ଅଙ୍ଗନୱାଡି କର୍ମୀଙ୍କୁ ନୂଆବର୍ଷର ଭେଟି ଦେଲେ ନବୀନ

ଭୁବନେଶ୍ୱର: ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ରାଜ୍ୟ ସରକାର ଶନିବାର ଖୁସି ଖବର ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ାଇ ଥିବା ଘୋଷଣା କରିଛନ୍ତି। ବର୍ଦ୍ଧିତ ଦରମା ଅନୁସାରେ ଅଙ୍ଗନବାଡ଼ି କର୍ମୀମାନେ ଏଣିକି ମାସିକ ଦରମା ୬୦୦୦ ଟଙ୍କା ବଦଳରେ ୭,୫୦୦ ଟଙ୍କା ପାଇବେ।

ମୁଖ୍ୟମନ୍ତ୍ରୀ ନବୀନଙ୍କ ଘୋଷଣା ଅନୁସାରେ ମିନି ଅଙ୍ଗନବାଡ଼ି କର୍ମୀମାନେ ୪୧୩୫ ଟଙ୍କା ବଦଳରେ ୫୩୭୫ ଟଙ୍କା ପାଇବେ। ସେହିପରି ଅଙ୍ଗନବାଡ଼ି ହେଲପରମାନେ ୩୭୫୦ ଟଙ୍କା ପାଇବେ। ହେଲପରମାନେ ପୂର୍ବରୁ ୩୦୦୦ ଟଙ୍କା ମାସିକ ଦରମା ପାଉଥିଲେ। ବର୍ଦ୍ଧିତ ଦରମାର ୨୦୧୮ ଅକ୍ଟୋବରରୁ ପିଛିଲା ଭାବରେ ଲାଗୁ ହେବ।

ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀଙ୍କ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିଛନ୍ତି। ଅଙ୍ଗନବାଡ଼ିରେ କାର୍ଯ୍ୟରତ କର୍ମୀ ଓ ହେଲପରମାନେ ୧୫ ଦିନ ପାଇଁ ଖରାଛୁଟିରେ ରହିବେ। କେବଳ ସେତିକି ନୁହେଁ, କର୍ମୀ ଓ ହେଲପରମାନଙ୍କୁ ଅବସର ପରେ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇବେ। ଏହି ଆଧାରରେ ଅଙ୍ଗନବାଡ଼ି କର୍ମୀମାନେ ୨୫୦୦୦ ଟଙ୍କା, ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ୧୫ ହଜାର ଟଙ୍କା ଓ ହେଲପରଙ୍କୁ ୧୦,୦୦୦ ଟଙ୍କା ମିଳିବ ବୋଲି ନବୀନ କହିଛନ୍ତି।

Follow by Email
WhatsApp