ଅନୁଗୋଳ ଅମଲାପଡ଼ାରେ ଖୋଲିଲା ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ସେଣ୍ଟର

ଅନୁଗୋଳ(ଏନ ଟି ପି):

ଅନୁଗୁଳ ସହରରେ ଖୋଲିଲା ଏକ ଅତ୍ୟାଧୁନିକ ଅଲ୍ଟ୍ରାସାଉଣ୍ଡ ସେଣ୍ଟର।ଅନୁଗୋଳ ଅମଲାପଡାସ୍ଥିତ ୪ର୍ଥ ଗଳିରେ ଏକ ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ସେଣ୍ଟର ଉଦଘାଟିତ ହୋଇଯାଇଛି । ଗଣେଶ ପୂଜା ଅବସରରେ ଉଦଘାଟନ ହୋଇଥିବା ଏହି ଅଲଟ୍ରାସାଉଣ୍ଡ ସେଣ୍ଟରକୁ ଅନୁଗୁଳ ଜିଲ୍ଲାର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଉମେଶ ଦାଶ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ସ୍ପନ୍ଦନ ମ୍ୟାଟେରେନାଲ ଫେଟାଲ ମେଡ଼ିସିନ ସେଣ୍ଟର ନାମରେ ନାମିତ ଏହି ସେଣ୍ଟରରେ କେବଳ ଯେ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ଅଛି ତା ନୁହେଁ, ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଏଠାରେ ଗର୍ଭଜନିତ ସମସ୍ୟାର ଚିହ୍ନଟ ଓ ନିରାକରଣ କରାଯିବାର ବ୍ୟବସ୍ଥା ରହିଛି। ବରିଷ୍ଠ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ପ୍ରମୋଦ କୁମାର ସାହୁଙ୍କ ପରାମର୍ଶରେ ଏଠାରେ ଗର୍ଭଜନିତ ବିଭିନ୍ନ ସମସ୍ୟାର ଚିକିତ୍ସା ଉପଲବଧ ହୋଇପାରିବ । ଏହାସହ ବାରମ୍ବାର ଗର୍ଭପାତର କାରଣ ଓ ନିରାକରଣ , ଗର୍ଭଜନିତ ଜଟିଳ ରୋଗ ସମସ୍ୟାର ସମାଧାନ , ଗର୍ଭସ୍ଥ ଶିଶୁର ରକ୍ତ ଶିକୁଳି ରୋଗ (ସିକଲସେଲ) ଓ ଗର୍ଭସ୍ଥ ଶିଶୁର ବଂଶାନୁକ୍ରମିକ ରୋଗ ନିରୂପଣ ଓ ନିରାକରଣ କରାଯିବ ବୋଲି ଏହି ସେଣ୍ଟରର ସତ୍ଵାଧିକାରୀ ଅଶୋକ ପ୍ରଧାନ ସୂଚନା ଦେଇଛନ୍ତି 

Follow by Email
WhatsApp