ଧରାପୃଷ୍ଠରୁ ବିଦାୟ ନେଲେ ମା ଧନଦାତ୍ରୀ ଲକ୍ଷ୍ମୀ

ଅନୁଗୋଳ(ଏନ ଟିପି):

ମେଲାଣି ନେଲେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀ। ମା’ଙ୍କୁ ବିଦାୟ ଦେବା ପାଇଁ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ରାଜଧାନୀର ରାଜରାସ୍ତା ଦୁଲୁକି ଉଠୁଛି। ରାସ୍ତାକଡ଼ରେ ଶତାଧିକ ଶ୍ରଦ୍ଧାଳୁ ରୁଣ୍ଡ ହୋଇ ମା’ଙ୍କ ଦର୍ଶନ କରିଥିଲେ।
-ଆଜି ଅନୁଗୁଳରୁ ଧନ ଦାତ୍ରୀ ମା ଲକ୍ଷ୍ମୀ ବିଦାୟ ନେଇଛନ୍ତି। ଦୀର୍ଘ ୧୦ଦିନ ହେଲା ବହୁ ଧୁମଧାମରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିଲେ ମା ଲକ୍ଷ୍ମୀ। ସହରରେ ୨୯ଟି ମଣ୍ଡପରେ ଆଡମ୍ବର ସହକାରେ ପୂଜାର୍ଚ୍ଚନା କରାଯାଇଥିଲା


ଆଜି ସନ୍ଧ୍ୟାରେ ମାଙ୍କୁ ବିଦାୟ ଦିଆ ଯାଇଛି। ୧୨ଟି ମଣ୍ଡପର କର୍ମକର୍ତା ସୁସଜ୍ଵତ ମେଢ଼ରେ ଏକା ସମୟରେ ବାହାରି ଥାନା ଛକ ଠାରେ ଏକତ୍ରିତ ହୋଇଥିଲେ। ସେଠାରୁ ବାଜା ବାଜଣା, ରଙ୍ଗ ବେରଙ୍ଗ ଆଲୋକ, ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ମାଙ୍କୁ ସହର ପରିକ୍ରମା କରା ଯାଇଥିଲା। ସହର ପରିକ୍ରମା ପରେ ନିର୍ଦ୍ଧାରିତ ସ୍ଥାନରେ ମାଙ୍କୁ ବିସର୍ଜନ କରା ଯାଇଥିଲା। ଏଥର ଭଷାଣ ଉତ୍ସବକୁ ନିରାଡ଼ମ୍ବର କରାଯାଇଥିଲା। କେନ୍ଦ୍ରୀୟ ପୂଜା କମିଟିର ନିଷ୍ପତିରେ କୌଣସି ପ୍ରକାର ଡିଜେ ବଜା ଯାଇ ନଥିଲା। ବାଣ ଫୁଟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆ ଯାଇଥିଲା। କେବଳ ପାରମ୍ପରିକ ଦଣ୍ଡ ନୃତ୍ୟ, ଲଉଡି ଖେଳ, ବାଘ ନାଚ, ଢୋଲ ବାଦ୍ୟ ଓ ଲୋକ ନୃତ୍ୟ କୁ ସାମିଲ କରା ଯାଇଥିଲା।


ଶିଳ୍ପନଗରୀ ଅନୁଗୋଳ ଲକ୍ଷ୍ମୀପୂଜା ଭସାଣି ଉତ୍ସବର ମେଲଣରେ ୧୨ଟି ମେଢ଼ ସାମିଲ ହୋଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଅନୁଗୋଳ ଜିଲ୍ଲା ପୁଲିସ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ତା କରାଯାଇଛି।ଆଧୁନିକ ଡିଜେ, ସମ୍ବଲପୁରୀ ଦୁଲଦୁଲି ସାଙ୍ଗକୁ ପାରମ୍ପରିକ ଢୋଲ, ଘଣ୍ଟୁଆଙ୍କର ଘଣ୍ଟନାଦ, ଘୋଡ଼ା ନାଚ, ଆଦିବାସୀ ବାଜା ଆକର୍ଷଣୀୟ ସାଜିଥିଲା।ବିଭିନ୍ନ ପ୍ରକାର ଆଧୁନିକ ରଙ୍ଗ ବେରଙ୍ଗ ଆଲୋକକୁ ଗୁରୁତ୍ୱ ଦିଆ ଯାଇଥିଲା। ତଥାପି ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଥିଲା। ସନ୍ଧ୍ୟାରେ ଅନୁଗୁଳ ସହର ଝଲସି ଉଠିଥିଲା। ବାଜା ବଜଣାରେ କମ୍ପି ଉଠିଥିଲା। ଭାଷଣ ଉତ୍ସବରେ ଢେଙ୍କାନାଳ ଏମପି ମହେଶ ସାହୁ ଯୋଗ ଦେଇଥିଲେ। ତାଙ୍କୁ କେନ୍ଦ୍ରୀୟ ପୂଜା କମିଟି ତରଫରୁ ସ୍ୱାଗତ କରା ଯାଇଥିଲା। ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କର ଯାଇଥିଲା। ତେବେ ଶାନ୍ତି ଶୃଙ୍ଖଳାର ସହ ଭଷାଣ ଉତ୍ସବ ଶେଷ ହୋଇଥିଲା

https://youtu.be/W5nnV1-N_4Q
Follow by Email
WhatsApp