେଳେ ସେ ସମୟରେ କିଛି ଚ୍ୟାଲେଞ୍ଜ ଆସିଥିଲା।କିଭଳି ସେ ସବୁକୁ ସଠିକ ଭାବେ ନିଆଯାଇପାରିବ ସେନେଇ ଜିଲ୍ଲାପାଳ ଅନିଲ ସାମଲ ଚିନ୍ତାରେ ଥିଲେ।୨୦୧୧ ମସିହାରେ ବାତ୍ୟା ହୋଇଥିଲା ଯାଜପୁର ଜିଲ୍ଲା ବାସୀ ଚିନ୍ତାରେ ଥିଲେ।ଜିଲ୍ଲାପାଳ ଶ୍ରୀ ସାମଲ ଏହାକୁ ସଠିକ ଭାବେ ପରିଚାଳନା କରଥିଲେ।ପୁଣି ୨୦୧୩ରେ ଯାଜପୁର ଉପରେ ଦାଉ ସାଧିବାକୁ ଚେଷ୍ଟାକରିଥିଲା ଫାଇଲିନ ।ଜିଲ୍ଲାପାଳ ଶ୍ରୀ ସାମଲ “ZERO-CASUALITY” ଲକ୍ଷ ନେଇ ସଠିକ ପରିଚାଳନା କରିଥିଲେ।ଗୋଟିଏ ପଟେ ଫାଇଲିନ ବାତ୍ୟା ଅନ୍ୟପଟେ ମାଆଙ୍କ ଦଶାହ କିନ୍ତୁ ମାଆଙ୍କ ଦଶାହରେ ଯୋଗନଦେଇ ଲୋକଙ୍କ ସେବାକୁ ପ୍ରଥମେ ପ୍ରାଧାନ୍ୟ ଦେଇ ରାଜ୍ୟ ତଥା ଭାରତ ବର୍ଷରେ ଚର୍ଚ୍ଚାକୁ ଆସିଥିଲେ ଜିଲ୍ଲାପାଳ ଅନିଲ ସାମଲ।୨୦୧୪ ରେ ମଧ୍ୟ ଶ୍ରୀ ସାମଲଙ୍କ ସମୟରେ ହୁଡ଼ ହୁଡ଼ ଆସିଥିଲା କିନ୍ତୁ ତାଙ୍କର କଠିନ ପରିଶ୍ରମ ଯୋଗୁଁ ତାହା ମଧ୍ୟ ସଠିକ ଭାବେ ପରିଚାଳନା କରି ସରକାରଙ୍କ ଠାରୁ ମଧ୍ୟ ସମ୍ମାନିତ ହୋଇଥିଲେ।୨୦୧୪ ସାଧାରଣ ନିର୍ବାଚନ,ପଞ୍ଚାୟତ ଓ ମୁନସିପାଲିଟି ନିର୍ବାଚନ ସମୟରେ ମଧ୍ୟ ଜିଲ୍ଲାପାଳ ଶ୍ରୀ ସାମଲ ଏହାର ସଠିକ ପରିଚାଳନା କରିଥିଲେ। ଯାଜପୁରରେ ବନ୍ୟା,ବାତ୍ୟା ଭଳି ଏତେ ବଡ଼ ବିପତ୍ତି ରେ ଲୋକେ ଭୟରେ ଥିଲେ ଜିଲ୍ଲାପାଳ ଶ୍ରୀ ଅନିଲ ସାମଲ ଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସଠିକ ଭାବେ ପରିଚାଳନା ହୋଇପାରିଥିଲା ।

