ଚା’ପିଇବା ସମୟରେ କେଉଁ ୫ ଟି ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ….

*ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଚା’ ବିଷୟରେ ଅନେକ କିଛି କୁହାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚା’ର ସମ୍ୱନ୍ଧ ଶନି ଗ୍ରହ ସହ ରହିଛି। ତେଣୁ ଚା’ ପିଇବା ସମୟରେ ୫ଟି ଜିନିଷ ଉପରେ ଧ୍ୟାନ ଦେବା ଜରୁରୀ।*

*୧. ଯେଉଁ ଲୋକଙ୍କ କୁଣ୍ଡଳୀରେ ଶନି ଗ୍ରହର ଦଶା ଦୁର୍ବଳ ଥିବ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ବ୍ୟକ୍ତି ଚା’ ପିଇବା ଅନୁଚିତ୍‌। ବରଂ ସେମାନେ ଅନ୍ୟଙ୍କୁ ଚା’ ତିଆରି କରି ପିଇବାକୁ ଦେବା ଉଚିତ୍‌। ଏପରି କରିବା ଦ୍ୱାରା ଶନିଙ୍କ ଖରାପ ପ୍ରଭାବ ହ୍ରାସ ପାଇଥାଏ।*

*୨. ଯେଉଁ ବ୍ୟକ୍ତିଙ୍କ ଜନ୍ମ କୁଣ୍ଡଳୀରେ ଶନିଙ୍କ ସ୍ଥିତି ମଜବୁତ୍ ରହିଛି, ସେମାନେ ଚା’ ପିଇବା ଉଚିତ୍‌। ଏହା ସହ ସେମାନଙ୍କୁ ଚା’ ବ୍ୟବସାୟ ପାଇଁ ଜ୍ୟୋତିଷ ଶାସ୍ତ୍ରରେ ପରାମର୍ଶ ମଧ୍ୟ ଦିଆଯାଇଛି।*

*୩. ଯେଉଁ ବ୍ୟକ୍ତି ଅଧିକ କ୍ଷୀର ମିଶ୍ରିତ ଚା’ ପିଅନ୍ତି, ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସେମାନେ ସୁଖ ଓ ସମୃଦ୍ଧିର ଜୀବନ ଅତିବାହିତ କରନ୍ତି। ଏମାନେ ଅଧିକ ପରିଶ୍ରମୀ ହେବା ସହ ଜୀବନରେ ଉଚ୍ଚ ପଦ ପାଇଥା’ନ୍ତି।*

*୪. କିଛି ଲୋକ ମସଲାଯୁକ୍ତ ଚା’ ପିଇବାକୁ ପସନ୍ଦ କରନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏପରି ବ୍ୟକ୍ତିଙ୍କୁ ସଫଳତା ପାଇଁ ଦୀର୍ଘ ସମୟ ଯାଏ ଅପେକ୍ଷା କରିବାକୁ ପଡ଼େ। ତେବେ ବିଳମ୍ୱରେ ହେଉ ପଛେ, ଏମାନଙ୍କୁ ସଫଳତା ନିଶ୍ଚୟ ମିଳିଥାଏ।*

*୫. ସେହିପରି କିଛି ଲୋକଙ୍କୁ କଳା ଚା’ ପିଇବା ଖୁବ୍‌ ପସନ୍ଦ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ବ୍ୟକ୍ତିମାନେ ବୁଦ୍ଧିଜୀବୀ ହୋଇଥା’ନ୍ତି। ଏମାନଙ୍କର ପ୍ରତିଷ୍ଠା ଦୂର ଦୂରାନ୍ତ ଯାଏ ବିସ୍ତାରି ଥାଏ। ଏହା ସହ ଜୀବନରେ ଏହି ବ୍ୟକ୍ତିମାନେ ଅନେକ ଧନ ମଧ୍ୟ ଉପାର୍ଜନ କରିଥା’ନ୍ତି।*

Follow by Email
WhatsApp