ବାରବାଟୀରେ ହେବ LCL ବା ଲିଜେଣ୍ଡ୍ସ୍ କ୍ରିକେଟ ଲିଗ୍; ଅବସର ନେଇଥିବା ଖେଳାଳି ନେବେ ଅଂଶଗ୍ରହଣ

କଟକ; (ଏନ ଟି ପି):

ବାରବାଟୀରେ ଆୟୋଜିତ ହୋଇପାରେ LCL ବା ଲିଜେଣ୍ଡ କ୍ରିକେଟ ଲିଗ।

ବାରବାଟୀରେ ଆୟୋଜିତ ହେବ LCL ବା ଲିଜେଣ୍ଡ୍ସ୍ କ୍ରିକେଟ ଲିଗ୍ ।  କ୍ରିକେଟରୁ ଅବସର ନେଇଥିବା ୬୦ ଜଣ ପ୍ରକ୍ଷାତ ଆନ୍ତଜାତୀୟ କ୍ରିକେଟ ଖେଳାଳି ଏହି ଲିଗରେ ଅଶଂ ଗ୍ରହଣ କରିବେ । ଏହି ଲିଗ ପାଇଁ ଖେଳ ସୂଚି ପ୍ରକାଶ ପାଇ ନଥିଲେ ମଧ୍ୟ ଦେଶର ୬ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ସ୍ଥିର ହୋଇଛି ।

ଖେଳାଳିଙ୍କ ତାଲିକା :

ଭାରତରୁ ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେ ୱାଗ, ହରଭଜନ ସିଂ, ଇରଫାନ ପଠାନ, ୟୁସୁଫ ପଠାନ, ଶ୍ରୀଶନ୍ତ, ପ୍ରବୀଣ ତାମ୍ବେ, ପ୍ରଜ୍ଞାନ ଓଝା, ଅଶୋକ ଦିଣ୍ଡା, ମହମ୍ମଦ କେଫ, ଷ୍ଟୁଆର୍ଟ ବିନି, ଏସ୍ ବଦ୍ରିନାଥ, ଯୋଗୀନ୍ଦର ଶର୍ମା, ନମନ୍ ଓଜା, ରିତିନ୍ଦର ସୋଡି, ପାର୍ଥିବ ପଟେଲ, ଲକ୍ଷ୍ମୀ ରତନ ଶୁକଲା ଓ ଆର.ପି ସିଂ ଅଛନ୍ତି । ସେହିଭଳି ବିଦେଶୀ ଖେଳାଳିଙ୍କ ତାଲିକାରେ ମଣ୍ଟି ପାନେସର, ମିଚେଲ ଜନସନ , କେଭିନ୍ ଓ ’ବ୍ରାଇନ୍, ଆଲବି ମର୍କେଲ, ଜଣ୍ଟି ରୋଡସ୍, ଇଏନ୍ ମୋର୍ଗାନ୍, ସଚିନ ୱାଟସନ, ଥିସରା ପେରେରା, ଅପୁଲ ଚାନ୍ଦାନା, ଫରଭିଜ ମହାରୁଫ, ଡେଲ ଷ୍ଟେନ,  ଜ୍ୟାକ କଲିସ , ମୁଥୟା ମୁରଲୀଧରଣନ୍, , ବ୍ରେଟ୍ ଲି , ଅଜନ୍ତା ମେଣ୍ଡିସ୍, ରୋମେଶ କାଲୁୱିଥାରାନା , ଦିଲହାରା ଫର୍ନାଣ୍ଡୋ ,ଚାମିଣ୍ଡା ଭାସ୍ , ଲାନ୍ସ କ୍ଲୁସେନର୍ , ରସ୍ ଟେଲର, ଓ ମର୍ନେ ମର୍କେଲ ଇତ୍ୟାଦୀଙ୍କର ନାଁ ରହିଛି ।

ସେପ୍ଟେମ୍ବର ୨୦ ତାରିଖରୁ ଅକ୍ଟେବାର ୧୦ ତାରିଖ ମଧ୍ୟରେ ଦେଶର ୫ଟି ଭେନୁରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଭେନୁ ଗୁଡ଼ିକ ମଧ୍ୟରେ ରହିଛି କଟକ, ଦିଲ୍ଲୀ, ରାଜକୋଟ୍, କୋଲକତା, ଲକ୍ଷ୍ନୋ ଓ ଯୋଧପୁର । ଏହି ଲିଗରେ ମୋଟ ୪ଟି ଟିମ ଅଶଂ ଗ୍ରହଣ କରିବାକୁ ଯାଉଥିବା ବେଳେ ଆଇପିଏଲ ଢାଞ୍ଚାରେ ପୁରା ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଲିଜେଣ୍ଡ୍ସ୍ କ୍ରିକେଟ ଲିଗ୍ ୨୦୨୨ର ପ୍ରଥମ ସଂସ୍କରଣଟି ଚଳିତ ଜାନୁଆରୀ ମାସରେ ମସ୍କଟରେ ଖେଳାଯାଇଥିଲା ।

NEWS TIME PRO କୁ ପ୍ରତିକ୍ରିୟା ଦେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ଯେ, ” ବାରବାଟୀରେ ଏହି ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚ ଖେଳାଯିବ । ସେଥିପାଇଁ ଲିଜେଣ୍ଡ୍ସ୍ କ୍ରିକେଟ ଲିଗ୍ ଟିମ୍ କିଛି ଦିନ ତଳେ କଟକ ଆସି ଷ୍ଟାଡିୟମର ଭିତ୍ତିଭୂମିର ଅନୁଧ୍ୟାନ କରି ଫେରିଛନ୍ତି । ଏବଂ ପୁଣି ଥରେ ଦ୍ୱିତୀୟ ଥର ଲାଗି ଆଉ ଏକ ପ୍ରତିନିଧି ମଣ୍ଡଳି ମଧ୍ୟ ବାରବାଟୀ ଆସିବ । କିନ୍ତୁ ଲିଗର କେତେଟି ମ୍ୟାଚ କଟକରେ ହେବ ଏବଂ କେବେ କେବେ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।

Follow by Email
WhatsApp