ଆଜିର ଖବର….

ଖବର ଆଜିର

ତାରିଖ ୦୫/୦୧/୨୦୧୯, ଶନିବାର

୧-ମହାକାଳପଡା: ବୋଟ୍ ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦ ଛୁଇଁ ଲା।

୨- ଆଜି ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ, ୪ ଲେନ୍‌ ବିଶିଷ୍ଟ ୩ଟି ଜାତୀୟ ରାଜପଥ ଭିତ୍ତିପ୍ରସ୍ତର ସ୍ଥାପନ ହେବ, ବାଲେଶ୍ବର, ହଳଦିଆ, ଦୁର୍ଗାପୁର LPG ପାଇପ୍‌ ଲାଇନ୍‌ର ଲୋକାର୍ପଣ ଓ ୪ଟି ରେଳ ପ୍ରକଳ୍ପର ଶୁଭାରମ୍ଭ କରିବେ ନରେନ୍ଦ୍ର ମୋଦି, ପୋଷ୍ଟ ଅଫିସ୍ ପାସ୍‌ପୋର୍ଟ ସେବାକେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରିବେ।

୩-ରାୟଗଡାରେ ବ୍ୟବସାୟୀଙ୍କ ଠାରୁ ୯ ଲକ୍ଷ ଲୁଟିଲେ ଦୁର୍ବୃତ୍ତ।

୪-ବଢ଼ିବ କନଷ୍ଟେବଳ ଓ ହାବିଲଦାରଙ୍କ କ୍ଷମତା ।କିଛି ନିର୍ଦ୍ଦିଷ୍ଟ ମାମଲାରେ କନଷ୍ଟେବଳମାନେ ତଦନ୍ତ ସହ ଅଭିଯୁକ୍ତଙ୍କୁ ଗିରଫ କରିପାରିବେ।

୫-ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ପୋଷ୍ଟର ଓ ୱେବ୍‌ପୋର୍ଟାଲ୍ ଲୋକାର୍ପିତ।

୬-କୋରାପୁଟ:କୋଟିଆ ହାତେଇବାକୁ ଆନ୍ଧ୍ରର କାରସାଦି: ଭତ୍ତା ସହ ବାଣ୍ଟୁଛି ପୁଷ୍ଟିକର ଖାଦ୍ୟ।

୭-ଆଣ୍ଡାମାନ ମୁହଁ।ଉଛି ବାତ୍ୟା ପାବୁକ।

୮- ପ୍ରସିଦ୍ଧ କୁମ୍ଭମେଳାରେ ଯୋଗ ଦେବେ ଓ଼ଡିଶାର ୪୦୦ରୁ ଅଧିକ କୀର୍ତ୍ତନ ମଣ୍ଡଳୀ।

୯-ସମ୍ବଲପୁର : ବିଷାକ୍ତ ବିଦେଶୀ ମଦ ପିଇ ୨ ମୃତ।

୧୦-ରାଉରକେଲା : ପୋଲିସର ପରିଚୟ ଦେଇ ମହିଳାଙ୍କଠାରୁ ସୁନା ଗହଣା ଲୁଟ୍‌

୧୧- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ,ମିଶନ ଶକ୍ତି ସମାବେଶ ରେ ଯୋଗଦେବାର କାର୍ଯ୍ୟକ୍ରମ ।

୧୨-ଖୋର୍ଦ୍ଧା: ଚିଲିକାରେ ପକ୍ଷୀ ଗଣନା ଶେଷ, ଚଳିତ ବର୍ଷ ୧୮୧ ପ୍ରଜାତିର ପକ୍ଷୀ ଆସିଛନ୍ତି, ୧୦ ଲକ୍ଷ ୪୭ ହଜାର ୯୬୮ ପକ୍ଷୀ ଆସିଛନ୍ତି, ପୂର୍ବ ବର୍ଷ ଅପେକ୍ଷା ୨ ଲକ୍ଷ ଅଧିକ ପକ୍ଷୀ ଆସିଛନ୍ତି, ଖୋର୍ଦ୍ଧା ବନ୍ୟପ୍ରାଣୀ ଅଧିକାରୀଙ୍କ ସୂଚନା

Follow by Email
WhatsApp