ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ଦ୍ୱାରା କୋକ୍ ଓଭେନ୍ ବର୍ଜ୍ୟଜଳର ଉପଚାର ପାଇଁ ଇଷ୍ପାତ ଉଦ୍ୟୋଗର ବିଶ୍ୱର ପ୍ରଥମ ୟୁଭି ଅକ୍ସିଡ଼େସନ୍ ପ୍ଲାଣ୍ଟ ସ୍ଥାପନ

ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ଦ୍ୱାରା କୋକ୍ ଓଭେନ୍ ବର୍ଜ୍ୟଜଳର ଉପଚାର ପାଇଁ ଇଷ୍ପାତ ଉଦ୍ୟୋଗର ବିଶ୍ୱର ପ୍ରଥମ ୟୁଭି ଅକ୍ସିଡ଼େସନ୍ ପ୍ଲାଣ୍ଟ ସ୍ଥାପନ

  • ଏହି ଅନନ୍ୟ ଟେକ୍ନୋଲୋଜି ଇସ୍ପାତ ସମେତ ଅନ୍ୟାନ୍ୟ ଉଦ୍ୟୋଗରେ ବର୍ଜ୍ୟଜଳ ଉପଚାରର ବୈପ୍ଳବିକ ପରିବର୍ତ୍ତନ ଆଣିବ
  • ଏହାବ୍ୟତୀତ, କମ୍ପାନୀର ଢ଼େଙ୍କାନାଳ ପ୍ଲାଣ୍ଟ୍‌ର ବିଭିନ୍ନ ୟୁନିଟ୍‌ରୁ ନିର୍ଗତ ବର୍ଜ୍ୟଜଳର ଉପଚାର ପାଇଁ ୬ଟି ଇଟିପି ଏବଂ ୩ଟିଜିସି ପ୍ଲାଣ୍ଟ ସ୍ଥାପନ କରାଯାଇଛି
  • ଦିନ ପିଛା ୪୯୦୦ କ୍ୟୁବିକ୍ ମିଟର୍ ଜଳ ଉପଚାରର କ୍ଷମତା ଥିବା ୫ଟି ଏସ୍‌ଟିପି ସ୍ଥାପନ କରାଯାଇଛି ।
  • ଜଳ ପୁନଃ ବ୍ୟବହାର ପରିମାଣ ଆର୍ଥିକ ବର୍ଷ ୨୦୨୦ର ୨ ଏମ୍‌ଜିଡ଼ିରୁ ୨୦୨୧ରେ ୩କୁ ବୃଦ୍ଧି ପାଇଛି ।
  • କାରଖାନାରୁ ଯେପରି କୈାଣସି ଅଣ-ଉପଚାରିତ ପ୍ରଦୂଷିତ ଜଳ ନିଷ୍କାସିତ ନହୁଏ ଏହା ବିଭିନ୍ନ ଟେକ୍ନାଲୋଜିର ଉପଯୋଗ ମାଧ୍ୟମରେ ସୁନିଶ୍ଚିତ କରାଯାଉଛି
  • ଢେଙ୍କାନାଳ(ଏନ ଟି ପି): ୮/୮: ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପରିବେଶୀୟ ଉତ୍କର୍ଷତା ହାସଲ କରିବା ଅଭିମୁଖେ ଏକ ପଦକ୍ଷେପଭାବେ ଏହାର କୋକ୍ ଓଭେନ୍ ବର୍ଜ୍ୟଜଳରେ ସିଆନାଇଡ଼୍ ଉପଚାର ଲାଗି ଅତ୍ୟାଧୁନିକ ଅଲଟ୍ରାଭାଓଲେଟ୍ (ୟୁଭି) ଅକ୍ସିଡ଼େସନ୍ ଟେକ୍ନୋଲୋଜିକୁ ଆପଣାଇଛି । ଏଥିଲାଗି ନିଜର ମୂଳ କମ୍ପାନୀ ଟାଟା ଷ୍ଟିଲ୍‌ର ଗବେଷଣା ଓ ବିକାଶ (ଆର୍‌ଆଣ୍ଡ୍‌ଡ଼ି) ଦଳର ସହାୟତାରେ ଓଡ଼ିଶାର ଢ଼େଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର ପ୍ଲାଣ୍ଟ୍‌ରେ ଘଣ୍ଟାପ୍ରତି ୮୦ କ୍ୟୁବିକ୍ ମିଟର ବର୍ଜ୍ୟଜଳ ଉପଚାରର କ୍ଷମତା ଥିବା ଇସ୍ପାତ ଉଦ୍ୟୋଗରେ ବିଶ୍ୱର ପ୍ରଥମ ୟୁଭି ଅକ୍ସିଡ଼େଶନ୍ ପ୍ଲାଣ୍ଟ କମ୍ପାନୀ ସ୍ଥାପନ କରିଛି ।

