ପୋଲିସ ହାତରେ ପଡିଲା ଝସ…….

ANGUL(NEWSTIMEPRO)ଅନୁଗୁଳ ଜିଲ୍ଲା ଜରପଡା ଥାନା କୁଶକିଳା ହତ୍ୟାକାଣ୍ଡର ଦୁର୍ଦାନ୍ତ ଅପରାଧୀ ଝଡକେତନ ରାଉତକୁ ଶେଷରେ ପୋଲିସ ଜାଲରେ ଛନ୍ଦି ହୋଇଛି। ଗତବର୍ଷ ମେ ମାସ ୧୮ ତାରିଖ ଦିନ କୋର୍ଟ ରୁ ଫେରାର ହୋଇଯାଇଥିଲେ ଝସକେତନ।କୋର୍ଟର ସୁରକ୍ଷ୍ୟା ବଳୟକୁ ଭେଦ କରି ଫେରାର ହୋଇଯାଇ ପୋଲିସ ପାଇଁ ଚ୍ୟାଲେଞ୍ଜ ଆଣିଥିଲା।ଦୋର୍ଘ ସାତମାସ ପରେ ପୋଲିସ ର ସ୍ୱତନ୍ତ୍ର ସ୍କ୍ୱାର୍ଡ ଦେବଗଡ଼ର ସାନ୍ତାରପାଲି ର ଏକ ଜଙ୍ଗଲରୁ ଗିରଫ କରିଛି।ଗତକାଲି ଅନୁଗୁଳ ପୋଲିଶ ର ସ୍ୱତନ୍ତ୍ର ଟିମ ଗିରଫକରିଛି।ଝସ କୋର୍ଟରୁ ଫେରାର ହେବାପରେ ସିଧାସଳଖ କୋଲକାତା ଯାଇଥିଲା ସେଠି କିଛି ଦିନ ରହିବା ପରେ ରାଜ୍ୟ ରାଜ୍ୟ ବୁଲୁଥିଲା।କିଛି ଦିନ ରହଣି ପରେ ଗାଁ କୁ ନ ଆସି ସମ୍ବଲପୁରର ବିଭିନ୍ନ ଜାଗାରେ ନିଜ ସମ୍ପର୍କୀୟଙ୍କ ଘରେ ରହୁଥିଲା।ଟିଉସନ ମଧ୍ୟ କରୁଥିଲା।ହେଲମେଟ ପିନ୍ଧୁଥିଲା ନିଜ ପରିଚୟ ଗୋପନ ରଖୁଥିଲା।ଜଙ୍ଗଲରେ ଖାଉଥିଲା।ଜରପଡା ଥାନା କୁଶକିଳା ଗ୍ରାମର ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ କୁଶକିଳା ଗ୍ରାମର ଦୁଇ ସମ୍ପର୍କୀୟ ଭାଇଙ୍କୁ ମାରି ପୋତିଥିଲା ପୂର୍ବରୁ କୁକୁର୍ ପେଟାର ମାଉସୀ ପୁତୁରାଙ୍କୁ ମଧ୍ୟମାରି ପୋତିଦେଇଥିଲା।୪ ଟି ମର୍ଡର କରି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିଲା ଝସ।ଜେରା ସମୟରେ ଝସ ସବୁ ସତ ସତମାନିଥିଲା।କୋର୍ଟରୁପୋଲିସ କୁ ଚକମା ଦେଖାଇ ଫେରାର ହାର୍ଡକୋର ଅଭିଯୁକ୍ତ ଝସ କୁ ପୋଲିସ ଗିରଫକରି ସଫଳତା ପାଇଛି। ଝସ କୁ ଆଜି କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ସୁରକ୍ଷା ଅଭାବରୁ ଝସ ଫେରାର ହୋଇଯାଇଥିଲା ।ଝସ କୁ ୨ ଦିନିଆ ରିମାଣ୍ଡ ରେ ଆଣିବ ପୋଲିସ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଏସ ପି ମିତ୍ରଭାନୁ ମହାପାତ୍ର

Follow by Email
WhatsApp