ଅନିଲ ଅମ୍ବାନୀ କାହିଁକି ବ୍ୟବସାୟରେ ଅସଫଳ

ମୁମ୍ବାଇ: ବିଜନେସ ଟାଇକୋନ ଧୀରୁଭାଇ ଅମ୍ବାନିଙ୍କ ସାନପୁଅ ହେଉଛନ୍ତି ଅନିଲ ଅମ୍ବାନି । ଯେତେବେଳେ ୨୦୦୨ରେ ଧୀରୁଭାଇ ଅମ୍ବାନିଙ୍କ ମୃତ୍ୟୁ ହେଲା ବଡ଼ଭାଇ ମୁକେଶ ଓ ସେ ବାପାଙ୍କ ସାମ୍ରାଜ୍ୟକୁ ମିଶିକରି ଚଳାଉଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ ୨୦୦୫ ମସିହାରେ ସଂପତ୍ତିକୁ ଦୁଇ ଭାଇ ବଣ୍ଟନ କରାଯାଇଥିଲା। ମୁକେଶଙ୍କ ପାଖରେ ପ୍ରମୁଖ କମ୍ପାନି ପେଟ୍ରୋଲିୟମ ବ୍ୟବସାୟ ରହିଥିବାବେଳେ ଅନିଲଙ୍କ ହାତରେ ଟେଲିକମ, ଶକ୍ତି, ଆର୍ଥିକ ସେବା ଭଳି ନୂଆ ନୂଆ କମ୍ପାନି ରହିଥିଲା। ୨୦୦୮ ମସିହାରେ ଅନିଲ ଅମ୍ବାନି ବିଶ୍ବର ଷଷ୍ଠ ଧନୀ ବ୍ୟକ୍ତି ଭାବେ ବିବେଚିତ ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କର ବ୍ୟବସାୟ ଭଲ ଉନ୍ନତି କରିପାରିବା ନାହିଁ । ଉଭୟ ଆର୍ଥିକ ଏବଂ ଆଇନଗତ ଦିଗରୁ ସେ ବିଭିନ୍ନ ମାମଲାରେ ଫସିଛନ୍ତି। ୟୁପିର ଦାଦ୍ରିରେ ଗ୍ୟାସଭିତ୍ତିକ ମେଗା ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ଅନିଲ ଉଦ୍ୟମ କରିଥିଲେ ମଧ୍ୟ ୨୦୦୯ ମସିହାରେ ଆହ୍ଲାବାଦ ହାଇକୋର୍ଟ ସେହି ଜମି ଅଧିଗ୍ରହଣକୁ ବାତିଲ କରି ଦେଇଥିଲେ।
ଏଥିସହିତ ଅନ୍ୟାନ୍ୟବ୍ୟବସାୟ କ୍ଷେତ୍ରରେ ମଧ୍ୟ ସେ ସେତେଟା ସଫଳତା ପାଇ ନଥିଲେ। ରିଲାଏନ୍ସ କମ୍ୟୁନିକେସନ୍ସର ଋଣ ବୋଝ ବଢ଼ିଚାଲିଲା ଫଳରେ ୨୦୧୯ ମସିହାରେ ଏହି କମ୍ପାନିଙ୍କୁ ଦେବାଳିଆ ପ୍ରାୟ ହୋଇଗଲା। ସେହିବର୍ଷ ଏରିକ୍‌ସନ୍‌କୁ ୫୫୦ କୋଟି ଟଙ୍କା ପ୍ରଦାନରେ ବିଫଳ ହେଲେ ତାଙ୍କୁ ଜେଲ୍‌ ପଠାଯିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ବଡ଼ଭାଇ ମୁକେଶ ତାଙ୍କୁ ସହଯୋଗର ହାତ ବଢ଼ାଇ ଅର୍ଥ ପ୍ରଦାନ କରିବାରୁ ଅନିଲ ଜେଲ୍‌ ଯିବାରୁ ବର୍ତ୍ତି ଯାଇଥିଲେ। ଚୀନର ଏକ ବ୍ୟାଙ୍କକୁ ୬୮୦ ନିୟୁତ ଡଲାର ଋଣ ପରିଶୋଧ ନ କରିବାରୁ ଲଣ୍ଡନର ଏକ ଅଦାଲତରେ ସେହି କମ୍ପାନି ମାମଲା ରୁଜୁ କରିଥିଲା। ୨୦୧୨ ମସିହାରେ ରିଲାଏନ୍ସ କମ୍ୟୁନିକେସନ୍ସ ଉକ୍ତ ଋଣ ଆଣିଥିଲା। ଏହି ମାମଲାର ସମାଧାନ ମଧ୍ୟ ବର୍ତ୍ତମାନ ସୁଦ୍ଧା ହୋଇନାହିଁ। ୨୦୨୧ ମସିହାରେ ରିଲାଏନ୍ସ କ୍ୟାପିଟାଲ ୨୪ ହଜାର କୋଟି ଟଙ୍କାର ବଣ୍ଡ୍‌ ପରିଶୋଧ କରି ନପାରି ଦେବାଳିଆ ମାମଲା ଆବେଦନ କରିଥିଲା। ଏଥିସହିତ ଗ୍ରୁପର ଅନ୍ୟ କେତେକ କମ୍ପାନିରେ ମଧ୍ୟ ସେ ସମାନ ପରିସ୍ଥିତିର ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ତାଙ୍କ ବିରୋଧରେ ସେବି ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ସେୟାର ବଜାରରୁ ୫ ବର୍ଷ ପାଇଁ ବାରଣ କରିବା ସହିତ ୨୫ କୋଟି ଟଙ୍କାର ଜରିମାନା ଲଗାଇଛି। ତେଣୁ ବ୍ୟବସାୟ ଦୁନିଆରେ ଅନିଲ ଅମ୍ବାନି ଗତ ଦୁଇ ଦଶନ୍ଧି ମଧ୍ୟରେ ଉତ୍‌ଥାନ ଓ ପତନ ଦେଇ ଗତି କରୁଛନ୍ତି। ଫଳରେ ଅନିଲ ଅମ୍ବାନି ସଫଳ ହୋଇପାରିଥିଲେ ।

Follow by Email
WhatsApp