୧୫୬ ମେଡ଼ିସିନ୍ ଉପରେ ରୋକ ଟାଣିଲେ କେନ୍ଦ୍ରସରକାର

ଏନ୍ ଟି ପି ବ୍ୟୁରୋ:

ବହୁଳ ମାତ୍ରାରେ ବିକ୍ରି ହେଉଥିବା ୧୫୬ଟି ଔଷଧକୁ ସରକାର ବ୍ୟାନ କରିଛନ୍ତି ଫିକ୍ସଡ୍ ଡୋଜ୍ କମ୍ୱିନେସନ ଔଷଧକୁ ବ୍ୟାନ କରାଯାଇଛି । ସାଧାରଣତଃ ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ବ୍ୟବହାର କରାଯାଉଥିବା ଔଷଧ ଗୁଡ଼ିକ ଉପରେ ରୋକ ଲାଗିଛି । ତେବେ ଶରୀର ଉପରେ ଏହାର କୁପ୍ରଭାବ ଥିବାରୁ ଏହାକୁ ବ୍ୟାନ କରା ଯାଇଛି । ବ୍ୟାନ ହୋଇଥିବା ଔଷଧ ମଧ୍ୟରେ ଅନେକ ଆଣ୍ଟିବାୟୋଟିକ, ପେନକିଲର ଓ ମଲ୍ଟିଭିଟାମିନ ରହିଛି । ଦୁଇ ବା ଅଧିକ ସକ୍ରିୟ ଫାର୍ମାସ୍ୟୁଟିକାଲ ଉପାଦନକୁ ଆନୁପାତିକ ହାରରେ ନିଆଯାଇ ଏହି FDC ଔଷଧ ପ୍ରସ୍ତୁତ କରାଯାଇଥାଏ । ଏହାକୁ କକଟେଲ୍ ଔଷଧ ବୋଲି କୁହାଯାଇଥାଏ । ତେବେ ଔଷଧ ବ୍ୟାନ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବ୍ୟାନ ହୋଇଥିବା ଔଷଧ ଗୁଡିକ ହେଉଛି ଏସିକ୍ଲୋଫେନାକ ଓ ପାରସିଟାମଲ କମ୍ୱିନେସନ, ମେଫେନାମିକ ଯୁକ୍ତ ପାରାସିଟାମଲ୍ ଇଞ୍ଜେକସନ, ସେଟ୍ରିଜିନ HCL, ପାରାସିଟାମଲ୍ ଓ ଫିନାଇଲେଫ୍ରିନ HCL କମ୍ୱିନେସନ, ଲିଭୋସେଟ୍ରିଜିନ୍, ଫିନାଇଲେଫ୍ରିନ HCL ଓ ପାରାସିଟାମଲ୍ କମ୍ବିନେସନ, କାମିଲୋଫିନ ଡାଇହାଇଡ୍ରୋକ୍ଲୋରାଇଡ୍ ଓ ପାରାସିଟାମଲ କମ୍ୱିନେସନ ଭଳି ଅନେକ କମ୍ୱିନେସନ ଥିବା ଔଷଧ ।ଏହି କମ୍ୱିନେସନଗୁଡିକରେ ଏପରିକି ଆଣ୍ଟିବ୍ୟାକ୍ଟେରିଆଲ୍ ଔଷଧରେ ଚିକିତ୍ସା ସଂପର୍କିତ ତଥ୍ୟଭିତ୍ତିକ ଯୁକ୍ତି ନଥିବା ଓ ମଣିଷ ଶରୀରକୁ ଏହା କ୍ଷତି ପହଞ୍ଚାଉଥିବାର ଏକ ବିଶେଷଜ୍ଞ କମିଟି ଓ ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜରୀ ବୋର୍ଡ (DTAB) ଜାଣିବାକୁ ପାଇଛନ୍ତି । ଜନସ୍ୱାର୍ଥ ଦୃଷ୍ଟିରୁ ଏହି ଭଳି ୧୫୬ଟି ଔଷଧର ତିଆରି, ବିକ୍ରି ଓ ବିତରଣ ଉପରେ ଅଙ୍କୁଶ ଲଗାଯାଇଛି । ଗତବର୍ଷ ଜୁନ ମାସରେ କେନ୍ଦ୍ର ସରକାର ୧୪ଟି ଔଷଧ ବ୍ୟାନ କରିଥିବା ବେଳେ ୨୦୧୬ରେ ୩୪୪ଟି ଔଷଧ ବ୍ଯାନ୍ କରାଯାଇଥିଲା ।

Follow by Email
WhatsApp