ଦୋଳ ଓ ହୋଲି ପାଇଁ ବିଏମ୍‌ସି ପକ୍ଷରୁ ଜାରି ହେଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର(ଏନ ଟି ପି)

ଦୋଳ ଓ ହୋଲି ପାଇଁ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ଗାଇଡ୍‌ଲାଇନ୍‌ । SRCଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମାକୁ କଡାକଡି ପାଳନ କରାଯିବ। ଦୋଳ ଓ ହୋଲି ପାଇଁ ପୃଥକ ପୃଥକ ନିୟମ ରହିବ। ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ ଲାଗିଛି କଟକଣା । ଘରେ ରହି ପରିବାର ସଦସ୍ୟଙ୍କ ସହ ହୋଲି ଖେଳିବାକୁ ଅନୁମତି ଦିଆଯାଇଛି ।ଦୋଳଯାତ୍ରାରେ ପ୍ରତି ବିମାନ ସହ ସର୍ବାଧିକ ୫ରୁ ୬ଜଣଙ୍କୁ ଅନୁମତି ଦିଆଯିବ। ମେଲଣ ସ୍ଥାନକୁ ଏକାସାଙ୍ଗରେ ନୁହେଁ ବରଂ ପର୍ଯ୍ୟାୟକ୍ରମେ ଆସିବ ବିମାନ। ମେଳଣରେ ମଧ୍ୟ ସର୍ବାଧିକ ୫୦ରୁ ୬୦ଜଣଙ୍କୁ ଅନୁମତି ଦିଆଯିବ। ଏଥିପାଇଁ ଆୟୋଜକ ସ୍ୱତନ୍ତ୍ର ଭାବେ ଆବେଦନ କରି ଅନୁମତି ନେବେ। ତେବେ ରଙ୍ଗ ଦୋକାନ ଖୋଲିବା ନେଇ କିଛି କଟକଣା ନାହିଁ। ରାଜ୍ୟରେ ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସଚେତନତା ଓ ସତର୍କତା ଅବଲମ୍ବନ ଜରୁରୀ ବୋଲି BMC ଗାଇଡ୍‌ଲାଇନ୍‌ ଜାରି କରିଛି

Follow by Email
WhatsApp