ତାଳଚେର ଥର୍ମାଲ ଦ୍ୱାରା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ର ଦୁଇଦିନିଆ କର୍ମଶାଳା Posted on 13/02/202013/02/2020 by NTP Bureau Report ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ତାଳଚେର ଥର୍ମାଲ ଦ୍ୱାରା ପାରିପାର୍ଶ୍ଵିକ 10 ଟି ସରକାରୀ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ର 2 ଦିନିଆ କାର୍ଯ୍ୟଶାଳା ଆଜି ଥର୍ମାଲ EDC ଅଡିଟୋରିଅମ ରେ ଥର୍ମାଲ ର GM(o&m) ଶ୍ରୀ ଅରିନ୍ଦମ sinha ଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି.ଏହି କାର୍ଯ୍ୟକ୍ରମ ରେ AGM (HR)ଶ୍ରୀ ଅଲିଅସ ଟୋପନୋ, DGM(CSR) ଶ୍ରୀ ସମିତ କୁମାର ଦେବ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ସୁନୀଲ ମୁଣ୍ଡୁ ଓ UNICED ତରଫରୁ ଶ୍ରୀ ଅରବିନ୍ଦ ଶର୍ମା ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମ IIT କାନପୁର ଦ୍ୱାରା ପ୍ରସ୍ତୁତ ହୋଇଛି. ସୌର ସେଲ ଦ୍ୱାରା ପ୍ରୋଜେକ୍ଟର ମାଧ୍ୟ୍ୟମରେ ପିଲା ମାନଙ୍କୁ ଗଣିତ ଓ ବିଜ୍ଞାନ ବିଷୟ କୁ ସରଳ ଭାବେ ବୁଝାଇବାରେ ଏହା ସହାୟକ ହେବ. ବିଜୁଳି ବ୍ୟବସ୍ଥା ନଥିବା ବିଦ୍ୟାଳୟ ରେ ମଧ୍ୟ ଏହା ସୌର ସେଲ ଯୋଗୁଁ ସମ୍ଭବ ହେବ.ଏହି ସ୍ମାର୍ଟ କ୍ଲାସ ରେ ଶିକ୍ଷା ଲାଭ କରୁଥିବା ପିଲା ମାନଙ୍କୁ 3ଥର ମୂଲ୍ୟାୟନ କରାଯିବ. E-ଲର୍ଣ୍ଣିଙ୍ଗ ଶିକ୍ଷା ପାଇଁ ଆବଶ୍ୟକ କିଟ ସ୍କୁଲ ମାନଙ୍କୁ ପ୍ରଦାନ କରା ଯାଇ ସାରିଛି. UNICED ଟିମ ଦ୍ୱାରା ପ୍ରତି ସପ୍ତାହ ରେ ଶିକ୍ଷକ ମାନଙ୍କୁ ଏହି ଶିକ୍ଷା ର ଅଗ୍ରଗତି ସମ୍ପର୍କ ରେ ଅନୁଧ୍ୟାନ କରାଯିବ. କାର୍ଯ୍ୟଶାଳା ର ପ୍ରଥମ ଦିନ IIT କାନପୁର ରୁ ଆସିଥିବା ପ୍ରଶିକ୍ଷକ ଶ୍ରୀ ଅନୁରାଗ ପାଣ୍ଡେ ଆଲୋକ ଓ ଧ୍ଵନି ର ବିଭିନ୍ନ ସିଦ୍ଧାନ୍ତ, ଦିଆ ଯାଇଥିବା କିଟ ମାଧ୍ୟମରେ ବୁଝାଇ ଥିଲେ. ଦିନ ରାତି, ଚନ୍ଦ୍ର ଗ୍ରହଣ, ସୂର୍ଯ୍ୟ ପରାଗ, ତାପ, ତରଙ୍ଗ ଓ ଦୋଳନ ଆଦି ବିଜ୍ଞାନ ସମ୍ପର୍କୀୟ ଶିକ୍ଷା ଅତି ସରଳ ଭାବେ ବୁଝାଇ ଥିଲେ. ଏହି କାର୍ଯ୍ୟଶାଳାରୁ ଶିକ୍ଷକ ମାନେ ଲାଭା ନ୍ବିତ ହୋଇ ଥିବା ପ୍ରକାଶ କରିଛନ୍ତି. Share on FacebookTweetFollow usSave Post Views: 280
Odisha 9th International Congress & Exhibition on Arsenic in the Environment Inaugurated at KIIT NTP Bureau Report 21/10/2024 0 Bhubaneswar, Oct 21: The prestigious 9th International Congress & Exhibition on Arsenic in the Environment was inaugurated today at KIIT-DU, bringing together over 100 international […]
Odisha ଫନି ପରେ ଅନ୍ଧାର ବଡଦାଣ୍ଡ,୧୨ ରେ ଜଳିବ ଆଲୋକ NTP Bureau Report 09/05/2019 0 ଜୋରସୋରରେ ଚାଲିଛି ମରାମତି, ୧୨ତାରିଖ ସୁଦ୍ଧା ପୁରୀ ବଡଦାଣ୍ଡରେ ଜଳିବ ଆଲୁଅ ବାତ୍ୟା ଫନିର ତାଣ୍ଡବ ପରେ ଉପକୂଳ ଓଡିଶାରେ ବିଦ୍ୟୁତ ସେବା ବ୍ୟାହାତ ହୋଇଛି । ବିଦ୍ୟୁତ ସମସ୍ୟା ନେଇ ସୂଚନା ଓ […]
Odisha କମାଳାଦେଇପୁର ରେ ରାସ୍ତା ରୋକ !! କଟକ ନରସିଂହପୁର ଗାଡି ଚଳାଚଳ ଠପ୍ NTP Bureau Report 15/03/2019 0 ବଡମ୍ବା /ନରସିଂହପୁର (ଶିବ ପ୍ରସାଦ ପଣ୍ଡା) ଆରକେଡି ଠିକା ସଂସ୍ଥାର ମନମାନି ଓ ଡ୍ରେନ ନିର୍ମାଣ କୁ ବିରୋଧ କରି ନରସିଂହପୁର ଥାନା ଅନ୍ତର୍ଗତ କମଳାଦେଇପୁର ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଛନ୍ତି।ବହୁ ଦିନ […]