ଏପ୍ରିଲରୁ ଜୋରଦାର ହେବ ଚେକିଂ, ହେଲମେଟ୍‌ ନପିନ୍ଧିଲେ ବାତିଲ କରାଯିବ ଡିଏଲ

ଭୁବନେଶ୍ୱର(ଏନଟିପି):

ଏପ୍ରିଲ ପହିଲାରୁ ହେଲମେଟ ପିନ୍ଧିବା ନେଇ ହେବ ସ୍ପେଶାଲ ଡ୍ରାଇଭ୍‌। ଜୋରଦାର ହେବ ଧରପଗଡ। ଆଇନ ଖିଲାପକାରୀଙ୍କ ଉପରେ ରଖାଯିବ କଡା ନଜର। ଉଲଂଘନ କଲେ ଏଣିକି ଡିଏଲ ବାତିଲ ହେବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ। ଏପ୍ରିଲ ପହିଲାରୁ ଗୋଟିଏ ମାସ ପାଇଁ ସ୍ପେଶାଲ ଡ୍ରାଇଭ୍‌ କରାଯିବ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ୍‌। ସଡକ ସୁରକ୍ଷାର ବିଭିନ୍ନ କ୍ଷେତ୍ରରେ ଅଡିଟ କରାଯିବ। ବ୍ଲାକସ୍ପଟ୍‌ ଅଞ୍ଚଳରେ ସିସି କ୍ୟାମେରା ଲଗାଇବାକୁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନେ ପଦକ୍ଷେପ ନେବେ। ବ୍ଲାକସ୍ପଟ ରାସ୍ତାର ମରାମତି ଦିଗରେ ଏକ ଦୀର୍ଘକାଳୀନ ଯୋଜନା କରିବାକୁ କୁହାଯାଇଛି। ଏନେଇ ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରାଯିବ। ଜିଲ୍ଲାପାଳମାନେ ଚଳିତ ବର୍ଷ ଲାଗି ସଡକ ଦୁର୍ଘଟଣାରେ ୧୦ପ୍ରତିଶତ ହ୍ରାସ କରିବାକୁ ଏକ ଭିଜନ ଭାବେ ଗ୍ରହଣ କରିବାକୁ କୁହାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଡକ ସୁରକ୍ଷା ସଂକ୍ରାନ୍ତ ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ଯୋଗଦେଇଥିଲେ।

Follow by Email
WhatsApp