ଅନୁଗୋଳରେ ହେବ ଆଦର୍ଶ ସାମୁହିକ ବିବାହ

ଏନଟିପି(ଅନୁଗୋଳ)ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ଦ୍ୱାରା ଅନୁଗୋଳରେ ପ୍ରଥମଥର ଆଦର୍ଶ ସାମୁହିକ ବିବାହ ଉତ୍ସବ ଅନୁଷ୍ଠିତ ହେବ।ଆସନ୍ତା ଫେବୃୟାରୀ ୧୦ ତାରିଖରେ ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିର ଠାରେ ଅନୁଷ୍ଟିତ ହେବ।ସମ୍ପୂର୍ଣ ଆର୍ଥିକ ସହାୟତା ସହ ୫୧ ଯୁଗଳଙ୍କ ବିବାହ କାର୍ଯ୍ୟ ଆୟୋଜନ କରାହେଉଛି,ଇଛୁକ ଅଭିଭାବକ ମାନେ ସ୍ଥାନୀୟ ସରପଞ୍ଚଙ୍କ ମାଧ୍ୟମରେ ୨୫ ତାରିଖ ସୁଧା ରେଜିଷ୍ଟ୍ରେସନ କରିବାକୁ ହେବ। ଏ ନେଇ କିଭଳି ଆଦର୍ଶ ସାମୁହିକ ବିବାହ ଉତ୍ସବ ନିରାଡ଼ମ୍ବର ସହ ପାଳନ ହେବ ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ସୂଚନା ଦେଇଥିଲ।ଏ ନେଇ ସବିଶେଷ ବିବରଣୀ ଓ ପଞ୍ଜିକରଣ ପାଇଁ ଅନୁଷ୍ଠାନ ର ପୁରୁଷୋତ୍ତମ ଅଗ୍ରୱାଲ ଓ ନନ୍ଦୁଲାଲ ଅଗ୍ରୱାଲ ଙ୍କୁ ଯୋଗାଯୋଗ କରିବା ପାଇଁ କୁହାଯାଇଥିଲା।ଏହି ବୈଠକରେ ଅନୁଷ୍ଠାନ ର ଅଧ୍ୟକ୍ଷ ମହାବୀର ପ୍ରସାଦ ଅଗ୍ରୱାଲ ଙ୍କ ସମେତ କର୍ମକର୍ତା ଉପସ୍ଥିତ ଥିଲେ।

Follow by Email
WhatsApp