ବ୍ୟବସାୟକରଣ ପାଇଁ ଏହି ବିଶ୍ୱସ୍ତରୀୟ ଟେକ୍ନୋଲୋଜି, ଟାଟା ଷ୍ଟିଲ୍‌ର ଗବେଷଣା ଓ ବିକାଶ ଦଳ ତଥା ଟାଟା ଷ୍ଟିଲ୍ ବିଏସ୍‌ଏଲ୍‌ର ପରିବେଶ ଓ କୋକ୍ ଓଭେନ୍ ଦଳ ଦ୍ୱାରା ମିଳିତଭାବେ ବିକଶିତ ହୋଇଛି । ଉକ୍ତ ପ୍ରକ୍ରିୟାରେ ପ୍ରମୁଖ ଫର୍ମୁଲା ଏବଂ ଅଭିନବତାକୁ ଟାଟା ଷ୍ଟିଲ୍‌ର ଗବେଷଣା ଓ ବିକାଶ ଦଳ ପ୍ୟାଟେଣ୍ଟ୍ ମାଧ୍ୟମରେ ସୁରକ୍ଷିତ କରିଛନ୍ତି । କୋକ୍ ଓଭେନ୍‌ରେ ସିଆନାଇଡ଼୍ ଭଳି ଏକ ଅତି ଉତ୍କଟ ପ୍ରଦୂଷକ ଉପଚାରର ପାରମ୍ପରିକ ପଦ୍ଧତିକୁ ସଲିଡ଼୍ ସ୍ଲଜ୍ ସେପାରେସନ୍ ଟେକ୍ନୋଲୋଜି କୁହାଯାଏ, ଯେଉଁଥିରେ ବିଷାକ୍ତ ପଙ୍କର ବିଘଟନ ସମୟରେ ପରୋକ୍ଷ ଭାବେ ସିଆନାଇଡ଼୍ ପ୍ରଦୂଷଣ ବ୍ୟାପିବାର ଆଶଙ୍କା ଥାଏ । ତେବେ କମ୍ପାନୀ ବିକଶିତ କରିଥିବା ନୂତନ ପଦ୍ଧତିରେ ଏଇ ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ।

ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ସୁବୋଧ ପାଣ୍ଡେ କହିଛନ୍ତି ଯେ, “ସିଆନାଇଡ଼୍ ପରିଚାଳନାର ଏକ ସର୍ବୋତ୍ତମ ଉପାୟ ହେଉଛି, ତାହାକୁ ଅକ୍ସିଡ଼େସନ୍ ମାଧ୍ୟମରେ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯିବା । ୟୁଭି ଅକ୍ସିଡ଼େସନ୍ ପ୍ଲାଣ୍ଟ ଆମକୁ ଏହି ଲକ୍ଷ୍ୟକୁ ହାସଲ କରିବାରେ ସାହାଯ୍ୟ କରିଥାଏ । ଯାହାଫଳରେ ପରିବେଶକୁ ପ୍ରଦୂଷିତ କରିବାପାଇଁ ଏହି ବିଷାକ୍ତ ଉପାଦାନର କୈାଣସି ଅବଶେଷ ରହିଯାଏନାହିଁ । ଅଧିଗ୍ରହଣ ପରେ, ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ଦ୍ୱାରା ପରିବେଶ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ମଧ୍ୟରୁ ଏହା ଏକ ଅନ୍ୟତମ ପଦକ୍ଷେପ ଅଟେ ।”

