ବିପ୍ଳବ ଜେନାଙ୍କୁ ‘ଇଣ୍ଡିଆନ ଆଚିଭର ଆୱାର୍ଡ’ Posted on 27/11/201927/11/2019 by NTP Bureau Report ନୂଆଦିଲ୍ଲୀ(ଏନଟିପି): ଅନୁଗୋଳ ଜିଲ୍ଲାର ବିଭିନ୍ନ ଜାଗାରେ ରୋଗୀ,ଅସହାୟଙ୍କ ପାଖରେ ସଦା ସର୍ବଦା ଛିଡା ହେଉଥିବା ସମାଜ ସେବା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସମାଜ ସେବୀ ବିପ୍ଳବ ଜେନା ଙ୍କୁ ମିଳିଛି ‘ଇଣ୍ଡିଆନ ଆଚିଭର ଆୱାର୍ଡ’।ନିରାଶ୍ରୟ ମାନଙ୍କର ନିରନ୍ତର ସେବା କରି ସଦା ସର୍ବଦା ଅନୁଗୋଳ ରେ ପରିଚିତ ନିଆରା ବ୍ୟକ୍ତିତ୍ୱଟିଏ ବିପ୍ଳବ ଜେନା। ବିପ୍ଳବ ଜେନା ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସୁପୁତ୍ର ଅଟନ୍ତି। ଛୋଟ ବେଳୁ ସମାଜସେବା କ୍ଷେତ୍ରରେ ମନ ବଳାଇ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ସମାଜସେବାରେ ପାଦ ଥାପିଥିଲେ। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସମାଜର ଦଳିତ ନିଷ୍ପେସିତ ଓ ପଛୁଆ ବର୍ଗଙ୍କ ବିକାଶ ପାଇଁ ଅହରହ ସଂଗ୍ରାମ ଜାରି ରଖିଥିବା ଓ ଗରିବ ଖଟିକିଆଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତି ଦିଗରେ ବୈପ୍ଳବିକ ସଂସ୍କାର ମୂଳକ କାର୍ଯ୍ୟକ୍ରମ ତଥା ସମାଜର ତଳସ୍ତରର ଲୋକମାନଙ୍କ ପାଇଁ ଦେବଦୂତ ସାଜିଥିବା ଅନୁଗୋଳ ମାଟିର ପୁଅ ହେଉଛନ୍ତି ସମାଜସେବୀ ବିପ୍ଳବ ଜେନା।ସଦାସର୍ବଦା ନିଜକୁ ସମାଜସେବା କ୍ଷେତ୍ରରେ ନିୟୋଜିତ କରି ଦୁଃଖୀ, ଗରୀବ, ଅବହେଳିତ ମାନଙ୍କ ଆଖିରେ ହସ ଫୁଟାଉଥିବା ଦରଦୀ ବନ୍ଧୁଟିଏ ବିପ୍ଳବ ଜେନା।ନୂଆଦିଲ୍ଲୀ ଠାରେ ଆୟୋଜିତ ୫୦ତମ ” ନ୍ୟାସନାଲ ଲିଡ଼ରସିପ ସମିଟ ଓ ଆୱାର୍ଡ -2019 ” ରେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି ଅନୁଗୋଳ ମାଟିର ଗର୍ବ, ଗୌରବ ବରିଷ୍ଠ ସମାଜସେବୀ ବିପ୍ଳବ ଜେନା। ବିପ୍ଳବ ଅନୁଗୋଳ ଜିଲ୍ଲାର କଂଗ୍ରେସ ର ଜିଲ୍ଲା ସଭାପତି ମଧ୍ୟ ଅଛନ୍ତି। Share on FacebookTweetFollow usSave Post Views: 315
Business NATIONAL Entrepreneurs’ Organization Deligates visits JSPL’s Mega Steel plant NTP Bureau Report 08/01/2019 0 NTP:(ANGUL) Today Young Entrepreneurs From Kolkata Chapter Visits JSPL Angul Plant Today.Chairman of JSPL, Mr. Naveen Jindal and Co-Chairperson of the JSPL Foundation Smt. Shallu […]
NATIONAL ସରକାରଙ୍କ ନୂଆ ଯୋଜନା, ଗ୍ରାଜୁଏସନ ପରେ ସିଧାସଳଖ କରିବେ ପିଏଚଡ଼ି Smrutilipi 15/12/2022 0 ଏବେ ପିଏଚଡି କରିବାକୁ ଚାହୁଁଛନ୍ତି, ତେବେ ଆଉ ଆଗାମୀ ଦିନରେ ଆପଣଙ୍କୁ ଆଉ ମାଷ୍ଟର କୋର୍ସ କରିବାକୁ ପଡିବ ନାହିଁ । ଏଥିପାଇଁ ଆପଣଙ୍କୁ କେବଳ ୪ ବର୍ଷିୟା ଗ୍ରାଜୁଏସନ କୋର୍ସ କରିବାକୁ ହେବ। […]
NATIONAL Odisha Political Tadka ହ୍ବାଟସଆପ୍ ଜାରି କଲା ଗାଇଡଲାଇନ୍ NTP Bureau Report 03/04/2019 0 ନିର୍ବାଚନ ପୂର୍ବରୁ କଟକଣା ଜାରି କଲା ହ୍ୱାଟସଆପ୍ । ନିର୍ବାଚନ ସମୟରେ ମିଥ୍ୟା ସମ୍ବାଦ ଯାଞ୍ଚ କରିବାକୁ ଓ ସୂଚନାର ସତ୍ୟାସତ୍ୟ ପରିଖିବାକୁ ହ୍ଵାଟସ୍ଆପ୍ ଭାରତୀୟମାନଙ୍କ ପାଇଁ ଗୋଟାଏ ସେବା ଆରମ୍ଭ କରିଛି।ହ୍ୱାଟସ ଆପ୍ […]