ଡିଲେଶ୍ୱର ହେଲେ ଅନୁଗୋଳ ବିଜେପି ଜିଲ୍ଲା ସଭାପତି Posted on 20/12/201920/12/2019 by NTP Bureau Report ଅନୁଗୋଳ(ଏନଟିପି): ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ରାଜ୍ୟ ଓ ଜିଲ୍ଲା ସଭାପତି ପଦ ଘୋଷଣା କରାଯାଇଛି । ଅନୁଗୋଳ ଜିଲ୍ଲା ସଭାପତି ଭାବେ ଡିଲେଶ୍ଵର ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି । ଡିଲେଶ୍ଵର ପୂର୍ବରୁ ବିଜେପି ଦଳରେ ରହିବା ସହ ଜିଲ୍ଲାରେ ଦଳକୁ ସୁଦୃଢ଼ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବାଘୁଣୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ପରେ ଲୋକଙ୍କ ସହ ରହି ପ୍ରଶାସନ ଓ ବନ ବିଭାଗ ସହ ବାଘୁଣୀ ହଟାଅ ଅଭିଯାନର ମଙ୍ଗ ଧରିଥିଲେ । ଡିଲେଶ୍ଵର ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଓ ସାତକୋଶିଆ ପ୍ରଜା ସୁରକ୍ଷା ସମିତିର ଆବାହକ ପଦରେ ମଧ୍ୟ ଥିଲେ । ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଅନେକ ଅବଦାନ ରହିଛି । ଜିଲ୍ଲା ସଭାପତି ପଦ ପାଇବା ପରେ ବିଜେପିକୁ କିଭଳି ଆହୁରି ସୁଦୃଢ଼ କରା ଯାଇ ପାରିବ ସେ ନେଇ କାମ କରିବେ ବୋଲି ସେ କହିବା ସହ ଲୋକଙ୍କ ସାଥିରେ ସେ ସବୁବେଳେ ରହିଛନ୍ତି ଓ ରହିବେ ବୋଲି ମଧ୍ୟ କହିଛନ୍ତି ।ଡିଲେଶ୍ୱର ଙ୍କ ହାତରେ ବିଜେପି ପାଇଁ ଜିଲ୍ଲା ର ମଙ୍ଗ ଧରିବେ।ତୃଣ ମୂଳ ସ୍ତରରେ ରାଜନୀତି କୁ ସୁଦୃଢ଼ କରିବେ ବୋଲି କହିଛନ୍ତି ଡିଲେଶ୍ୱର। Share on FacebookTweetFollow usSave Post Views: 408
Odisha ବନ୍ଦେ ଭାରତ ଟ୍ରେନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ; ବ୍ରହ୍ମପୁରରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ NTP Bureau Report 15/09/2024 0 ବ୍ରହ୍ମପୁର : (ଏନ ଟି ପି ): ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଜୀ ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହି ଅବସରରେ ଆପଣମାନଙ୍କ ମଧ୍ୟରେ ଏଠାରେ ଉପସ୍ଥିତ ଥିବାରୁ […]
Odisha Political Tadka ଲୋକଙ୍କ ସ୍ୱାର୍ଥ ପାଇଁ ଲଢେଇକୁ ଆହୁରି ତୀବ୍ର କରିବ ବିଜେପି NTP Bureau Report 03/11/2019 0 ଭୁବନେଶ୍ୱର(ଏନଟିପି): ଫନି ବାତ୍ୟାରେ ପ୍ରଭାବିତ ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରକୃତ କ୍ଷତିଗ୍ରସ୍ତ ଲୋକ ବର୍ତମାନ ସୁଦ୍ଧା କ୍ଷତିପୂରଣ ପାଇ ନାହାଁନ୍ତି । ଫନି ବାତ୍ୟା ଜନିତ ରାଜ୍ୟର ୧୪ଟି ଜିଲ୍ଲାରେ ତାଲିକାନୁଯାୟୀ ପୂର୍ଣ୍ଣ, ଗୁରୁତର […]
Odisha ୯ମ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍ଘାଟିତ NTP Bureau Report 21/08/2022 0 ମାନବବାଦ ହେଉଛି ପ୍ରକୃତ ଶିକ୍ଷା: ପ୍ରଫେସର ଗଣେଶୀ ଲାଲ୍ ଭୁବନେଶ୍ୱର,୨୧ ।୮ : ମାନବବାଦ ହେଉଛି ପ୍ରକୃତ ଶିକ୍ଷା ବୋଲି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହଛନ୍ତି । ଆଜି ୯ମ କିଟ୍ […]