ପ୍ଲାଣ୍ଟ ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଣକାରୀ ସଂସ୍ଥା ତଥା ଟାଟା ଷ୍ଟିଲ୍ ଗବେଷଣା ଓ ବିକାଶ ଦଳର ପରାମର୍ଶ କ୍ରମେ, ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ୟୁଭି ଅକ୍ସିଡ଼େସନ୍ ପ୍ଲାଣ୍ଟ ପାଇଁ ଜରୁରୀ ୟୁଡ଼ି ରିଆକ୍ଟର୍‌, ୟୁଭି କଣ୍ଟୋଲ୍ ପ୍ୟାନେଲ ଭଳି ଆବଶ୍ୟକୀୟ ଉପକରଣଗୁଡ଼ିକ ଯୋଗାଡ଼ କରି ପ୍ଲାଣ୍ଟ ସ୍ଥାପନ କରିଛି । ପରିବେଶ ଅନୁକୂଳ ପଦକ୍ଷେପ ନେବା କମ୍ପାନୀର ପରିଚାଳନାଗତ ପ୍ରକ୍ରିିୟାର ମୁଖ୍ୟ ଆଧାର ହୋଇଥିବାରୁ କାରଖାନାରୁ ଯେପରି କ୍ରୋଣସି ଅଣଉପଚାରିତ ପ୍ରଦୁଷିତ ଜଳ ନିଷ୍କାସିତ ନହୁଏ, ଏହା ସୁନିଶ୍ଚିତ କରିବା ଲାଗି ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ଆହୁରି ଅନେକ ବୈଶୟିକ ପଦକ୍ଷେପ ନେଇଛି ।

