କୃଷି ଯନ୍ତ୍ରପାତି ମେଳା ନିମନ୍ତେ ପ୍ରସ୍ତୁତି ବୈଠକ
ଯୋଗ୍ୟ ଉଦ୍ୟୋଗୀ ଓ ଚାଷୀଙ୍କୁ ମିଳିବ ଋଣ

ଅନୁଗୋଳ,୨୧।୧୨: ବୁଧବାର ପୂର୍ବାହ୍ନରେ କୃଷି ଯନ୍ତ୍ରପାତି ମେଳା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସର୍କିଟ୍ ହାଉସଠାରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ବିଧାୟକ ତଥା ଓଡ଼ିଶା ବିଧାନ ସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ବୈଠକରେଯୋଗ ଦେଇ ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିବା ସହିତ କୃଷକ ଓ ଉଦ୍ୟୋଗୀ ମାନେ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ ।
ଆସନ୍ତା ଜାନୁଆରୀ ମାସ ୧୦ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଏହି ମେଳା ଅନୁଗୋଳ ବିଜୁ ପଟ୍ଟନାୟକ ପଡିଆଠାରେ ଅନୁଷ୍ଠିତ ହେବ । ଏହି ମେଳାରେ ବିଭିନ୍ନ ନିର୍ମାତା ଓ ଯୋଗାଣକାରୀ ସଂସ୍ଥା ଯୋଗଦେବେ । ମେଳା ସ୍ଥାନରେ କୃଷକ ମାନେ ଓଡିଶା ଲାଇଭଲହୁଡ଼ ମିଶନରେ ବିଭିନ୍ନ ସବସିଡି ପାଇବା ନିମନ୍ତେ ଆବେଦନ କରିପାରିବେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୪ଜଣ ହିତାଧିକାରୀଙ୍କୁ “ଗୋ ଆହେଡ଼” ପୁରସ୍କାର ପ୍ରଦାନ କରାଯିବ । ଯୋଗ୍ୟ ବିବେଚିତ ଉଦ୍ୟୋଗୀ ଏବଂ କୃଷକ ମାନଙ୍କୁ ବ୍ୟାଙ୍କ ତରଫରୁ ରୁଣ ଯୋଗାଇଦେବା ନିମନ୍ତେ ଜିଲ୍ଲାପାଳ ନିର୍ଦେଶ ଦେବା ସହ ଗୋଷ୍ଠୀଗୁଡିକର କାର୍ଯ୍ୟକୁ ତଦାରଖ କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସ୍ବୟଂ ସହାୟକ ଗୋଷ୍ଠୀଗୁଡିକର ସାମାଜିକ ଓ ଅର୍ଥନୈତିକ ବିକାଶ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଗୁରୁତ୍ବାରୋପ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା,ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ,ପାଳଲହଡା ବିଧାୟକ ଶ୍ରୀ ମୁକେଶ କୁମାର ପାଳ, ଆଠମଲ୍ଲିକ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ରଜନୀକାନ୍ତ ସ୍ବାଇଁ ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଳିତ ମୋହନ ବେହେରା ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Follow by Email
WhatsApp