ସଂସଦୀୟ ଷ୍ଟାଣ୍ଡିଂ କମିଟିର କିଟ୍‍ ଓ କିସ୍‍ ପରିଦର୍ଶନ

କିସ୍‍ ହେଉଛି ଏକ ବିସ୍ମୟ: ଫଗନ ସିଂହ କୁଲସ୍ତେ

ଭୁବନେଶ୍ୱର,୨୧ ।୧୦: ତଫସିଲଭୁକ୍ତ ଜାତି ଓ ଜନଜାତି କଲ୍ୟାଣ ସମ୍ବନ୍ଧୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟି ରବିବାର କିଟ୍‍ ଓ କିସ୍‍ ଦର୍ଶନ କରି ଫେରିଯାଇଛନ୍ତି । ସାଂସଦ ଡ. ଫଗନ ସିଂହ କୁଲସ୍ତେଙ୍କ ଅଧ୍ୟକ୍ଷତାରେ ଏହି କମିଟି କିଟ୍‍ ଓ କିସ୍‍ ପରିଦର୍ଶନରେ ଆସି କିଟ୍‍ର ବିଭିନ୍ନ କ୍ୟାମ୍ପସ୍‍ ବୁଲି ଦେଖିବା ସହ କିସ୍‍ର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ଏହି ଅବସରରେ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ଡ. କୁଲସ୍ତେ କହିଲେ, ଦେଶ ବିଦେଶରେ ମୁଁ ବହୁ ଅନୁଷ୍ଠାନ ବୁଲିଛି, କିନ୍ତୁ କିସ୍‍ ଭଳି ଅନୁଷ୍ଠାନ କେଉଁଠି ଦେଖିନାହିଁ । ଏଠାରେ ରହିଥିବା ପିଲାଙ୍କ ମଧ୍ୟରେ ଉତ୍ସାହ ଓ ଦକ୍ଷତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାଦାୟୀ । ଏତେ ସଂଖ୍ୟକ ପିଲାଙ୍କୁ ଗୋଟିଏ ସ୍ଥାନରେ ରଖି ପାଠ ପଢ଼ାଇବା ସହ ସେମାନଙ୍କ ପ୍ରତିଭା ଚିହ୍ନଟ କରି ତାହାର ବିକାଶ କରାଇବା ସହଜସାଧ୍ୟ କାମ ନୁହେଁ । ଏଠାରେ ଜନଜାତି ପିଲାମାନେ ସେମାନଙ୍କର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଶୃଙ୍ଖଳିତ ଭାବେ ଶିକ୍ଷାଲାଭ କରିବା ସହ କ୍ରାଡ଼ା ଓ ଅନ୍ୟାନ୍ୟ କ୍ଷେତରେ ସଫଳତା ହାସଲ କରିପାରୁଛନ୍ତି । ଗୋଟିଏ ବାକ୍ୟରେ କହିବାକୁ ଗଲେ କିସ ହେଉଛି ଏକ ବିସ୍ମୟ, ଭାରତର ଏøତିହ୍ୟ । ଦେଶର ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ମଧ୍ୟ କିସ୍‍ ମଡ଼େଲ୍‍ କାର୍ଯ୍ୟକାରୀ ହେବା ଆବଶ୍ୟକ । ସମଗ୍ର ଦେଶରେ କିସ୍‍ ମଡ଼େଲ ଲାଗୁ ପାଇଁ ସଂସଦୀୟ କମିଟି ପ୍ରୟାସ କରିବ ବୋଲି ଡ. କୁଲସ୍ତେ କହିଥିଲେ । ଅନ୍ୟତମ ଅତିଥି ଭାବେ ସାଂସଦ ପ୍ରତିମା ମଣ୍ଡଳ କହିଲେ, କିସ୍‍ ପରିଦର୍ଶନ କରି ମୁଁ ବିମୋହିତ ହୋଇପଡ଼ିଛି । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ, ସମାଜ ଓ ଦେଶର ବିକାଶ ପାଇଁ ଶିକ୍ଷା ହେଉଛି ଏକମାତ୍ର ମାଧ୍ୟମ । କିସ୍‍ ଦ୍ୱାରା କରାଯାଉଥିବା ପ୍ରୟାସ ଜନଜାତିଙ୍କ ଶିକ୍ଷା ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ଏକ ଉଦାହରଣ । କିସ୍‍ ପରିଦର୍ଶନ କରି ବାସ୍ତବରେ ମୋର ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ହୋଇପାରିଛି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିପାରୁଛି ବୋଲି ଶ୍ରୀମତୀ ମଣ୍ଡଳ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି 

Follow by Email
WhatsApp