ରାଇସିନା ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇବେ ଓଡ଼ିଶାର ୨୩ ଜଣ ବିଧାୟକ

ନୂଆଦିଲ୍ଲୀ(ଏନ ଟି ପି):

ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଓଡ଼ିଶାର ପ୍ରାୟ ୨୩ ଜଣ ବିଧାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଆଜି ତାଙ୍କୁ ଅଭିନନ୍ଦନ ଜଣାଇବେ। ଓଡ଼ିଶା ବିଧାନସଭା ସଦସ୍ୟମାନେ ଗତକାଲି ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିଲେ।ବିଧାନସଭାରେ ସଂକଳ୍ପ ପରିତ ହେବା ପରେ ବିଧାୟକ ଦଳ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯାତ୍ରା ଆରମ୍ଭ ହୋଇଥିଲା।

ମିଳିଥିବା ଖବର ଅନୁସାରେ ଏହି ପ୍ରତିନିଧୀ ଆଜି ସକାଳ ୧୦ଟା ରୁ ୧୧:୩୦ ମଧ୍ୟରେ ରାଇସିନା ହିଲରେ ଥିବା ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିବେ। ସେମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ପ୍ରଥମ ନାଗରିକ ହୋଇଥିବାରୁ ଅଭିନନ୍ଦନ ଜଣାଇବେ। ଏହି ପ୍ରତିନିଧି ଦଳ ମହାପ୍ରସାଦ, ଭଗବାନ ଜଗନ୍ନାଥଙ୍କ ଫଟୋ ଓ ଓଡ଼ିଶାରୁ କଳାକୃତି ପ୍ରଦାନ କରିବେ।

ଏହି ପ୍ରତିନିଧୀ ଦଳରେ ବିଧାନସଭା ବାଚସ୍ପତି, ଦେବୀ ପ୍ରସାଦ ମିଶ୍ର, ସୁଦାମ ମରାଣ୍ଡି, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ସନ୍ତୋଶ ସିଂ ସାଲୁଜା ଓ ଅନନ୍ତ ନାରାୟଣ ଜେନା, ପ୍ରଶାନ୍ତ କୁମାର ମୁଦୁଲି ଓ ମନ୍ତ୍ରୀ ତାରା ପ୍ରସାଦ ଅଛନ୍ତି। କରୋନା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କାରଣରୁ ଉପବାଚସ୍ପତି ରଜନୀକାନ୍ତ ସିଂ,ଓଡ଼ିଶା କଂଗ୍ରେସ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଦିଲ୍ଲୀ ଗସ୍ତରେ ଯୋଗ ଦେଇନାହାଁନ୍ତି।

Follow by Email
WhatsApp