ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଭୟଭୀତ ହୋଇ ଅପପ୍ରଚାର ଚାଲିଛି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଏନ. ଟି. ପି.):

ମଙ୍ଗଳବାର ଦିନ ଦିନିକିଆ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଲାଙ୍ଗୀର ଗସ୍ତକୁ ନେଇ ଯେଉଁମାନେ ଭୟଭୀତ ହୋଇପଡ଼ିଛନ୍ତି ସେମାନେ ଅପପ୍ରଚାର କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର କେଉଁଠି ଓହ୍ଲାଇବ ଏହା ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି କରେ। ଡିଏଫଓ କଣ ଏସପି ଓ କଲେକ୍ଟରଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଗରିବ ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଢେଙ୍କାନାଳର ବିଅର ଫ୍ୟାକ୍ଟ୍ରି ପାଇଁ ସରକାର ହଜାର ହଜାର ଗଛ କଟାଇଲେ। କାହା ଇସାରା ରେ ଏତେ ଗଛ କଟାଗଲା।ଏଥିପାଇଁ ଦାୟୀ କିଏ।ସେହି ଘଟଣାର ତଦନ୍ତ କୁଆଡେ ଗଲା।ଯିଏ ବିଅର ଫ୍ୟାକ୍ ଟ୍ରି ପାଇଁ ଗଛ କଟିଥିଲେ ତାଙ୍କ ଉପରେ ଏଯାବତ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ଭୟଭୀତ ହୋଇ ସେମାନେ ଏପରି ଅପପ୍ରଚାର କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।ଏଥିରେ କିଛି ଫରକ ପଡିବନି।

Follow by Email
WhatsApp