ଯାଜପୁରରେ ହୋଇଛି ଅନେକ ବିକାଶ……

ଯାଜପୁର ଜିଲ୍ଲା ଏବେ ଏକ ଶିଳ୍ପ ବହୁଳ ଅଂଚଳ ଭାବେ ଜଣାଶୁଣା।ଯେତେବେଳେ ଯାଜପୁର ରେ ଟାଟାଷ୍ଟିଲ ପ୍ଲାଣ୍ଟକୁ ଲୋକେ ବିରୋଧ କରିଥିଲେ ଗୁଳିମାଡ଼ ହୋଇଥିଲା।୧୪୪ ଧାରା ମଧ୍ୟ ବଳବତ୍ତର ରହିଥିଲା।ଟାଟାଷ୍ଟିଲ ଭଳି ପ୍ଲାଣ୍ଟ କୁ ବନ୍ଦ ହେବା ଭଳି ପରିସ୍ଥିତି କୁ ଆସିଥିଲା କିନ୍ତୁ ଜିଲ୍ଲାପାଳ ଅନିଲ ସାମଲ ଏହାପରେ ଏକ ସାଧରଣ ଲୋକ ,କମ୍ପାନୀ କର୍ତ୍ତୃପକ୍ଷ କୁ ନେଇ ବୈଠକ ରେ ନିଷ୍ପତି ନିଆଯିବା ପରେ ପୁଣି ଚାଲିଥିଲା ପ୍ଲାଣ୍ଟ।ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର,୧୫ ଏକର ପରିମିତ ଜାଗାରେ ସବୁଠୁ ବଡ ପୋଖରୀ କୁସୁମୀ ଏମିତି ଅନେକ ପ୍ରକଳ୍ପ ମଧ୍ୟ ହୋଇଛି ।ଯାଜପୁର ଜିଲ୍ଲାବାସୀ ଏବେ ବି ଝୁରନ୍ତି ଜିଲ୍ଲାପାଳ ଅନିଲ ସାମଲ ଙ୍କୁ। 

ଏମିତି ଜିଲ୍ଲାପାଳଙ୍କୁ ପାଇ ଜିଲ୍ଲାବାସୀ କରନ୍ତି ଗର୍ବ….

ଯାଜପୁର ପରେ ଅନୁଗୋଳ ଜିଲ୍ଲାକୁ ବଦଳି ହୋଇଆସିଥିଲେ ଜିଲ୍ଲାପାଳ ଅନିଲ କୁମାର ସାମଲ।ଅନୁଗୋଳ ଜିଲ୍ଲା ଏକ ଶିଳ୍ପ ବହୁଳ।ଜିଲ୍ଲାବାସୀଙ୍କ ପାଇଁ  ତାଙ୍କ ଉତ୍ସର୍ଗୀକୃତ ସେବା ଅବର୍ଣ୍ଣନୀୟ ।ଯିଏ ଯେଉଁ ସମୟରେ କୋୖଣସି ଆବଶ୍ୟକତାକୁ ନେଇ ତାଙ୍କ ନିକଟକୁ ଆସିଥାଏ  ଯାହା ଯୁକ୍ତିସଙ୍ଗତ ଓ ନ୍ୟାୟୋଚିତ ଅବିଳମ୍ବେ ତାହା ପୂରଣ କରିବାର ପ୍ରୟାସ ସଦା ସର୍ବଦା ଜାରି ରଖିଥାନ୍ତି ।ସତରେ ଏଭଳି ଜଣେ ମହାନ ହୃଦୟବାନ ବ୍ୟକ୍ତି ଜିଲ୍ଲାପାଳ ଭାବରେ ଆମ ଜିଲ୍ଲାକୁ ଆସିଥିବାରୁ ଆମେ ନିଜକୁ  ଗୌରବାନ୍ବିତ ମନେକରନ୍ତି।

ଜିଲ୍ଲାପାଳଙ୍କ ଆଗରେ କଣ ଥିଲା ଚ୍ୟାଲେଞ୍ଜ….


ଆଠମଲ୍ଲିକର ମାଣିତ୍ରୀ ଠାରେ ପୋଲ ତଳକୁ ବସ୍ ଖସିପଡିଥିଲା।ଏହି ସମୟରେ ଜିଲ୍ଲାପାଳ ଅନିଲ ସାମଲଙ୍କ ସଠିକ ପରିଚାଳନା ଯୋଗୁଁ ଉଦ୍ଧାର କାର୍ଯ୍ୟ ଜଲଦି କରାଯିବା ସହ  ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତରିତ କରାଯାଇଥିଲା।ନଳକୂପ ଗାତରେ ପଡି ଯାଇଥିବା ରାଧାକୁ ଉଦ୍ଧାର କରିବା କାର୍ଯ୍ୟ ଖୁବ୍ ପ୍ରଶଂସନୀୟ । ଏତଦ୍ ବ୍ୟତୀତ ବନ୍ୟା,ବାତ୍ୟା,ଘଟଣା,ଦୁର୍ଘଟଣା ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ଅବିଳମ୍ବେ ସହଯୋଗର ହାତ ବଢ଼ାଇଛନ୍ତି ଜିଲ୍ଲାପାଳ । 


ଜିଲ୍ଲାପାଳ ଙ୍କ ଉଦ୍ୟମ ଯୋଗୁଁ ବନବାସୀ ହେଲେ ଗ୍ରାମବାସୀ….

