ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଶିକ୍ଷା ଅନୁଷ୍ଠାନ ର ବାର୍ଷିକ କ୍ରୀଡ଼ା ଉତ୍ସବ

ନରସିଂହପୁର :(ଏନଟିପି)

କଟକ ଜିଲ୍ଲା ନରସିଂହପୁର ସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଶାରୀରିକ ସ୍ନାତକ ଶିକ୍ଷା ଅନୁଷ୍ଠାନ ର ବାର୍ଷିକ ଉତ୍ସବ ସୋମବାର ଉଦଘାଟିତ ହୋଇଯାଇଛି, ଅନୁଷ୍ଠାନ ର ଅଧ୍ୟକ୍ଷ ଅରବିନ୍ଦ ଆଚାର୍ଯ୍ୟ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, ଜାତୀୟ ସ୍ତରର କ୍ରୀଡ଼ା ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ମଶାଲ ଶୋଭାଯାତ୍ରା କ୍ଲବ ଛକ ରୁ ବାହାରି ଅନନ୍ତ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ରେ ପହଞ୍ଚି ଥିଲା, କ୍ରୀଡ଼ା ରେ ଅଂଶଗ୍ରହଣ କରିଥିବା ଦୁଇ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ 4ଟି ଗ୍ରୁପରେ ମାର୍ଚ୍ଚଫାଷ୍ଟ କରିଥିଲେ, ଅଧ୍ୟକ୍ଷ ଶ୍ରୀ ଆଚାର୍ଯ୍ୟ ଅଭିବାଦନ ଗ୍ରହଣ କରିଥିଲେ, ପରେ 100 ମିଟର 4ଶହ ମିଟର 8ଶହ ମିଟର 15ଶହ ତିନି ହଜାର ଓ ପାଞ୍ଚ ହଜାର ମିଟର ଦୌଡ଼,ଲମ୍ବ ଡିଆଁ, ଉଚ ଡିଆଁ,ଟ୍ରିପଲ ଜମ୍ପ,ସଟଫୁଟ,ଜାଭିଲିଙ୍ଗ ଆଦି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରାଯାଇଥିଲା, ପ୍ରଶିକ୍ଷକ ଦିଲ୍ଳୀପ କୁମାର ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ରମେଶ ଚନ୍ଦ୍ର ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ, ଶିକ୍ଷକ ପ୍ରଶିକ୍ଷିକା ଡ଼ ପଦ୍ମାଳୟା ନାଥ, ମନଶ୍ୱନି ବିଶୋଇ, ଗୀତାଞ୍ଜଳି ରାଉତ,ସଂଘମିତ୍ରା ପଣ୍ଡା, ଶିକ୍ଷକ ପ୍ରଶିକ୍ଷକ ମନୋଜ କୁମାର ମହାପାତ୍ର, ରଞ୍ଜନ କୁମାର ନାୟକ, ଚକ୍ରଧର ସାହୁ, ତ୍ରିଲୋଚନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କର୍ଣ୍ଣ ମହାଳିକ,ଅଜୟ ସ୍ଵାଇଁ, ତନବିର ଆଜ୍ ମୀ, ପ୍ରମୁଖ ଖେଳ ପରିଚାଳନା ରେ ସହଯୋଗ କରିଥିଲେ, । ବଡ଼ମ୍ବା-ନରସିଂହପୁର ରୁ ଶିବରାମ ପଣ୍ଡା ଙ୍କ ରିପୋର୍ଟ news time pro

Follow by Email
WhatsApp