5 T ସଚିବଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ(ଏନଟିପି):

ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ।ମୋ ସରକାର’ କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଭିନ୍ନ ଜିଲ୍ଲା ଗସ୍ତକରି ସମୀକ୍ଷା କରୁଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ।ଦେବଗଡ଼ ପରେ ଅନୁଗୋଳ ରେ ମୋ ସରକାର କାର୍ଯ୍ୟକ୍ରମ କିଭଳି  କାର୍ଯ୍ୟକାରୀ ହେଉଛି ଏବଂ ୫-ଟି କୁ କର୍ମଚାରୀମାନେ କିଭଳି ପାଳନ କରୁଛନ୍ତି, ଅନୁଗୋଳ ଜିଲ୍ଲ‍ା ମୁଖ୍ୟଚିକିତ୍ସାଳୟ ଗସ୍ତ କରି ତାହାର ସମୀକ୍ଷା କରିଛନ୍ତି୫-ଟି ସଚିବ ଭି.କେ ପାଣ୍ଡିଆନ ।ତାଙ୍କ ସହିତ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଜିଲ୍ଲାର ଜିଲ୍ଲାପାଳ ମନୋଜ ମହାନ୍ତି,ଉତ୍ତର କେନ୍ଦ୍ରାଞ୍ଚଳ ଡି.ଆଇ.ଜି ନରସିଂହ ଭୋଳ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅମରେନ୍ଦ୍ର ମହାନ୍ତିଙ୍କ ସହ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ। 5T ସଚିବ ହେଲିକପ୍ଟର ଯୋଗେ ଅାସି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଲ୍ ୱାର୍ଡ ପରିଦର୍ଶନ  ପରେ ଶିଶୁ,ମହିଳା ଓ ପ୍ରସୂତି ବିଭାଗକୁ ଯାଇ ରୋଗୀଙ୍କ  ସହ କଥାବାର୍ତା ହୋଇଥିଲେ । ପରେ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇ ରୋଗୀ ସେବା ସଂପର୍କରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

Follow by Email
WhatsApp