ଅସହାୟ ରୋଗୀ ଙ୍କୁ ହୃଦୟ ଖୋଲି ସହାୟତା ପ୍ରଦାନ କରୁଥିବା ଏହି ଜିଲ୍ଲାପାଳ ବାସ୍ତବରେ ଚିରନମସ୍ୟ ।   ସେହିଭଳି ଆମ ଜିଲ୍ଲାରେ ଥିବା ସମ୍ପୂର୍ଣ୍ଣ ଜଙ୍ଗଲ ଜମିରେ ଗଢ଼ି     ଉଠିଥିବା ବଡମୂଳ ଗ୍ରାମକୁ ରାଜସ୍ୱ ଗ୍ରାମର ପରିବର୍ତ୍ତନ କରାଇଥିବା ରାଜ୍ୟରେ ପ୍ରଥମ ଘଟଣା ହୋଇଥିବା ଏହି କାର୍ଯ୍ୟ କେବଳ ଆମର ଏହି ପ୍ରିୟ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ଭବ ହୋଇପାରିଛି । ବଡ଼ମୂଳ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।ତାଳଚେର ହେଉ କି ଅନ୍ୟ କିଛି ଶିଳ୍ପାୟନ ଦ୍ୱାରା କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟା ସମାଧାନ କରି ମଧ୍ୟ ବିସ୍ଥାପିତଙ୍କ ହୃଦୟ ଜିତିଛନ୍ତି ଜିଲ୍ଲାପାଳ।ଯାହାଙ୍କର କର୍ତ୍ତବ୍ୟ ପରାୟଣତା ଓ ସ୍ବଚ୍ଛତା ପାଇଁ ଆମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିବା ସାଙ୍ଗକୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଏକ ନମ୍ବର ଜିଲ୍ଲାର ମାନ୍ୟତା କେବଳ ଆଉ କେବଳ ଆମ ପ୍ରିୟ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ପାଇଁ ହିଁ ମିଳିଛି ।କିନ୍ତୁ ଏହି କର୍ତ୍ତବ୍ୟନିଷ୍ଠ ଓ ଲୋକପ୍ରିୟ ଜିଲ୍ଲାପାଳଙ୍କ ଲୋକପ୍ରିୟତା ପାଇଁ ଓ ଅସାଧୁ ବ୍ୟକ୍ତି ମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ କିଛି ଲୋକ ଜିଲାପାଳଙ୍କୁ ବଦନାମ କରିବା ଭଳି ଅପଚେଷ୍ଟା କରୁଛନ୍ତି।ଭଲ ଲୋକମାନଙ୍କୁ ନାନା ପ୍ରକାର ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ନିଜେହିଁ ଅସୁବିଧାରେ ପଡିଥାଏ ।ଜିଲ୍ଲାପାଳ ରୁ କମିଶନର ଭାବେ ପଦୋନ୍ନତି ହୋଇଛି ଅନୁଗୋଳ ର ବର୍ତମାନର ଜିଲ୍ଲାପାଳ ଅନିଲ ସାମଲ ଙ୍କର।ଅନୁଗୋଳ ରେ ଜିଲ୍ଲାପାଳ ଅନିଲ ସାମଲଙ୍କ ସମୟରେ ବନ୍ଦ ହୋଇରହିଥିବା ୩ ବର୍ଷ ଧରି ମହୋତ୍ସବ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ମାନିତ …

ଅନୁଗୋଳ ଜିଲ୍ଲାର ଲୋକପ୍ରିୟ ଜିଲ୍ଲାପାଳ ଅନିଲ ସାମଲଙ୍କ ଅନୁଗୋଳ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟପାଇଅନ ତାଙ୍କୁ ସମ୍ମାନିତ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।INDIA TODAY ର ଏକ କନ୍ କ୍ଲେଭ ରେ ତାଙ୍କୁ ସମ୍ମାନିତ କରାଯାଇଛି।INTERVIEW TIMES ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କୁ ସମ୍ମାନିତ କରାଯାଇଥିଲା।ଅନୁଗୋଳ ଜିଲ୍ଲାପାଇଁ ତାଙ୍କର ଅବଦାନ ସତରେ ଅବିଶ୍ଵସନୀୟ।।
Follow by Email
WhatsApp