ରାସ୍ତାକୁ ଓହ୍ଲାଇବ ବିଜେପି ମହିଳା ମୋର୍ଚ୍ଚା, ରାଜ୍ୟବ୍ୟାପୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କରିବ ବିକ୍ଷୋଭ

ଭୁବନେଶ୍ୱର(ଏନଟିପି):

 ସ୍ମିତାରାଣୀ ହତ୍ୟକାଣ୍ଡର ସିବିଆଇ ତଦନ୍ତ କରାଯାଉ
 ସ୍ମିତାରାଣୀର ଚରିତ୍ରହନନ କରିଥିବା ଯାଜପୁର ଏସପିଙ୍କୁ ବହିଷ୍କାର କରାଯାଉ
 ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର କରାଯାଉ
 ମହିଳାଙ୍କ ସୁରକ୍ଷା ନେଇ ଜିରୋ ଟଲେରାନ୍ସ ଗ୍ରହଣ କରନ୍ତୁ ରାଜ୍ୟସରକାର
 ବିଜେଡି ରାଜ୍ୟ ସଂପାଦକ ତଥା କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭର ସଭାପତି ପ୍ରମୋଦ ସାହୁ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବିଜେଡି ସୁପ୍ରିମୋ

ଯାଜପୁର ହରିଦାସପୁର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଆସନ୍ତା ୫ରେ ରାଜରାସ୍ଥାକୁ ଓହ୍ଲାଇବ ବିଜେପି ମହିଳା ମୋର୍ଚ୍ଚା । କର୍ମଜୀବୀ ମହିଳାଙ୍କ ଉପରେ ନିର୍ଯ୍ୟାତନା ପ୍ରସଙ୍ଗ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାକୁ ଚେତାବନୀ ଦେଇଛି ବିଜେପି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା । 
କର୍ମଜୀବୀ ମହିଳାଙ୍କ ଉପରେ ବଢୁଥିବା ନିର୍ଯ୍ୟାତନାକୁ ପ୍ରତିବାଦ କରି ଆସନ୍ତା ୫ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିବ । ଏକ ପ୍ରେସମିଟରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି । ଗତ ଦୁଇ ସପ୍ତାହରୁ ଅଧିକ ହେଲେ ମଧ୍ୟ ସ୍ମିତାରାଣୀ ମୃତ୍ୟୁ ମାମଲାର ଅସଲ ତଥ୍ୟ ସାମନାକୁ ଆସିନାହିଁ । ଅଭିଯୁକ୍ତକୁ ପୋଲିସ ଘଣ୍ଟ ଘୋଡ଼ାଉଛି । ଯାଜପୁର ଏସପି ଚରଣ ସିଂ ମିନାସ ସ୍ମିତାରାଣୀଙ୍କ ଚରିତ୍ରକୁ ନେଇ ଦେଇଥିବା ତଥ୍ୟ ଅତ୍ୟନ୍ତ ନିନ୍ଦନୀୟ । ତେଣୁ ତାଙ୍କ ବିରେଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ବିଜେପି ।
 ସେହିପରି କେନ୍ଦ୍ରାପଡ଼ା ଯ୍ରୋନ ଉତ୍ପୀଡ଼ନ ଓ କର୍ମକ୍ଷେତ୍ରରେ ମହିଳାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବାର ପ୍ରତିବାଦରରେ ରାଜ୍ୟବ୍ୟାପୀ ବିକ୍ଷୋଭ କରାଯିବ । ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ପୁଣି ୩ଟି ଦାବୀ ଦୋହରାଇଛନ୍ତି ପ୍ରଭାତି ପରିଡ଼ା । ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ସହ ଯାଜପୁର ଏସପି ଓ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର କରାଯାଉ ବୋଲି ସେ ଦାବୀ କରିଛନ୍ତି ।
Follow by Email
WhatsApp