ଉପ-ବାଚସ୍ପତିଙ୍କ କରକମଳରେ ବଡ଼କନ୍ତକୁଳ ଗ୍ରାମ ପଞ୍ଚାୟତ ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଜାମୁଗାଡ଼ିଆର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ

ଅନୁଗୋଳ(ଏନ ଟି ପି):

ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଅନ୍ତର୍ଗତ ବଡ଼କନ୍ତକୁଳ ଗ୍ରାମ ପଞ୍ଚାୟତ ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଜମୁଗାଡ଼ିଆ ଠାରେ ମୋ ସ୍କୁଲ ଅଭିଯାନ ଯୋଜନାରେ ସ୍କୁଲ ଉନ୍ନତିକରଣର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ତଥା ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗଦେଇଥିଲେ।

ଏହା ଦ୍ୱାରା ସ୍କୁଲର ସମ୍ପୂର୍ଣ୍ଣ ଉନ୍ନତିକରଣ ଓ ଭିତ୍ତିପ୍ରସ୍ତର ସୁଦୃଢ ହୋଇପାରିବ ବୋଲି ଶ୍ରୀ ସିଂହ ସୂଚନା ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଅନୁଗୋଳ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ଦେହୁରୀ, ୪ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସୁକାନ୍ତିବାଳା ନାୟକ, ୩ ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟା ରୁବୀ ସାହୁ, ୨ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ହାଡ଼ିବନ୍ଧୁ ଦେହୁରୀ,ଅନୁଗୋଳ ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀ ସରୋଜି ନାରାୟଣ ସାହୁ, ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳ ସମ୍ପାଦକ ଶ୍ରୀ ଭାଗିରଥି ମାଝୀ, ଅନୁଗୋଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ଉପ ସଭାପତି ଶ୍ରୀ ସରୋଜ କୁମାର ନାୟକ , ଅନୁଗୋଳ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ରାକେଶ ନନ୍ଦ, ୪ ନଂ ଯୋନ ପର୍ଯ୍ୟବେକ୍ଷକ ଦୁର୍ଯ୍ୟୋଧନ ସାହୁ ସ୍ଥାନୀୟ ସରପଞ୍ଚ ଧୂର୍ବ ଚରଣ ଦେହୁରୀ , ସ୍ଥାନୀୟ ଗ୍ରାମବାସୀ ଓ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇଥିଲେ।

Follow by Email
WhatsApp