ରିମାଣ୍ଡରେ ଗଲେ ଗୋଲଡେନ ବାବା

ଏନଟିପି(ଭୁବନେଶ୍ୱର) ଗୋଲଡେନ୍‌ ବାବା ଓରଫ୍ ଜ୍ୟୋତି ରଂଜନ ବେଉରାକୁ ରିମାଣ୍ଡରେ ନେଲା କ୍ରାଇମ ବ୍ରାଞ୍ଚର ଅର୍ଥନୀତିକ ଅପରାଧ ଶାଖା(EOW)। ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଏସ୍‌ଡିଜେଏମ୍‌ ଅନୁମତି ଦେବା ପରେ EOWର ଏକ ନିର୍ଦ୍ଦିଷ୍ଟ ଟିମ୍ ଝାରପଡ଼ା ଜେଲରୁ ଗୋଲଡେନ୍‌ ବାବାକୁ ନିଜ ଅକ୍ତିଆରକୁ ନେଇ ପଚରା ଉଚରା ଆରମ୍ଭ କରିଛି।

ଲକ୍ଷ୍ମୀସାଗର ଓ ଚନ୍ଦ୍ରଶେଖରପୁର ଥାନାର ଦୁଇଟି ମାମଲାକୁ ନେଇ EOW ତଦନ୍ତ ଆରମ୍ଭ କରିଛି। ସେ ଏତେ ସଂପତ୍ତିର ମାଲିକ କିପରି ହେଲେ? କୋଟି କୋଟି ଟଙ୍କା ଠକେଇ ପଛରେ କେବଳ ଗୋଲଡେନ୍‌ ବାବା ନା ଆଉ କାହାର ସଂପୃକ୍ତି ରହିଛି? ନେତାଙ୍କ ସହ ମାଳମାଳ ଫଟୋ ଥିବାରୁ ଗୋଲଡେନ୍‌ ବାବାକୁ ସେମାନେ ପ୍ରଶ୍ରୟ ଦେଉଥିଲେ କି? ରାଜନୀତିକ ବ୍ୟକ୍ତିବିଶେଷଙ୍କ ସହ ଲିଙ୍କ ରଖି ଠକେଇ ହେଉଥିଲା କି? ଏସବୁର ଖୋଳତାଡ଼ କରିବ EOW।

ପୂର୍ବରୁ କମିଶନରେଟ ପୁଲିସ ଗୋଲଡେନ୍‌ ବାବାର ୪୦ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ଦେଢ଼ କେଜି ଓଜନର ସୁନା ରହିଥିବା ଲକରକୁ ଫ୍ରିଜ କରିଛି। ତା’ ନାଁରେ କିମ୍ବା ଅନ୍ୟ ନାଁରେ ତା’ର ବେନାମୀ ପ୍ରପର୍ଟି କ’ଣ ରହିଛି ତାର ମଧ୍ୟ ଖୋଳତାଡ଼ କରିବ EOW।

Follow by Email
WhatsApp