ଅନୁଗୋଳ ସିଟିଜେନ ପକ୍ଷରୁ ଜାତୀୟ ଭଲିବଲ କପ 2025 ଉଦଯାପିତ


ଅନୁଗୋଳ : ଅନୁଗୋଳ ଜିଲ୍ଲା ପବିତ୍ର ନଗର ମିନି ଷ୍ଟାଡିୟମ ଠାରେ ଅନୁଗୋଳ ସିଟିଜେନ ପକ୍ଷରୁ ଜାତୀୟ ଭଲିବଲ କପ 2025 ଉଦଯାପିତ ହୋଇଯାଇଛି | ଦୁଇଦିନିଆ ଜାତୀୟ ଭଲିବଲ କପ ରେ 5 ଟିମ ସାମିଲ ହୋଇ ଭଲିବଲ ଖେଳ ଅନୁଷ୍ଟିତ ହୋଇଥିଲା | ଅନୁଗୋଳ ଜିଲ୍ଲା ର କସିଡିହ, ଟାକୁଆ, ଗୋବରା, ସନ୍ତରାବନ୍ଧ ଓ କଲିକତା ପୋଲିସ ଟିମ ସାମିଲ ହୋଇ ଖେଳ ହୋଇଥିଲା |ଜାତୀୟ ଭଲିବଲ କପ 2025 ର ଉଦଘାଟନୀ ଦିବସରେ ଆଦର୍ଶ ଗ୍ରୁପ ର ଅଧ୍ୟକ୍ଷ ଶିକ୍ଷାବିତ ଡଃ ମହେଶ ଧଳ, ସମାଜ ସେବି ସୁନୀଲ ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଉଦଜାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ସମ୍ମାନିତ ଅତିଥି ଭାବେ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଅନୁଗୋଳ ସିଟିଜେନ ର ସଭାପତି ସମାଜସେବୀ ପ୍ରଫୁଲ୍ଲ କୁମାର ମିଶ୍ର, ସଦସ୍ୟ ସୁମନ ପ୍ରଧାନ , ଉପଦେଷ୍ଟା ମାନସ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଅନୁଗୋଳ ସିଟିଜେନ ପକ୍ଷରୁ ଆୟୋଜିତ ଜାତୀୟ ଭଲିବଲ କପ ଯେଉଁ ପ୍ରୟାସ ଆରମ୍ଭ କରିଛି ତାହା ସତରେ ପ୍ରଶଂସନୀୟ | ବିଗତ ବର୍ଷ ଜିଲ୍ଲା ମୁଖ୍ୟାଳୟରେ ଏହା ଆୟୋଜନ ହୋଇଥିଲା ଚଳିତ ଥର ଗ୍ରାମାଞ୍ଚଳ ରେ ଜାତୀୟ ଭଲିବଲ କପ ଆୟୋଜନ କରାଯାଇ ଗ୍ରାମାଞ୍ଚଳରେ ଭଲିବଲ ର ପ୍ରଚାର ପ୍ରସାର ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସତରେ ସ୍ୱାଗତଯୋଗ୍ୟ |ଲିଗ ମ୍ୟାଚ ରେ ଶକ୍ତିଶାଳୀ ଟିମ କୋଲକାତା ପୋଲିସ କୁ ହରାଇଥିଲା ଟାକୁଆ ଟିମ | ସେମିଫାଈନାଲରେ ଗୋବର କୁ ହରାଇ ଫାଇନାଲ ରେ ପ୍ରବେଶ କରିଥିଲା କୋଲକାତା ପୋଲିସ |

ସେପଟେ ସେମିଫାଇନାଲ 2-1 ସେଟରେ ସନ୍ତରାବନ୍ଧକୁ ହରାଇ କୋଲକାତା ପୋଲିସ ରେ ଫାଇନାଲ ରେ ପ୍ରବେଶ କରିଥିଲା |
ଫାଇନାଲ ରେ କୋଲକାତା ପୋଲିସ ଓ ଟାକୁଆ ମଧ୍ୟରେ ଖେଳ ହୋଉଥିଲା | କୋଲକତା ପୋଲିସ ଟାକୁଆ ଟିମ କୁ 2-0 ସେଟରେ ଜିତି ଚାମ୍ପିୟାନ ଟ୍ରଫି ହାତେଇନେଇଥିଲା କୋଲକାତା ପୋଲିସ | ଅନୁଗୋଳ ସିଟିଜେନ ଜାତୀୟ ଭଲିବଲ କପ ପକ୍ଷରୁ ଉଦଜାପନୀ ଦିବସରେ ମୁଖ୍ୟଅତିଥି ଙ୍କ ଦ୍ୱାରା ଚାମ୍ପିୟାନ ଟିମ କୁ ଚମ୍ପିୟାନ ଟ୍ରଫି ସହ ବିଜେତା ଟିମ କଲିକତା ପୋଲିସ କୁ 20,000 ଟଙ୍କା ରାଶି ଓ ରନର୍ସ ଅଫ ଭାବେ ଟାକୁଆ କୁ ଟ୍ରଫି ସହ 15, 000 ଟଙ୍କା ରାଶି ପ୍ରଦାନ କରାଯାଇଥିଲା | ରେଫରୀ ଭାବେ ଅଶୋକ ପ୍ରଧାନ, ରଜନୀ ମିଶ୍ର, ଯତିନ ସାହୁ,ଉଦିତ ଗଡ଼ନାୟକ, ତୁଷାର ପ୍ରଧାନ ପ୍ରମୁଖ ଖେଳ ର ପରିଚାଳନା କରିଥିଲେ
ଅନୁଗୋଳ ସିଟିଜେନ ଭଲିବଲ କପ ସଂଘର ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଦିନରେ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଭଲିବଲ କପ ଆୟୋଜନ କରାଯିବ | ପବିତ୍ରନଗର କ୍ଲବ ର ସହଯୋଗ ପାଇଁ ମଧ୍ୟ ଏହା ସଫଳ ଭାବେ ଆୟୋଜନ ହୋଇପାରିଛି |

Leave a Reply

Your email address will not be published. Required fields are marked *

Follow by Email
WhatsApp