ବିଲମାଳରୁ ଦରପୋଡା ଅବସ୍ଥାରେ ମୃତଦେହ ଉଦ୍ଧାର….

ଛେଣ୍ଡିପଦା (ଏନଟିପି) (ବୁଦ୍ଧଦେବ ବେହେରାଙ୍କ ରିପୋର୍ଟ)

ଦରପୋଡା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର।ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମ ଶିବ ମନ୍ଦିର ପଛପଟେ ଥିବା ଡିଗିନାଳି ବିଲମାଳ ମଝିରେ ଦରପୋଡା ଅବସ୍ଥାରେ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଘଟଣାରୁ ଜଣାପଡିଛି ମାଛକୁଟା ଗ୍ରାମର ବୈକୁଣ୍ଠ ମାଝି ରବିବାର ଅପରାହ୍ନ ୪ଟାବେଳେ ଘରୁ କେଉଁଆଡେ ଚାଲିଯାଇଥିଲେ ।ବିଳମ୍ବିତ ରାତି ପର୍ଯ୍ଯନ୍ତ ଘରକୁ ନଫେରିବାରୁ ପରିବାର ଲୋକମାନେ ଖୋଜାଖୋଜି କରିବାପରେ ପାଇନଥିଲେ । ସୋମବାର ସକାଳେ ଗ୍ରାମବାସୀ ଶିବ ମନ୍ଦିର ପଛପଟେ ଡିଗିନାଳି ବିଳମାଳ ଭିତରେ ଅଧାପୋଡା ହୋଇ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । ମୃତଦେହ ପାଖରେ ଦୁଇଟି ୧୦ ଟଙ୍କିଆ ନୋଟ ଓ ୧ଟି ୧୦୦ଟଙ୍କିଆ ନୋଟ ପଡିଥିବା ବେଳେ ସେ ପିନ୍ଧିଥିବା ଜ୍ଯାକେଟ ଏକ ବାଉଁଶ ବୁଦା ମୁଳରେ ପଡିଥିବା ପରିବାର ଲୋକମାନେ ଦେଖିବାକୁ ପାଇଛନ୍ତି ।କେମିତି ହେଲା ମୃତ୍ୟୁ।କିଏ କଲା ମୃତ୍ୟୁ ତାହା ଏବେ ସନ୍ଦେହ ଘେରରେ।ପୋଲିସ ଶବକୁ ଜବତ କରି ତଦନ୍ତ ଚାଲିଥିବା ଜଣାପଡିଛି

Follow by Email
WhatsApp