କୋକ୍ ଓଭେନ୍‌, କୋଲ୍ଡ ରୋଲିଂ ମିଲ୍‌, ବ୍ଲାଷ୍ଟ ଫର୍ଣ୍ଣେସ୍‌, ଷ୍ଟିଲ୍ ମେଲ୍ଟିଂ ସପ୍ ଇତ୍ୟାଦି ଭଳି ବିଭିନ୍ନ ୟୁନିଟ୍‌ର ନିଷ୍କାସିତ ବର୍ଜ୍ୟଜଳର ଉପଚାର ପାଇଁ ୬ଟି ଏଫ୍ଲୁଏଣ୍ଟ୍‌ଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଇଟିପି) ଏବଂ ୩ଟି ଗ୍ୟାସ୍ କ୍ଲିନିଂ ପ୍ଲାଣ୍ଟ ( ସିଜିପି ) ସ୍ଥାପନ କରିଛି । ସେହିଭଳି, ନିଜର ପ୍ଲାଣ୍ଟ ଓ ହାଉସିଂ କଲୋନୀଠାରେ ଦିନପିଛା ମୋଟ୍ ୪,୯୦୦ କ୍ୟୁବିକ୍ ମିଟର୍ ଜଳ ଉପଚାର କ୍ଷମତା ଥିବା ୫ଟି ବର୍ଜ୍ୟବସ୍ତୁ ଉପଚାର କାରଖାନା ବା ସ୍ୟୁଏଜ୍ ଟ୍ରିିଟ୍‌ମେଣ୍ଟ ପ୍ଲାଣ୍ଟ- ଏସ୍‌ଟିପି ମଧ୍ୟ ସ୍ଥାପନ କରିଛି । ଏଥି ସହିତ କମ୍ପାନୀ ପ୍ଲାଣ୍ଟରେ ଅଧିକ ଜଳ ବ୍ୟବହାରକୁ ହ୍ରାସ କରିବା ପାଇଁ ବ୍ୟବହୃତ ଜଳକୁ ପୁନଃ ବ୍ୟବହାର ମାତ୍ରାକୁ ମଧ୍ୟ ବୃଦ୍ଧି କରିଛି । ଆର୍ଥିକ ବର୍ଷ ୨୦୧୯ରୁ ୨୦ରେ ତାହା ଦିନପିଛା ୨ ମିଲିୟମ୍ ଗ୍ୟାଲନ୍ (ଏମ୍‌ଜିଡ଼ି) ରହିଥିବାବେଳେ, ଆର୍ଥିକ ବର୍ଷ ୨୦୨୦ରୁ ୨୧ରେ ଉକ୍ତ ମାତ୍ରା ୩ ଏମ୍‌ଜିଡ଼ିକୁ ବୃଦ୍ଧି ପାଇଛି । ଆହୁରି ମଧ୍ୟ, ଏହାର ଆବାସିକ ଟାଉନ୍‌ସିପ୍ ନିକଟରେ ୪୫୦୦୦ କ୍ୟୁବିକ୍ ମିଟର ଜଳ କ୍ଷମତା ୩ଟି ପୃଷ୍ଠଭାଗ ଜଳ ପ୍ରବାହ ତଥା ଅନ୍ତଃସ୍ରବଣ ଜଳ ଭଣ୍ଡାର (ଗ୍ଦଙ୍କକ୍ସଲବମର କ୍ସଙ୍କଦ୍ଭ- କ୍ଟଲଲ ଗ୍ଦଗ୍ଧକ୍ଟକ୍ସବଶର ମଙ୍କଜ୍ଞ- କ୍ଟ୍ରରକ୍ସମକ୍ଟକ୍ଷବଗ୍ଧସକ୍ଟଦ୍ଭ କ୍ଟ୍ରକ୍ଟଦ୍ଭୟଗ୍ଦ) ର ମଧ୍ୟ ପ୍ରତିଷ୍ଠା କରାଯାଇଛି । ଉପଚାରିତ ହୋଇଥିବା ଜଳକୁ ମୁଖ୍ୟତଃ କାରଖାନା ପରିଚାଳନା, ଅଗ୍ନି ନିର୍ବାପନ ଏବଂ ଉଦ୍ୟାନ ଉଦ୍ଦେଶ୍ୟରେ ପୁନଃ ବ୍ୟବହାର କରାଯାଉଛି

ଏହି ଅଗ୍ରଣି ଇଷ୍ପାତ ନିର୍ମାତା ଜଳର ୱେଟ୍ କ୍ୱେଞ୍ଚିଂ ବଦଳରେ ଡ଼୍ରାଏ କ୍ୱେଞ୍ଚିଂ ର୍ପ୍ରକ୍ରିୟାକୁ କାର୍ଯ୍ୟାନ୍ୱିତ କରି କୋକ୍ ଡ଼୍ରାଏ କ୍ୱେଞ୍ଚିଂ ପ୍ଲାଣ୍ଟ ମଧ୍ୟ ପ୍ରତିଷ୍ଠା କରିଛି । ଯାହାଦ୍ୱାରା ଘଣ୍ଟା ପ୍ରତି ପାଖାପାଖି ୬୫ କ୍ୟୁବିକ୍ ମିଟର୍ ଜଳ ସଞ୍ଚୟ ହୋଇପାରୁଛି । ଏଥିସହିତ ବୈଜ୍ଞାନିକଭାବେ ପରିକ୍ଷୀତ ହୋଇ ହୋଇ ହାଇ ଡ଼େନ୍‌ସିଟି ପଲିଥିିନ୍ (ଏଚ୍‌ଡ଼ିପିଇ) ଯୁକ୍ତ ୫୦,୦୦୦ କ୍ୟୁବିକ୍ ମିଟର୍ କ୍ଷମତା ବିଶିଷ୍ଟ ବର୍ଷାଜଳ ସଂରକ୍ଷଣ ପୋଖରି ପ୍ରତିଷ୍ଠା କରିଛି । ଟାଟା ଷ୍ଟିଲ୍ ଗ୍ରୁପ୍ ଦ୍ୱାରା ବ୍ୟବହୃତ କୋକ୍ ଓଭେନ୍ ଏବଂ କଞ୍ଚାମାଲ୍ ହ୍ୟାଣ୍ଡେଲିଙ୍ଗ୍ ସିଷ୍ଟମ୍ ଏରିଆରେ ଉପଲବ୍ଧ ପୃଷ୍ଠଭାଗ ଜଳପ୍ରବାହର ଉପଯୋଗ ପାଇଁ ଏହି ଧରଣର ଜ୍ଞାନ କୈାଶଳ ପ୍ରୟୋଗ ପ୍ରଥମ ଅଟେ ।

