ଆଜିଠୁ ଲାଗୁ ହେଲା ନୂଆ ଟ୍ରାଫିକ ନିୟମ ,ନିୟମ ଭାଙ୍ଗିଲେ ଗଣିବେ ତଣ୍ଡ Posted on 01/03/202001/03/2020 by NTP Bureau Report ଭୁବନେଶ୍ୱର(ଏନଟିପି): ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବାପରେ ରାଜ୍ୟସରକାର ୬ ମାସ ଆଇନ କୁ କୋହଳ କରିଥିଲେ।ଆଜିଠୁ ରାଜ୍ୟରେ କଡ଼ାକଡ଼ି ହେଉଛି ନୂଆ ଟ୍ରାଫିକ ନିୟମ । ନୂଆ ମୋଟର ଯାନ ଆଇନ କୋହଳ ସମୟ ସରିଛି । ଏଣିକି ଟ୍ରାଫିକ ନିୟକ ଭାଙ୍ଗିଲେ ମାର୍ଚ୍ଚ ପହିଲାରୁ ଗଣିବେ ମୋଟା ଅଙ୍କର ଜରିମାନା । ନୂଆ ମୋଟର ଯାନ ଆଇନ ଉଲଂଘନକାରୀଙ୍କୁ ଲାଗିବ ଅର୍ଥ ଦଣ୍ଡ । ଗାଡ଼ି ଚାଳକଙ୍କ ପାଖରେ ନୂଆ ମୋଟର ଯାନ ଆଇନ ଅନୁସାରେ ଆବଶକୀୟ ଗାଡ଼ି କାଗଜପତ୍ର ନଥିଲେ ଅମାନିଆ ଗାଡ଼ି ଚାଳକଙ୍କୁ ଭରିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ଡ୍ରାଇଭିଂ ଲାଇସେନ୍ସ, ହେଲମେଟ, ପଲ୍ୟୁସନ ସାର୍ଟିଫିକେଟ, ଦୁଇଚକିଆ ଗାଡ଼ିରେ ୨ଜଣ ବସିବେ, ୨ଚକିଆ ଯାନ ଆରୋହୀ ହେଲମେଟ, ଓଭରଲୋଡ଼ିଂ ମନା, ମଦ ପିଇ ଗାଡ଼ି ଚାଳନା ମନା , କାର ଚାଳକ ସିଟବେଲ୍ଟ ବାନ୍ଧିବା ଆବଶ୍ୟକ ରହିଛି । ୨୦୧୯ ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ଏହାକୁ ନେଇ ଅନେକ ଅସନ୍ତୋଷ ଦେଖାଦେଇଥିଲା । ତେଣୁ ଏହି ନିୟମକୁ କଡ଼ାକଡ଼ି ଲାଗୁ କରାଯିବା ଉପରେ ୬ ମାସ କୋହଳ କରାଯାଇଥିଲା । ଆଜିଠାରୁ ପୁଣି ଥରେ ରାଜ୍ୟରେ ଟ୍ରାଫିକ୍ ଚେକିଂ ଜୋରଦାର ଆରମ୍ଭ କରାଯିବ । ଏଣିକି ନିୟମ ଉଲ୍ଲଂଘନ କଲେ ଚାଳକଙ୍କୁ ଆଉ ମିଳିବନି ନିସ୍ତାର । Share on FacebookTweetFollow usSave Post Views: 261
Odisha 9 Students of KIIT School of Law Qualify Odisha Judicial Service Exam NTP Bureau Report 12/03/2021 0 Bhubaneswar: (NewsTimePro): Students of KIIT School of Law have excelled in the Odisha Judicial Service (OJS) Examination 2019, result of which was declared by the […]
Odisha Political Tadka ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କ ଆଲୋଚନା ; ଲାଭ ପାଇବ ଓଡିଶା NTP Bureau Report 13/08/2024 0 ନୂଆଦିଲ୍ଲୀ (ଏନ ଟି ପି ବ୍ୟୁରୋ ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ମାନ୍ୟବର କେନ୍ଦ୍ର ମନ୍ତ୍ରୀ, ସଡକ ପରିବହନ ଏବଂ ରାଜପଥ ଶ୍ରୀଯୁକ୍ତ ନିତିନ ଗଡକରୀଙ୍କ ସହ ଜାତୀୟ ରାଜପଥ […]
Odisha କରୋନା ମୁକାବିଲା ଚିନ୍ତା: ଦାରିଙ୍ଗବାଡ଼ି ପୋଲିସକୁ ସହଯୋଗ କରିବେ ସ୍ବେଚ୍ଛାସେବୀ NTP Bureau Report 11/04/2020 0 କନ୍ଧମାଳ(ଏନଟିପି): ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପୋଲିସ ସିମା ସିଲ୍ କରିବା […]