ଅଲଇଣ୍ଡିଆ ପବିତ୍ରନଗର କପ 2024 ଉଦଘାଟିତ

ଅନୁଗୋଳ(ଏନ ଟି ପି ):

ସର୍ବଭାରତୀୟ ପବିତ୍ରନଗର କ୍ରିକେଟ କପ ଉଦଘାଟିତ ||
ଅନୁଗୋଳ ଜିଲ୍ଲା ପବିତ୍ରନଗର ଷ୍ଟାଡିୟମ ପଡିଆରେ ସର୍ବ ଭାରତୀୟ ପବିତ୍ର ନଗର କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି || ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଅ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବି ପ୍ରଫୁଲ୍ଲ ମିଶ୍ର, ପରାବିଲ ଗ୍ରାମ୍ୟ କମିଟି ସଭାପତି ରଘୁନାଥ ପ୍ରଧାନ, ଡାକ୍ତର ଆର. ଏସ. ଶୁଭ୍ରଜିତ ଉପସ୍ଥିତ ରହି କ୍ରିକେଟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ || ଆଜିର ପ୍ରଥମ ମ୍ୟାଚ ଟି ତାଳଚେର ୟୁଥ ସ୍ପଟିଙ୍ଗ ସହ ପବିତ୍ରନଗର ସହ ଖେଳ ହୋଇଥିଲା ||ପବିତ୍ର ନଗର ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତି ନେଇଥିଲା ||ତାଳଚେର ୟୁଥ ସ୍ପଟିଙ୍ଗ 8 ୱିକେଟ ହରାଇ 20 ଓଭର ବିନିମୟରେ 170 ରନ କରିଥିଲା ବେଳେ ପବିତ୍ର ନଗର 20 ଓଭର ରେ 145 ରନ କରି ତାଳଚେର ୟୁଥ ସ୍ପଟିଙ୍ଗ ଠାରୁ ପରାଜିତ ହୋଇଥିଲା ||ମ୍ୟାନ ଅଫ ଦି ମ୍ୟାଚ ଭାବେ କ୍ଷୀରୋଦ ମହାନ୍ତି ପାଇଥିଲେ ||ବିଜୟୀ ଦଳକୁ ପୁରସ୍କାର ବିତରଣ କରିଥିଲେ ବିଶିଷ୍ଟ ସମାଜସେବି ପ୍ରଫୁଲ ମିଶ୍ରଙ୍କ ସହ ପବିତ୍ର ନଗର କ୍ଳବ ସଭାପତି ଅଜୟ ପ୍ରଧାନ, ପବିତ୍ର ନଗର କ୍ଲବ ଅଧ୍ୟକ୍ଷ ସୁମନ ପ୍ରଧାନ ||ଅମ୍ପାୟାର ଭାବେ ଶିଶୁପାଳ ପ୍ରଧାନ ଓ ରୁଦ୍ରନାରାୟଣ ପ୍ରଧାନ ଦାୟିତ୍ୱ ସମ୍ଭାଳିଥିଲେ || ସିପୁନ ସାହୁ, ବିକୁନ ସାହୁ ଓ ଚିନ୍ମୟ ପ୍ରଧାନ କ୍ଲବର ସଦସ୍ୟ ମାନେ ସହଯୋଗ କରିଥିଲେ || ଏହି ସର୍ବଭାରତୀୟ କ୍ରିକେଟ ମ୍ୟାଚ 10 ତାରିଖ ପର୍ଯ୍ୟନ୍ତ ଚାଲିବ || ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଖେଳାଳି ଆସିବେ | ବିଶେଷକରି ମୁମ୍ବାଇ, ଉତ୍ତର ପ୍ରଦେଶ ଟିମ ମଧ୍ୟ ରହିବେ ||

Follow by Email
WhatsApp