ନିଜ ଶ୍ରେଣୀରେ ସର୍ବାଗ୍ରେ ରହିବା ପାଇଁ, କମ୍ପାନୀ ଦେଶର ଅଗ୍ରଣୀ ଶିଳ୍ପ ସଂସ୍ଥା କନ୍‌ଫେଡ଼େରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ (ସିଆଇଆଇ)ଦ୍ୱାରା ଏକ ପୁଙ୍ଖାନୁପୁଙ୍ଖ ଜଳ ସମୀକ୍ଷା କରାଯାଇଥିଲା ଏବଂ ଉକ୍ତ ସଂସ୍ଥାର ସୁପାରିସ୍‌ଗୁଡ଼ିକୁ କାର୍ଯ୍ୟକାରୀ କରି କମ୍ପାନୀ ଦିନପିଛା ପାଖାପାଖି ୨୦୦୦ କ୍ୟୁବିକ୍ ମିଟର୍ ଜଳ ସଞ୍ଚୟ କରିପାରୁଛି । ଜଳର ଗୁଣବତ୍ତା ଯେପରି ସର୍ବଦା ନିୟାମକ ସଂସ୍ଥାଗୁଡ଼ିକ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁରୂପ ହୁଏ, ଏହା ସୁନିଶ୍ଚିତ କରିବା ପାଇଁ କମ୍ପାନୀ ଏକ ଅତ୍ୟାଧୁନିକ ପରିବେଶ ପରୀକ୍ଷାଗାର ସ୍ଥାପନ କରିଛି, ଯାହା ବିଭିନ୍ନ ନିୟାମକ ସଂସ୍ଥାଙ୍କ ମାନଦଣ୍ଡ ଅନୁଯାୟୀ ସବୁଦିନ ପ୍ଲାଣ୍ଟରୁ ନିଷ୍କାସିତ ଜଳର ଗୁଣବତ୍ତାର ପରୀକ୍ଷା କରିଥାଏ ।

ଜଳ ପରିଚାଳନା ଅଭିମୁଖେ ଏଭଳି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକ ଆପଣାଇଥିବାରୁ ଢ଼େଙ୍କାନାଳ ସ୍ଥିତ ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପ୍ଲାଣ୍ଟ ଏକ ଉତ୍କର୍ଷ ଜଳ ପରିଚାଳନାକାରୀ ୟୁନିଟ୍ ଭାବେ ସିଆଇଆଇର ନ୍ୟାସନାଲ୍ ଆୱାର୍ଡ଼ ଅଫ୍ ଏକ୍ସିଲେନ୍ସ ଇନ୍ ୱାଟର୍ ମ୍ୟାନେଜ୍‌ମେଣ୍ଟ୨୦୨୦ ପୁରସ୍କାରରେ ସମ୍ମାନିତ ହୋଇଛି ।

Follow by Email
WhatsApp